Posted inଖେଳ

ଅଷ୍ଟ୍ରେଲିଆ ପୁରୁଷ, ମହିଳା ଟି୨୦ ଦଳକୁ ସମାନ ପୁରସ୍କାର ରାଶି ମିଳିବ

ସିଡନୀ, ୧୫।୧୦(ଏଏଫ୍‌ପି)- କ୍ରିକେଟ ଅଷ୍ଟ୍ରେଲିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆସନ୍ତାବର୍ଷ ଘରୋଇ ପରିବେଶ୍‌ରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ସମାନଭାବେ ପୁରସ୍କାର ରାଶି ଦିଆଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି। ଅର୍ଥାଟ ବିଶ୍ୱକପ୍‌ ଜିତିଲେ ପୁରୁଷ ଓ ମହିଳା ଦଳକୁ ସମାନ ଭାବେ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ସୋମବାର ୨୦୨୦ ମହିଳା ବଶ୍ୱକପ୍‌ର ପୁରୁସ୍କାର ରାଶିରେ ୩୨୦ ପ୍ରତିଶତ ବୃଦ୍ଧି କରିଛି। ଏଥର ମହିଳା ଚାମ୍ପିୟନ ଦଳ ୧ ମିଲିୟନ ବା ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ହାସଲ କରିବ। ଅନ୍ୟପଟେ ରନର୍ସଅପ୍‌ ଦଳ ୫ ଲକ୍ଷ ଡଲାର ପୁରସ୍କାର ପାଇବ ବୋଲି ଆଇସିସି ସ୍ପଷ୍ଟ କରିଛି।
ଯଦି ଆସନ୍ତା ବର୍ଷ ମହିଳା ଦଳ ଟି୨୦ ବିଶ୍ୱକପ୍‌ ହାସଲ କରିବ ତାହାଲେ ଅତିରିକ୍ତ ୬ ଲକ୍ଷ ଡଲାର ପୁରସ୍କାର ରାଶି ଦେବ। ସେହିପରି ଦଳ ରନର୍ସଅପ୍‌ ହେଲେ ଅତିରିକ୍ତ ୫ ଲକ୍ଷ ଡଲାର ପୁରସ୍କାର ରାଶି ହାସଲ କରିବ। ଏହି ଅତିରିକ୍ତ ପୁରସ୍କାର ରାଶି ମଳିଲେ ପୁରୁଷ ଓ ମହିଳା ଦଳର ପୁରସ୍କାର ରାଶି ସାମାନ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି। ମହିଳା ଓ ପୁରୁଷ କ୍ରିକେଟରଙ୍କ ମଧ୍ୟରେ ଥିବା ଅସମାନତାକୁ ଦୂର କରିବା ପାଇଁ ଆମେ ବଦ୍ଧପରିକର ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କେଭିନ ରବଟର୍‌ସ କହିଛନ୍ତି। ଆମ ପ୍ରତିଭାସମ୍ପନ୍ନ କ୍ରିକେଟରଙ୍କ ଆର୍ଥିକ ଅବସ୍ଥା ସୁଧାରିବାକୁ ପ୍ରୟାସ ଜାରି ରଖିବୁ। ତେବେ ଏଥିପାଇଁ ଆମକୁ ଆହୁରି ବହୁତ କିଛି କରିବାକୁ ପଡିବ। କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସମାନତା ଅଣିବା ଉପରେ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି।
ଦୁଇ ବର୍ଷ ତଳେ କ୍ରିକେଟ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏଶନ ଗୋଟିଏ ବୁଝାମଣା କରିଥିଲେ। ମହିଳା ଓ ପୁରୁଷ କ୍ରିକେଟରଙ୍କ ପାଇଁ ସମାନ ଆଭିମୁଖ୍ୟ ପୋଷଣ କରାଯିବ ବୋଲି ଦୁଇ ସଂସ୍ଥା ସହିମତିରେ ପହଞ୍ଚିଥିଲେ। ଟପ୍‌ ର଼୍ୟାଙ୍କର ଅଷ୍ଟ୍ରେଲିଆ ମହିଳା ଦଳ ଏଥର ଟି୨୦ ବିଶ୍ୱକପ୍‌ରେ ହଟ୍‌ ଫେଭରାଇଟ୍‌ ବିବେଚିତ ହେଉଛି। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ମହିଳା ଦଳ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ମହିଳା କ୍ରିକେଟରେ ଅଧିକ ଅର୍ଥ ଉପାର୍ଜନ ହେଉଛି। ତେଣୁ ୨୦୨୧ ବିଶ୍ୱକପ୍‌ର ପୁରସ୍କାର ରାଶିକୁ ୨ ମିଲିୟନ ଆମେରିକୀୟ ଡଲାରରୁ ୩.୫ ମିଲିୟନକୁ ବୃଦ୍ଧି କରାଯାଇଛି ବୋଲି ଆଇସିସି ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri