‘ଅଯୋଧ୍ୟା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲା’

ନୂଆଦିଲ୍ଲୀ,୩୧ା୧୦: ଅଯୋଧ୍ୟା ଜମି ବିବାଦ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ମଧ୍ୟରୁ ଅନ୍ୟତମ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ କହିଛନ୍ତି। ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଏହି ମାମଲାର ଶୁଣାଣି କରୁଥିବା ୫ ଜଣିଆ ସାମ୍ବିଧାନିକ ପୀଠରେ ଜଷ୍ଟିସ୍‌ ବୋବ୍‌ଡେ ଅଛନ୍ତି। ଦୀର୍ଘବର୍ଷର ଏହି ଜମି ବିବାଦ ମାମଲାର କ୍ରମାଗତ ୪୦ ଦିନରୁ ଊର୍ଦ୍ଧ୍ୱ ଶୁଣାଣି ପରେ ରାୟ ସଂରକ୍ଷିତ ରହିଛି। ଆସନ୍ତା ୧୭ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବାକୁ ଯାଉଥିଲାବେଳେ ଏହା ପୂର୍ବରୁ ରାୟ ପ୍ରକାଶ ପାଇବା ଆଶା କରାଯାଉଛି।
ଏକ ଘରୋଇ ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେବାବେଳେ ଅଯୋଧ୍ୟା ମାମଲା ତାଙ୍କ କ୍ୟାରିୟରର ଏକ ମାଇଲ୍‌ଖୁଣ୍ଟ ହେବ କି ବୋଲି ପ୍ରଶ୍ନର ଉତ୍ତରରେ ଜଷ୍ଟିସ୍‌ ବୋବ୍‌ଡେ କହିଥିଲେ, ଏହା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା। ଅଯୋଧ୍ୟାର ୨.୭୭ ଏକର ଜମିକୁ ନେଇ ଦୀର୍ଘଦିନରୁ ହିନ୍ଦୁ ଓ ମୁସଲମାନ ପକ୍ଷଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲାବେଳେ ୮୦ ଦଶକରୁ ଏହାକୁ ନେଇ ରାଜନୀତି ଜୋର ଧରିଛି। ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଥିବା ଏକ ମନ୍ଦିରକୁ ଭଙ୍ଗାଯାଇ ସେଠାରେ ବାବ୍ରୀ ମସ୍‌ଜିଦ ନିର୍ମାଣ ହୋଇଥିବା ବିଶ୍ୱାସ କରାଯାଏ। ୧୯୯୨ ଡିସେମ୍ବର ୬ରେ ହିନ୍ଦୁ କରସେବକମାନେ ଷୋଡ଼ଶ ଶତାବ୍ଦୀର ଉକ୍ତ ମସ୍‌ଜିଦକୁ ଭାଙ୍ଗି ଦେଇଥିଲେ। ଏହା ପରବର୍ତ୍ତୀ ଦଙ୍ଗାରେ ୩୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଦୀର୍ଘଦିନ ଧରି କୋର୍ଟଙ୍କ ବିଚାରାଧୀନ ଥିବା ଏହି ମାମଲା ଗତବର୍ଷ ପୁଣିଥରେ ଜୋର ଧରିଥିଲା। ମାମଲାର ଆପୋସ ସମାଧାନ ଲାଗି ଚଳିତ ବର୍ଷ ଆରମ୍ଭରେ ସୁପ୍ରିମକୋର୍ଟ ଏକ ମଧ୍ୟସ୍ଥ କମିଟି ଗଠନ କରିଥିଲେ। ଉକ୍ତ କମିଟି ସମାଧାନ ସୂତ୍ର ବାହାର କରିବାରେ ବିଫଳ ହେବା ପରେ ଅଗଷ୍ଟ ୬ରୁ ଅଦାଲତ ଦୈନନ୍ଦିନ ଶୁଣାଣି ଆରମ୍ଭ କରିଥିଲେ।
ନଭେମ୍ବର ୧୮ରେ ଜଷ୍ଟିସ୍‌ ବୋବ୍‌ଡେ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ। ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବୋବ୍‌ଡେ ୨୦୧୩ ଏପ୍ରିଲରେ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଗୋପନୀୟତା ସାମ୍ବିଧାନିକ ଅଧିକାର କି ନୁହେଁ ତାହା ଉପରେ ନିଷ୍ପତ୍ତି ନେବା ଲାଗି ଗଠିତ ୯ ଜଣିଆ ପୀଠରେ ଜଷ୍ଟିସ୍‌ ବୋବ୍‌ଡେ ଥିଲେ। ସେହିପରି ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ବିରୋଧରେ ପୂର୍ବତନ ମହିଳା କର୍ମଚାରୀ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର ଅନୁଧ୍ୟାନ ପାଇଁ ଜଷ୍ଟିସ୍‌ ବୋବ୍‌ଡେଙ୍କ ନେତୃତ୍ୱରେ ୩ ଜଣିଆ ଇନ୍‌ହାଉସ୍‌ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟିରେ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ଇନ୍ଦୁ ମାଲହୋତ୍ରା ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?