ଅଲିମ୍ପିକ୍ସ ଘୁଞ୍ଚିବା ପରେ ପ୍ରସ୍ତୁତି ପାଇଁ ସମୟ ମଳିଛି: ଇର୍ଫାନ

ମୁମ୍ବାଇ, ୧୦।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ୨୦୨୦ ଅଲିମ୍ପିକ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏ ନେଇ ରେସ୍‌ ଓ୍ବାକର କେ.ଟି. ଇର୍ଫାନଙ୍କ କୌଣସି ଅଭିଯୋଗ ନାହିଁ। ବରଂ ଏହା ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ୩୦ ବର୍ଷୀୟ ଇର୍ଫାନ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଗତବର୍ଷ ଅନୁଷ୍ଠିତ ଏସିଆନ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ରେ ସେ ଚତୁର୍ଥ ସ୍ଥାନ ଅଧିକାର ଟୋକିଓ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଥିଲେ।
ଅଲିମ୍ପିକ୍ସ ଘୁଞ୍ଚିଯାଇଥିବାରୁ ଆମ ପାଇଁ ପର୍ଯ୍ୟାପ୍ତ ସମୟ ସୃଷ୍ଟି ହୋଇଛି। ଏହି ସମୟରେ ଆମେ ଅଧିକରୁ ଅଧିକ ଟ୍ରେନିଂ ନେବା ସହ ଅଭ୍ୟାସ କରିପାରିବୁ ଓ ଏହା ପଦକ ହାସଲ ପାଇଁ ସମ୍ଭାବନା ସୃଷ୍ଟି କରିଛି। ରେସ୍‌ ଓ୍ବକିଂ ଏକ ଟେକ୍‌ନିକାଲ ଇଭେଣ୍ଟ। ତେଣୁ ପ୍ରସ୍ତୁତିରେ ଅଧିକ ମନୋନିବେଶ କରିବାକୁ ପାଇଁ ସମୟ ପାଇବି। ଏହା ଦ୍ୱାରା ଆସନ୍ତାବର୍ଷ ଆମେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିପାରିବୁ ବୋଲି ଏକ ସାକ୍ଷାତକାର ଅବସରରେ ଇର୍ଫାନ କହିଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିବାର ମୋର ସବୁଠାରୁ ବଡ଼ ଲକ୍ଷ୍ୟ ରହିଛି। ଗତ ରିଓ ଅଲିମ୍ପିକ୍ସରେ ଆହତ ହୋଇଥିଲି। ଲଣ୍ଡନ ଅଲିମ୍ପିକ୍ସରେ କିନ୍ତୁ ପଦକ ଜିତିବାର ସମ୍ଭାବନା ସୃଷ୍ଟି କରିଥିଲି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଇର୍ଫାନ ଏକ ଘଣ୍ଟା ୨୦ ମିନିଟ ଓ ୨୧ ସେକେଣ୍ଡ ନେଇ ଜାତୀୟ ରେକର୍ଡ ସୃଷ୍ଟ କରିବା ସହ ୧୦ମ ସ୍ଥାନ ଅଧିକାର କରିଥିଲେ। ଯଦି ଆହୁରି ଅଧକ ପରିଶ୍ରମ କରେ ତାହାଲେ ପଦକ ଜିତିବାର ସମ୍ଭାବନା ସୃଷ୍ଟି କରିବି। ପଦକ ଜିତିବା ପାଇଁ ସବୁମତେ ଚେଷ୍ଟା କରିବି ବୋଲି ସେ କହିଛନ୍ତି।
କୋଭିଡ-୧୯ କାରଣରୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ଅନ୍ୟ ଆଥଲେଟଙ୍କ ଭଳି ଇର୍ଫାନ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟର ହଷ୍ଟେଲରେ ରହୁଛନ୍ତି ଓ ବାହାରକୁ ବାହାରିବାର ଅନୁମତି ପାଇ ନାହାନ୍ତି। ଏବେ ଅନୁମତି ମିଳୁ ନ ଥିବାରୁ ଆମକୁ କ୍ୟାମ୍ପସ ବାହାରେ ଅଭ୍ୟାସ କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି କେରଳର ଏହି ଆଥଲେଟ କହିଛନ୍ତି। ଗ୍ରୁପ୍‌ରେ ନୁହଁ ଏକାଏକା ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୁମ୍‌ରେ ସ୍କିପିଂ କରୁଛୁ। ବେଳେବେଳେ ମଧ୍ୟ କ୍ୟାମ୍ପସ ବାହାରକୁ ଯାଉଛୁ ବୋଲି ସେ କହିଛନ୍ତି। ରେସ୍‌ ଓ୍ବାକ ଏକ କ୍ରୀଡ଼ା ବୋଲି ମୋ ପରିବାର ଲୋକ ଜାଣି ନ ଥିଲେ। ଆମ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହଁ। ଏବେ ଅବଶ୍ୟ ମୋ ପରିବାର ମୋତେ ସମର୍ଥନ କରୁଛନ୍ତି। ଆଦାନୀ ଗ୍ରୁପ୍‌ ମୋତେ ସମର୍ଥନ ଜଣାଇଛନ୍ତି ଓ ଏଥିପାଇଁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି। ମୋତେ ଏବେ ଆଦାନୀ ଗ୍ରୁପ୍‌ ସବୁ ପ୍ରକାର ସାହାଯ୍ୟ କରୁଛି। ତେବେ ପୂର୍ବରୁ ମୋତେ କେହି ସାହାଯ୍ୟ କରିବାକୁ କେହି ଆଗେଇ ଆସି ନ ଥିଲେ ବୋଲି ଇର୍ଫାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri