ଅଯୋଧ୍ୟା ରାୟକୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ବିରୋଧ: ‘ସୁପ୍ରିମକୋର୍ଟଙ୍କ ରାୟ ଦେଶ ପାଇଁ ବିପଜ୍ଜନକ’

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ):  ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦର ସୁପ୍ରିମକୋର୍ଟଙ୍କ ରାୟ ଉପରେ ସୋମବାର ପ୍ରଥମଥର ପାଇଁ ମନ୍ତବ୍ୟ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏହା ଦେଶ ପାଇଁ ବିପଜ୍ଜନକ ହେବ ଏବଂ ଅଶାନ୍ତି ସୃଷ୍ଟି କରିବ ବୋଲି ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିିଛନ୍ତି। ଅଯୋଧ୍ୟାରେ ମସ୍‌ଜିଦ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ସୁନ୍ନୀ ଓ୍ବାକ୍‌ଫ ବୋର୍ଡକୁ ୫ଏକର ଜମି ପ୍ରଦାନ କରିବା ଦୁର୍ଭାଗ୍ୟଜନକ ଏବଂ ଭବିଷ୍ୟତରେ ଏହା ଆତଙ୍କବାଦୀଙ୍କ ପ୍ରମୁଖ ଠିକଣାରେ ପରିଣତ ହେବ ବୋଲି ସେ କହିଛନ୍ତି। ସ୍ଥାନୀୟ ରେଲ୍‌ଓ୍ବେ ଅଡିଟୋରିୟମ୍‌ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ଶଙ୍କରାଚାର୍ଯ୍ୟ କହିଥିଲେ, ହିନ୍ଦୁ ଓ ମୁସଲମାନ୍‌ମାନେ ଶାନ୍ତିରେ ରହିବେ ବୋଲି ପାକିସ୍ତାନ ଓ ଭାରତ ପରସ୍ପରଠାରୁ ଅଲଗା ହୋଇଥିଲେ। ହେଲେ ଏବେ ଦୁଇ ଦେଶ ମଧ୍ୟରେ ଶାନ୍ତି ନାହିଁ। ପାକିସ୍ତାନ ଆତଙ୍କବାଦୀଙ୍କ କେନ୍ଦ୍ରସ୍ଥଳୀ ବୋଲି ଖୋଦ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସ୍ବୀକାର କରିଛନ୍ତି। ଏହାପରେ ମଧ୍ୟ ଆମେ ନିଜ ଜମିକୁ ଆତଙ୍କବାଦୀଙ୍କୁ ଦେଉଛୁ। ଉକ୍ତ ୫ଏକର ଜମିରେ ଯଦି ମସ୍‌ଜିଦ ନିର୍ମାଣ ହୁଏ ତାହେଲେ ଅଯୋଧ୍ୟା ଆଉ ଏକ ମକ୍କାରେ ପରିଣତ ହେବ। ଆତଙ୍କବାଦୀଙ୍କ ପ୍ରବେଶ ଦ୍ୱାର ହେବା ସହ ଉତ୍ତରପ୍ରଦେଶ ଆଉ ଏକ ପାକିସ୍ତାନରେ ପରିଣତ ହେବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଗୋଟିଏ ସ୍ଥାନରେ ଯଦି ଉଭୟ ମନ୍ଦିର ଓ ମସ୍‌ଜିଦ ନିର୍ମାଣ ହେବାର ଥିଲା ତା’ହେଲେ ଆଗରୁ କ’ଣ ପାଇଁ ହେଉ ନ ଥିଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ନରସିମ୍‌ହା ରାଓ, ବାଜପେୟୀ ସରକାରଙ୍କ ସମୟରେ ଏହି ସମାନ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଆମେ ଏଥିରେ ରାଜି ନ ହେବାରୁ ନିଷ୍ପତ୍ତିକୁ ରଦ୍ଦ କରାଯାଇଥିଲା। ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବା ପୂର୍ବରୁ ୪ ଧାମର ଶଙ୍କରାଚାର୍ଯ୍ୟମାନଙ୍କ ପରାମର୍ଶ କିମ୍ବା ମତାମତ ଲୋଡ଼ିନାହାନ୍ତି। ରାଜନେତାମାନେ ନିଜ ସ୍ବାର୍ଥକୁ ଦୃଷ୍ଟିରେ ରଖି ଧର୍ମଗୁରୁ ସୃଷ୍ଟି କରୁଛନ୍ତି ଓ ସେମାନଙ୍କ ମତକୁ ଆଧାର କରି ନିଜ ନିଜର ସ୍ବାର୍ଥସାଧନ କରୁଛନ୍ତି। ତେଣୁ ପାର୍ଲାମେଣ୍ଟରେ ସ୍ବତନ୍ତ୍ର ଅଧିବେଶନ କରି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଖାରଜ କରିବାକୁ ଶଙ୍କରାଚାର୍ଯ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୨୫୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ...

CORONAVIRUS UPDATE: ରାଜ୍ୟରେ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬୧୨ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୦୦ ଟପିଲା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର ରେକର୍ଡ ସଂଖ୍ୟକ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୦୦ ଡେଇଁଛି। ଏବେ ମୋଟ...

‘ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ୍‌ କର’

କଟକ ଅଫିସ, ୨୫ା୮: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ନେଇ ସ୍ବଚ୍ଛତା ନିମନ୍ତେ ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ କର। ଏହାର ଭିଡିଓଗ୍ରାଫି...

ସରକାର ଗଠନ ଦାବି ଜଣାଇଲେ ନବୀନ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛନ୍ତି। ରବିବାର ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତ କ୍ରମେ...

ଏଥର ବିନା କଟକଣାରେ ହେବ ଗଣେଶ ପୂଜା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଏଥର ବିନା କଟକଣାରେ ପାଳନ ହେବ ଗଣେଶ ପୂଜା। ଗତ ୨ ବର୍ଷ ଧରି କରୋନା କଟକଣା ଭିତରେ ବିନା ଭକ୍ତରେ ପ୍ରଭୁଙ୍କ ପୂଜା...

୧୭,୭୩,୨୪୪ ପରିବାରକୁ ପାଇପ୍‌ ଯୋଗେ ପାନୀୟଜଳ

ଭୁବନେଶ୍ୱର,୨୬ା୭(ବ୍ୟୁରୋ):ଚଳିତବର୍ଷ ୧୭,୭୩,୨୪୪ ଗ୍ରାମୀଣ ପରିବାରଙ୍କୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ। ଏପର୍ଯ୍ୟନ୍ତ ରାଜ୍ୟର ୪୩, ୮୬, ୭୫୯ ପରିବାରକୁ ଟ୍ୟାପ୍‌ ଯୋଗେ ପିଇବା ପାଣି...

ନାବାଳିକାଙ୍କ ବିବାହ ବନ୍ଦ କଲା ପୋଲିସ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୧।୧୧ (ଡି.ଏନ.ଏ/ସ୍ବ.ପ୍ର): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଲଙ୍ଗୁଳି ମଠ ପରିସରରେ ବୁଧବାର ନାବାଳିକାଙ୍କ ବିବାହ ଆୟୋଜନ ଚାଲିଥିଲା। ଖବରପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ...

‘ଅକ୍ଷର’ ଅନିଶ୍ଚିତତା: ହୋଇପାରୁନି ନିଷ୍ପତ୍ତି

ଭୁବନେଶ୍ବର, ୧୫ା୧୧ (ବ୍ୟୁରୋ): ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜନ ନେଇ ଅନିଶ୍ଚିତତା ଲାଗି ରହିଛି। ଏ ନେଇ ସୋମବାର ଦୁଇଥର ବୈଠକ ଓ ଆଲୋଚନା...

Advertisement
Archives

Model This Week