Posted inଜାତୀୟ

ଅର୍ଥନୀତି ନେଇ ମୁହଁ ଖୋଲିଲେ ମନମୋହନ ସିଂହ: ତ୍ରୁଟିପୂର୍ଣ୍ଣ ପରିଚାଳନାରୁ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨ା୯: ଦେଶର ଅର୍ଥନୀତି ଏବେ ଚିନ୍ତାଜନକ ସ୍ଥିତିରେ ରହିଛି। ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଅର୍ଥନୀତି ମାନ୍ଦାବସ୍ଥାର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଯାଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂହ କହିଛନ୍ତି।
ମନମୋହନଙ୍କ କହିବାନୁଯାୟୀ, ଦେଶର ଅର୍ଥନୀତିି ଏବେ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ମୋଦି ସରକାର ପ୍ରତିଶୋଧର ରାଜନୀତି ଛାଡ଼ନ୍ତୁ ବୋଲି ମନମୋହନ କହିବା ସହ ବିମୁଦ୍ରୀକରଣ ଓ ଜିଏସ୍‌ଟିକୁ ‘ମାନବ ରଚିତ ସଙ୍କଟ’ ବୋଲି ଅଭିହିତ କରିଛନ୍ତି। ତାଙ୍କର କହିବାନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ହାର ୫% ରହିବାରୁ ସ୍ପଷ୍ଟ ହେଉଛି ଯେ, ଭାରତର ଅର୍ଥନୀତି ଲମ୍ବା ଅବଧିର ମାନ୍ଦାବସ୍ଥା ଚକ୍ରରେ ଫସିଯାଇଛି। ଦେଶ ଦ୍ରୁତଗତିରେ ବଢ଼ିପାରିବ,କିନ୍ତୁ ମୋଦି ସରକାରଙ୍କ କୁପରିଚାଳନା କାରଣରୁ ଏବେ ମାନ୍ଦାବସ୍ଥା ମାଡି ଆସିଛି। ସେ କହିଛନ୍ତି ଯେ,ମାନବ ରଚିତ ସଙ୍କଟ ଯୋଗୁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି। ଏଥିରୁ ବାହାରିବା ଲାଗି ଚିନ୍ତାଶୀଳ ବ୍ୟକ୍ତିଙ୍କ ସହ ସରକାର ଆଲୋଚନା କରନ୍ତୁ। ଡ.ସିଂହ କହିଛନ୍ତି ଯେ, ବିନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ମାତ୍ର ୦.୬% ରହିବା ଅତ୍ୟନ୍ତ ଚିନ୍ତାଜନକ ବ୍ୟାପାର। ବିଭିନ୍ନ ପ୍ରତିଷ୍ଠାନକୁ ବରବାଦ୍‌ କରାଯାଉଛି ଏବଂ ସେମାନଙ୍କଠାରୁ ସ୍ବାଧୀନତା ଛଡ଼ାଇ ନିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦ୍ୱାରା କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, ଏତେ ବିଶାଳ ପରିମାଣ ରାଶି ଦେବା ପରେ କୌଣସି ବିପଦର ମୁକାବିଲା ବେଳେ ଆର୍‌ବିଆଇ ପରୀକ୍ଷାର ସମ୍ମୁଖୀନ ହେବ। ଘରୋଇ ଚାହିଦା ହ୍ରାସ ପାଇଛି, ବ୍ୟୟ ହାର ୧୮ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ସାରିଲାଣି। ସେହିପରି ଜିଡିପି ଅଭିବୃଦ୍ଧି ହାର ୧୫ ବର୍ଷର ସବୁଠାରୁ ନିମ୍ନରେ ରହିଥିବା ବେଳେ ଟିକସ ଆଦାୟ ଏବେ ସୁଦ୍ଧା ଅନେକ କମ୍‌ ରହିଛି ବୋଲି ଦେଶର ଅର୍ଥନୀତି ସ୍ଥିତି ସଂକ୍ରାନ୍ତରେ ଉଲ୍ଲେଖ କରି ମନମୋହନ ଏହା କହିଛନ୍ତି। ଜିଏସ୍‌ଟି ଲାଗୁ ହେବା ପରେ ଟିକସ ସଂଗ୍ରହ ବଢ଼ିବ ବୋଲି ଆଶା କରାଯାଉଥିଲା ବେଳେ ତାହା ଦୃଷ୍ଟିଗୋଚର ହେଉନାହିଁ। ଛୋଟ ହେଉ କିମ୍ବା ବଡ଼, ସମସ୍ତ ବର୍ଗର ବ୍ୟବସାୟୀଙ୍କୁ ହଇରାଣ କରାଯାଉଛି।

ଟିକସ ଆତଙ୍କବାଦ କମୁନାହିଁ। ନିବେଶକ ସମ୍ପୂର୍ଣ୍ଣ ଭାବେ ନିରୁତ୍ସାହିତ। ଏଭଳି ସ୍ଥିିତିରେ ମାନ୍ଦାବସ୍ଥାରୁ ବାହାରି ଆସିବା ଅସମ୍ଭବ ବୋଲି ସେ କହିଛନ୍ତି। ରୋଜଗାରହୀନ ଅର୍ଥନୀତିକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, କେବଳ ଅଟୋମୋବାଇଲ କ୍ଷେତ୍ରରେ ସାଢ଼େ ୩ ଲକ୍ଷରୁ ଅଧିକ କର୍ମଚାରୀ ବେକାର ହୋଇଗଲେଣି। ସେ କହିଛନ୍ତି ଯେ, ଅସଂଗଠିତ କ୍ଷେତ୍ରରେ ବଡ଼ ଧରଣର ନିଯୁକ୍ତି ହ୍ରାସ ପାଇଛି। ଫଳରେ ଅତି ଦୁର୍ବଳ ଶ୍ରେଣୀ ଏହାଦ୍ୱାରା ବେଶି ପ୍ରଭାବିତ। ଗ୍ରାମୀଣ ଭାରତର ଅବସ୍ଥା ଏବେ ଅତ୍ୟନ୍ତ ସାଂଘାତିକ। କାରଣ କୃଷକଙ୍କୁ ସେମାନଙ୍କ ଫସଲର ଉଚିତ ଦାମ ମିଳୁନାହିଁ। ଫଳରେ ଗ୍ରାମାଞ୍ଚଳର ଆୟ କମିବାରେ ଲାଗିଛି। ମୋଦି ସରକାର ମୁଦ୍ରାସ୍ଫୀତି ହ୍ରାସ କରିଥିବା ଡିିଣ୍ଡିମ ପିଟୁଥିବା ବେଳେ ଏହାର ପ୍ରଭାବ ଚାଷୀ ଓ ସେମାନଙ୍କ ଆୟ ଉପରେ ପଡିଛି ବୋଲି ମନମୋହନ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri