Posted inଖେଳ

ଅଲ ଇଣ୍ଡିଆ ଓପନ ଚେସ୍‌: ଶୀର୍ଷରେ ରାକେଶ

କଟକ ଅଫିସ,୧୯ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଗୁରୁବାର ସୁଦ୍ଧା ଟୁର୍ନାମେଣ୍ଟର ୪ ରାଉଣ୍ଡ ଖେଳ ଶେଷ ହୋଇଛି । ଓଡ଼ିଶାର ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ୍‌) ରାକେଶ କୁମାର ଜେନା ୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି । ଗୁରୁବାର ଖେଳାଯାଇଥିବା ୩ୟ ରାଉଣ୍ଡରେ ରାକେଶ ରୁଦ୍ରନାରାୟଣଙ୍କୁ ଓ ୪ର୍ଥ ରାଉଣ୍ଡରେ ସୟନ ବଣିକଙ୍କୁ ହରାଇଥିଲେ। ପୂର୍ବରୁ ପ୍ରଥମ ରାଉଣ୍ଡରେ ରାକେଶ ପଶ୍ଚିମବଙ୍ଗର ଅନୁରାଗ ସରକାରଙ୍କୁ ଓ ଦ୍ୱିତୀୟ ରାଉଣ୍ଡରେ ପଶ୍ଚିମବଙ୍ଗର ସୌମ୍ୟା ଦାସଙ୍କୁ ହରାଇଥିଲେ। ଟୁର୍ନାମେଣ୍ଟର ଟପସିଡ଼ ଖେଳାଳି ଚେନ୍ନାଇ ପ୍ରତିଯୋଗୀ ତଥା ଗ୍ରାଣ୍ଡ ମାଷ୍ଟର ଆର୍‌.ଆର୍‌ ଲକ୍ଷ୍ମଣ ୪ ପଏଣ୍ଟ ପାଇ ସୁଦ୍ଧା ୯ମ ସ୍ଥାନରେ ରହିଛନ୍ତି  । ଲକ୍ଷ୍ମଣ ୩ୟ ରାଉଣ୍ଡରେ ଶୁଭମ ରାୟଙ୍କୁ ଓ ୪ର୍ଥ ରାଉଣ୍ଡରେ ଆୟୁଷ ରବିକୁମାରଙ୍କୁ ପରାସ୍ତ କରିଥିଲେ । ଓଡ଼ିଶାର ଅନ୍ୟତମ ଇଣ୍ଟରନ୍ୟାସନାଲ ମାଷ୍ଟର ଖେଳାଳି ଅନ୍ବେଶ ଉପାଧ୍ୟାୟ ୪ ରାଉଣ୍ଡ ଶେଷ ସୁଦ୍ଧା ୩.୫ ପଏଣ୍ଟ ପାଇ ୧୦ମ ସ୍ଥାନରେ ରହିଛନ୍ତି । ପ୍ରଥମ ଦୁଇ ରାଉଣ୍ଡରେ ବିଜୟ ହୋଇଥିବା ଅନ୍ବେଷ ୩ୟ ରାଉଣ୍ଡରେ ଅଶ୍ୱିନୀ କୁମାର ଗ୍ରୋଭରଙ୍କୁ ପରାସ୍ତ କରି ପଏଣ୍ଟ ସଂଖ୍ୟାରେ ୧ ବୃଦ୍ଧି କରିଥିଲେ । ମହମ୍ମଦ ଅନିଶଙ୍କ ସହ ଖେଳିଥିବା ୪ର୍ଥ ରାଉଣ୍ଡ ଅମୀମାସିଂତ ରହିବା ଫଳରେ ଅନ୍ବେଷ ୩.୫ ପଏଣ୍ଟ ପାଇଛନ୍ତି । ବୁଧବାରଠାରୁ ଆରମ୍ଭ ହୋଇଥିବା ୯ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ନାମେଣ୍ଟ ଆସନ୍ତା ରବିବାର ଉଦ୍‌ଯାପିତ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌: ମାଗୁଛନ୍ତି ଚାକିରି

ମୁମ୍ବାଇ,୧୭।୮: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଆଜିକାଲି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେ ଏବେ ଚାକିରି ସନ୍ଧାନରେ ଅଛନ୍ତି। ଦିନେ ଭାରତୀୟ...

୪ ମାସ ପରେ ଏକାଠି ଖେଳିବେ ରୋହିତ-ବିରାଟ-ପନ୍ତ

ବର୍ମିଂହାମ,୯।୭: ଭାରତୀୟ ଟିମ୍‌ ଶନିବାର ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ଏଜବାଷ୍ଟନରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ପୂର୍ବତନ ଅଧିନାୟକ ବିରାଟ...

କ୍ୱାରାଣ୍ଟାଇନ୍‌ରୁ ବାହାରିଲେ ବିରାଟ କୋହଲି

ସିଡନୀ,୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି -୨୦ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଏକଦିବସୀୟ ସିରିଜ୍‌ ହାରିବା ପରେ ଦିନିକିଆ ଜିତିବା ପରେ ଟିମ...

ଏକଦିବସୀୟ ମ୍ୟାଚ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର୍‌

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ବୋଲରଙ୍କ ପାଇଁ ଏକ ବଡ ଉପଲବ୍ଧି। ବିଶ୍ୱର ଅନେକ ବୋଲର୍‌ ହ୍ୟାଟ୍ରିକ୍‌ ମଧ୍ୟ ନେଇସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଅନ୍ତର୍ଜାତୀୟ...

ଆଇପିଏଲ୍‌-୧୩ ଆୟୋଜନ ପାଇଁ ୟୁଏଇର ପ୍ରସ୍ତାବ

ମୁମ୍ବାଇ,୧୧।୫- କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଠିକ୍‌ ସମୟରେ ଆରମ୍ଭ ହୋଇ ପାରିନାହିଁ । ଭାରତରେ କରୋନା...

ମ୍ୟାଚ୍‌ ଫିକ୍ସିଂ: ଜୋୟସା ୬ ବର୍ଷ ବାସନ୍ଦ

ଦୁବାଇ,୨୯।୪(ପି.ଟି.): ଶ୍ରୀଲଙ୍କା ପୂର୍ବତନ ଦ୍ରୁତ ବୋଲର ତଥା କୋଚ୍‌ ନୂଆନ ଜୋୟସା ସବୁପ୍ରକାର କ୍ରିକେଟରୁ ୬ ବର୍ଷ ବାସନ୍ଦ ହୋଇଛନ୍ତି। ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଦୋଷୀ...

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ପରିବର୍ତ୍ତନ ହୋଇପାରେ ଟିମ ଇଣ୍ଡିଆର ପ୍ଲେ-୧୧

ନୂଆଦିଲ୍ଲୀ,୯।୯: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆର ପ୍ଲେ-୧୧ରେ ପରିବର୍ତ୍ତନ ହୋଇପାରେ।...

ଆଶେସ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ଅଗ୍ରଣୀ

ଲଣ୍ଡନ, ୧୪।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପଛୁଆ...

Advertisement
Archives

Model This Week