ଅଷ୍ଟଶମ୍ଭୁ ପୀଠରେ ହରିହର ଭେଟ

ବିରିଡି, ୨୨।୨ (ଡି.ଏନ୍‌.ଏ.): ପବିତ୍ର ଶିବଚତୁଦ୍ଦଶୀ ତିଥି ଅବସରରେ ଶୁକ୍ରବାର ହାଜିପୁରସ୍ଥିତ ପବିତ୍ର ଧ୍ୟାନକୁଦ ଶ୍ରୀଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ ସେବାୟତମାନଙ୍କ ସହ ଏକ ବିରାଟ ପଟୁଆରରେ ବାଜା, ବାଣ, ରୋଶଣିରେ ଚାନ୍ଦପୁରସ୍ଥିତ ଅଷ୍ଟଶମ୍ଭୁ ଶିବ ମନ୍ଦିରକୁ ଆସିଥିଲେ। ଶ୍ରୀଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ଅଳତି ପରେ ମଦନମୋହନଙ୍କୁ ବିମାନରେ ବିଜେ କରାଯାଇ ଅଷ୍ଟଶମ୍ଭୁ ଶିବ ମନ୍ଦିରକୁ ନିଆଯାଇଥିଲା। ଅଷ୍ଟଶମ୍ଭୁ ମନ୍ଦିରର ସେବାୟତମାନେ ମଦନମୋହନଙ୍କୁ ପାଛୋଟି ନେଇଥିଲେ। ଯଥା ସ୍ଥାନରେ ମଦନମୋହନଙ୍କୁ ଉପବିଷ୍ଟ କରାଇ ପୂଜାର୍ଚ୍ଚନା କରାଯିବା ପରେ ମହାଦେବଙ୍କ ଅଭିଷେକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶେଷ ପର୍ଯ୍ୟାୟରେ ଶ୍ରୀ ମଦନମୋହନଙ୍କ ସମ୍ମୁଖରେ ହୋମ କାର୍ଯ୍ୟ କରାଯାଇ ପରିଶେଷରେ ମହାଦୀପ ଉଠାଯାଇଥିଲା। ମହାଦୀପ ଉଠିବା ପରେ ଶ୍ରୀମଦନମୋହନ ଧ୍ୟାନକୁଦ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ଥାଇ ରୋଗୀଙ୍କୁ ମିଳୁନି ସେବା

କପ୍ତିପଦା,୨୬ା୮(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶିମିଳିପାଳ ପାଦଦେଶ ଆଦିବାସୀ ଅଧ୍ୟୁଷିତ କୁଳିଅଳମ୍‌ ପଞ୍ଚାୟତର ନଛିପୁରଠାରେ ୧୯୯୦ରେ ଖୋଲିଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥାଇ...

କୁର୍ତ୍ତି ହାଟରେ ପିଇଥିଲେ ଲସି: ରାତି ନପାହୁଣୁ ଶତାଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି

ମାଲକାନଗିରି,୧।୫(ଡି.ଏନ୍‌.ଏ.): ଲସି ପିଇ ଶତାଧିକ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ। ଉକ୍ତ ଅଞ୍ଚଳର ୬୦...

୨୦ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ

କଟକ ଅଫିସ,୭।୮: ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ଆସନ୍ତା ୨୦ ସୁଦ୍ଧା ପ୍ରକାଶ ପାଇବ । ଏ ନେଇ ଜୋରଦାର ଉଦ୍ୟମ ଚାଲିଛି। ଚଳିତ ବର୍ଷ...

ଅଚଳାବସ୍ଥାରେ ହୋମିଓପାଥିକ ଡାକ୍ତରଖାନା

ଖଇରା,୧୪ ।୧୧: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଡପୋଖରୀଠାରେ ଥିବା ସରକାରୀ ହୋମିଓପାଥିକ ଡାକ୍ତରଖାନାରେ ଗତ ୯ମାସ ଧରି ଅଚଳାବସ୍ଥା ଲାଗି ରହିଛି। ଡାକ୍ତର...

କରତକଳ ଉପରେ ଚଢ଼ାଉ: ୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ବନ୍ତ,୩୦।୭(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧୀନ କୁଆଂଶମଢ଼ିଆଠାରେ ବେଆଇନ ଭାବେ ଚାଲୁଥିବା ଏକ କରତକଳ ଉପରେ ମଙ୍ଗଳବାର ସକାଳେ ବନବିଭାଗ ପକ୍ଷରୁ...

ଖୋର୍ଦ୍ଧା ଜିଲାରେ ୧୬୪ଜଣଙ୍କ ନମୁନା ନେଗେଟିଭ

ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଚେଷ୍ଟା ଜାରି ରହିଛି। ଶନିବାର ସୁଦ୍ଧା ଖୋର୍ଦ୍ଧା, ଟାଙ୍ଗୀ, ବୋଲଗଡ଼...

ଗୁପ୍ତଧନ ଲାଗି ଚାଲିଥିଲା ତନ୍ତ୍ରପୂଜା: ମହିଳାଙ୍କ ସମେତ ୬ ଅଟକ, ବେଲପାହାଡ଼ ପୋଲିସର ପଚରାଉଚରା

ବେଲପାହାଡ଼,୬।୬(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ପୋଲିସ ଗୁପ୍ତଧନ ପାଇଁ ତନ୍ତ୍ରପୂଜା କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା...

ଅଫର୍‌ ଅଛି, ବେପାର ନାହିଁ

ଅନୁଗୋଳ ଅଫିସ, ୨୫ା୧୦: କରୋନା କବଳରେ ପାର୍ବଣ। ପୂର୍ବ ଭଳି ଉତ୍ସବର ମାହୋଲ ନାହିଁ। ସଂକ୍ରମଣ ଭୟରେ ଅଧିକାଂଶ ଲୋକେ ବାହାରକୁ ଆସୁ ନ ଥିବାରୁ ମାନ୍ଦା...

Advertisement


Archives

Model This Week