Posted inକଟକ

ଅର୍ଡର ବାତିଲ ହେଲେ ଖୁସି ବାଣ୍ଟୁଛନ୍ତି ଡେଲିଭରି ବୟ ସଞ୍ଜୀବ

କଟକ ଅଫିସ,୨୯ା୫:କଟକର ଜଣେ ସ୍ବିଗି ଡେଲିଭରି ବୟଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି। ଜଣେ ଅସହାୟ ବୃଦ୍ଧଙ୍କୁ ସେ ଏକ ଖାଦ୍ୟ ପ୍ୟାକେଟ ପ୍ରଦାନ କରୁଛନ୍ତି। ଯେଉଁଥିରେ ରହିଛି ଏକ ନାମୀଦାମୀ ହୋଟେଲର ଫାଷ୍ଟଫୁଡ। ଏହି ଫଟୋକୁ ଅଧିକ ମାତ୍ରାରେ ସେୟାର କରାଯାଉଛି। ଡେଲିଭରି ବୟ ଜଣଙ୍କ ହେଲେ ମଙ୍ଗଳାବାଗ ଅଞ୍ଚଳର ସଞ୍ଜୀବ ଶୁକ୍ଳା। କୌଣସି ଗ୍ରାହକ ଅର୍ଡରକୁ ବାତିଲ କରିଦେବା ପରେ ସେ ଏହାକୁ ଗରିବମାନଙ୍କୁ ବାଣ୍ଟି ଦିଅନ୍ତି ବୋଲି କହିଛନ୍ତି। ସ୍ବଳ୍ପ ରୋଜଗାର ଜୀବନ ଭିତରୁ ଅର୍ଡର ବାତିଲ ହେବା ତାଙ୍କ ପାଇଁ ଖୁସି ବାଣ୍ଟିବାର ସୁଯୋଗ ଆଣୁଛି ବୋଲି ସଞ୍ଜୀବ କହିଛନ୍ତି।
ଲକଡାଉନ ସମୟରେ ବିଭିନ୍ନ ବର୍ଗର ଲୋକ ସାହାଯ୍ୟର ହାତ ବଢ଼ାଇଛନ୍ତି। ରାଜନେତା, ଅଭିନେତା, ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ଯୁବବର୍ଗ ଓ ସାମାଜିକ କର୍ମୀ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ଗରିବଙ୍କୁ ଖାଦ୍ୟ ଯୋଗାଇ ନିଜ ବଦାନ୍ୟତାର ପରିଚୟ ଦେଇଛନ୍ତି। ହେଲେ ଜଣେ ସ୍ବିଗି ଡେଲିଭର ବୟ ଲକଡାଉନ ସମୟରେ ଏକ ଭିନ୍ନ ଉପାୟରେ ନିଜ ସହାନୁଭୂତିର ଛାପ ଛାଡ଼ିଛନ୍ତି। ଯାହାକୁ ଫେସବୁକରେ ଅଧିକ ମାତ୍ରାରେ ପ୍ରଶଂସା ମିଳିଛି। ବୁଧବାର ରାତିର ଘଟଣା ଏହା ଥିଲା ଯେ, ଚୌଧୁରୀ ବଜାର ଅଞ୍ଚଳର ଏକ ହୋଟେଲରୁ ୪ଟି ପନିର ରୋଲ ପ୍ୟାକେଟ ନେଇ ସଞ୍ଜୀବ ଗଣ୍ଡରପୁରକୁ ଯାଉଥିଲି। ହେଲେ ବାଟରେ ଗ୍ରାହକ ଜଣଙ୍କ ଅର୍ଡରକୁ ବାତିଲ କରିଦେଲେ ବୋଲି ସୂଚନା ମିଳିଲା। ପରେ ସଞ୍ଜୀବ ରାସ୍ତାରେ ଶୋଇଥିବା ଜଣେ ବୃଦ୍ଧଙ୍କୁ ଖାଦ୍ୟ ଦେଇ ଆସିଥିଲେ। ସଞ୍ଜୀବଙ୍କ କହିବାନୁଯାୟୀ, ଲକଡାଉନ ସମୟରେ ମୋଟ ୬ଥର ଅର୍ଡର ବାତିଲ ହୋଇଛି। ସବୁଥର ସେହି ପ୍ୟାକେଟଗୁଡ଼ିକୁ ରାସ୍ତା କଡ଼ରେ ଶୋଉଥିବା ଲୋକଙ୍କୁ ବାଣ୍ଟି ଦେଇଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?