ଅରୁଣ-ମହେଶଙ୍କ ହ୍ୟାଟ୍ରିକ

ନିର୍ଦ୍ଦେଶକ ମହେଶ ହାଜରା ଏବଂ ନାଟ୍ୟକାର ଅରୁଣ ନାୟକ ହ୍ୟାଟ୍ରିକ ମାରିଛନ୍ତି। ଗୋଟିଏ ଅପେରା ପାର୍ଟିରେ ଲଗାତର ତୃତୀୟ ଥର ପାଇଁ ସେମାନେ ଏକାଠି କାମ କରିବାକୁ ଯାଉଛନ୍ତି। ଅର୍ଥାତ୍‌, ଅନ୍ୟତମ ଅଗ୍ରଣୀ ଅପେରା ପାର୍ଟି ବାଘାଯତିନ ଲୋକନାଟ୍ୟର ଆସନ୍ତା ଯାତ୍ରା ସିଜନ ପାଇଁ ପ୍ରସ୍ତୁତ ହେଉଛି ନୂଆ ନାଟକ, ଯାହାର ଶୀର୍ଷକ ରହିଛି ‘ତୁ କାନ୍ଦିଲେ ମୁଁ କାନ୍ଦିବି’। ନାଟକଟିକୁ ରଚନା କରୁଛନ୍ତି ଅରୁଣ ନାୟକ ଏବଂ ନିର୍ଦ୍ଦେଶନାର ଗୁରୁ ଦାୟିତ୍ୱ ତୁଲାଇବେ ଓଲିଉଡ୍‌ ମେକର ଭାବରେ ପରିଚିତ ମହେଶ। ଏହାପୂର୍ବରୁ ଏହି ପାର୍ଟିର ଗତ ବର୍ଷର ନାଟକ ‘ମୃତ୍ୟୁଦଣ୍ଡ’ ଏବଂ ଚଳିତ ଯାତ୍ରା ସିଜନରେ ପ୍ରଶଂସା ସାଉଁଟି ଚାଲିଥିବା ନାଟକ ‘ସୀତାର ଜଳୁଚି ଚିତା’ ଯଥାକ୍ରମେ ରଚନା ଏବଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇ ଏହି ଯୋଡ଼ି ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ତେବେ ନୂଆ ନାଟକରେ କି ସ୍ପେଶାଲ ମସଲା ରହିଛି ତାହା ଏବେ କହିବା ଠିକ୍‌ ହେବନି ଏବଂ ନାଟକଟିକୁ ଦେଖିଲେ ହିଁ ଜାଣିପାରିବେ ବୋଲି କହନ୍ତି ମହେଶ। ତେବେ ଏହି ନାଟକ ଆସନ୍ତା ଯାତ୍ରା ସିଜନରେ ଅପେରାପ୍ରେମୀକୁ କେତେ ମତୁଆଲା କରୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନୀଷା କୋଇରାଲାଙ୍କୁ ଖରାପ ଅଭିନେତ୍ରୀ କହିଥିଲେ ଏହି ନିର୍ଦ୍ଦେଶକ, ଆଉ ତା’ ପରେ….

ବଲିଉଡ୍‌ ଅଭିନେତ୍ରୀ ମନୀଷା କୋଇରାଲା ୧୬ ଅଗଷ୍ଟ ୧୯୭୦ରେ ନେପାଳର କାଠମାଣ୍ଡୁରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ତାଙ୍କ ୫୧ ତମ ଜନ୍ମଦିନ ପାଳନ କରୁଛନ୍ତି।...

ଅରବାଜ କିଣିଲେ ନୂଆ ଘର, ଲୁଲିଆଙ୍କ ସହ ପହଞ୍ଚିଲେ ସଲମାନ

ବଲିଉଡ ଅଭିନେତା ତଥା ସଲମାନଙ୍କ ଭାଇ ଅରବାଜ ଖାନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ନିକଟରେ ନୂଆ ଘରେ ସେ ଏକ ପାର୍ଟିର ଆୟୋଜନ...

ବେବିବମ୍ପ୍‌ ସହ ରାସ୍ତାରେ ନଜର ଆସିଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଗର୍ଭବତୀ ଅଛନ୍ତି। ସେ ଏବେ ଲଣ୍ଡନ ରାସ୍ତାରେ ଭଉଣୀ ରିୟା କପୁରଙ୍କ ସହ ତାଙ୍କ ଖୁସି ସମୟ ବିତାଉଥିବାର ନଜର...

ରିଲିଜ ବିନା ୧୩ କୋଟି ଟଙ୍କାର ଗ୍ରସ କଲେକଶନ କଲା ‘ଯବାନ’

ମୁମ୍ବାଇ: ବଲିଉଡ କିଙ୍ଗ ଖାଁଙ୍କ ଅପକମିଂ ଫିଲ୍ମ ‘ଯବାନ’ର ଆଡଭାନ୍ସ ବୁକିଂ ଜଙ୍ଗଲର ନିଆଁ ଭଳି ବଢି ଚାଲିଛି। ବୁକିଂ ଆରମ୍ଭ ହେବାର ୪୮ ଘଣ୍ଟା...

ଏହି ଅଭିନେତ୍ରୀ ନିଜକୁ କହିଲେ ବେଡ୍‌ରୁମ୍‌ ପ୍ରିନ୍‌ସେସ୍‌

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ମାତ୍ର ସେ ବର୍ତ୍ତମାନ ସୁଦ୍ଧା ଫିଲ୍ମ ଦୁନିଆରେ...

ଡ୍ରେସ ବଦଳରେ ତକିଆ ପିନ୍ଧିଲେ ତମନ୍ନା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍‌ରେ ସମସ୍ତ ବଲିଉଡ୍‌ ଅଭିନେତା, ଅଭିନେତ୍ରୀମାନେ ଏକପ୍ରକାର ବନ୍ଦ ହୋଇଯାଇଛନ୍ତି।...

ୟାଦେଁ

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ସୁନୀଲ ଦତ୍ତ। ଯେ କୌଣସି ଭୂମିକା ହେଉ, ତାହାକୁ ସୁଚାରୁରୂପେ ତୁଲାଇବାରେ ସେ ଥିଲେ ମାହିର। ୧୯୬୪ରେ ନିର୍ମିତ...

ଏହି ଦିନ ରିଲିଜ୍‌ ହେବ ସିଦ୍ଧାର୍ଥ-ରଶ୍ମିକାଙ୍କ ଫିଲ୍ମ ‘ମିଶନ ମଜ୍‌ନୁ’

ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଶେରଶାହାରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ତାଙ୍କର ଆଉ ଏକ ଫିଲ୍ମ ‘ମିଶନ ମଜ୍‌ନୁ’ ଜୁନ୍‌ ୧୦ରେ...

Advertisement
Archives

Model This Week