Posted inକଟକ

ଅର୍ଡର ବାତିଲ ହେଲେ ଖୁସି ବାଣ୍ଟୁଛନ୍ତି ଡେଲିଭରି ବୟ ସଞ୍ଜୀବ

କଟକ ଅଫିସ,୨୯ା୫:କଟକର ଜଣେ ସ୍ବିଗି ଡେଲିଭରି ବୟଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି। ଜଣେ ଅସହାୟ ବୃଦ୍ଧଙ୍କୁ ସେ ଏକ ଖାଦ୍ୟ ପ୍ୟାକେଟ ପ୍ରଦାନ କରୁଛନ୍ତି। ଯେଉଁଥିରେ ରହିଛି ଏକ ନାମୀଦାମୀ ହୋଟେଲର ଫାଷ୍ଟଫୁଡ। ଏହି ଫଟୋକୁ ଅଧିକ ମାତ୍ରାରେ ସେୟାର କରାଯାଉଛି। ଡେଲିଭରି ବୟ ଜଣଙ୍କ ହେଲେ ମଙ୍ଗଳାବାଗ ଅଞ୍ଚଳର ସଞ୍ଜୀବ ଶୁକ୍ଳା। କୌଣସି ଗ୍ରାହକ ଅର୍ଡରକୁ ବାତିଲ କରିଦେବା ପରେ ସେ ଏହାକୁ ଗରିବମାନଙ୍କୁ ବାଣ୍ଟି ଦିଅନ୍ତି ବୋଲି କହିଛନ୍ତି। ସ୍ବଳ୍ପ ରୋଜଗାର ଜୀବନ ଭିତରୁ ଅର୍ଡର ବାତିଲ ହେବା ତାଙ୍କ ପାଇଁ ଖୁସି ବାଣ୍ଟିବାର ସୁଯୋଗ ଆଣୁଛି ବୋଲି ସଞ୍ଜୀବ କହିଛନ୍ତି।
ଲକଡାଉନ ସମୟରେ ବିଭିନ୍ନ ବର୍ଗର ଲୋକ ସାହାଯ୍ୟର ହାତ ବଢ଼ାଇଛନ୍ତି। ରାଜନେତା, ଅଭିନେତା, ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ଯୁବବର୍ଗ ଓ ସାମାଜିକ କର୍ମୀ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ଗରିବଙ୍କୁ ଖାଦ୍ୟ ଯୋଗାଇ ନିଜ ବଦାନ୍ୟତାର ପରିଚୟ ଦେଇଛନ୍ତି। ହେଲେ ଜଣେ ସ୍ବିଗି ଡେଲିଭର ବୟ ଲକଡାଉନ ସମୟରେ ଏକ ଭିନ୍ନ ଉପାୟରେ ନିଜ ସହାନୁଭୂତିର ଛାପ ଛାଡ଼ିଛନ୍ତି। ଯାହାକୁ ଫେସବୁକରେ ଅଧିକ ମାତ୍ରାରେ ପ୍ରଶଂସା ମିଳିଛି। ବୁଧବାର ରାତିର ଘଟଣା ଏହା ଥିଲା ଯେ, ଚୌଧୁରୀ ବଜାର ଅଞ୍ଚଳର ଏକ ହୋଟେଲରୁ ୪ଟି ପନିର ରୋଲ ପ୍ୟାକେଟ ନେଇ ସଞ୍ଜୀବ ଗଣ୍ଡରପୁରକୁ ଯାଉଥିଲି। ହେଲେ ବାଟରେ ଗ୍ରାହକ ଜଣଙ୍କ ଅର୍ଡରକୁ ବାତିଲ କରିଦେଲେ ବୋଲି ସୂଚନା ମିଳିଲା। ପରେ ସଞ୍ଜୀବ ରାସ୍ତାରେ ଶୋଇଥିବା ଜଣେ ବୃଦ୍ଧଙ୍କୁ ଖାଦ୍ୟ ଦେଇ ଆସିଥିଲେ। ସଞ୍ଜୀବଙ୍କ କହିବାନୁଯାୟୀ, ଲକଡାଉନ ସମୟରେ ମୋଟ ୬ଥର ଅର୍ଡର ବାତିଲ ହୋଇଛି। ସବୁଥର ସେହି ପ୍ୟାକେଟଗୁଡ଼ିକୁ ରାସ୍ତା କଡ଼ରେ ଶୋଉଥିବା ଲୋକଙ୍କୁ ବାଣ୍ଟି ଦେଇଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କଟକରେ ମା’ହେଲେ ଦଶମ ଶ୍ରେଣୀ ଛାତ୍ରୀ: ବଳାତ୍କାର ପରେ…

କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ...

ମୋକିମ୍‌ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…

ଭୁବନେଶ୍ୱର, ୧୫।୧୨: ମହମଦ୍‌ ମୋକିମ୍‌ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri