Posted inଜାତୀୟ

ଅଯୋଧ୍ୟା: ଟ୍ରଷ୍ଟ ଗଠନ ପୂର୍ବରୁ ମନ୍ଦିର ପୂଜାରୀ ନେଇ ଟଣାଓଟରା

ଅଯୋଧ୍ୟା,୩।୧୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏକ ମାସ ବିତି ଯାଇଛି। ଟ୍ରଷ୍ଟ ଗଠନ ପୂର୍ବରୁ ମନ୍ଦିର ପୂଜାରୀ ହେବାକୁ ନେଇ ଟଣାଓଟରା ଆରମ୍ଭ ହୋଇଛି। ରାମଜନ୍ମଭୂମି ନ୍ୟାସ ସଦସ୍ୟ ତ୍ରିଲୋକୀ ନାଥ ପାଣ୍ଡେ ପୂଜାରୀ ହେବା ଲାଗି ଦାବି କରିଛନ୍ତି। ତେବେ ରାମମନ୍ଦିର ମାମଳାରେ ପକ୍ଷ ରହିଥିବା ମହନ୍ତ ଧର୍ମଦାସ ମନ୍ଦିରର ପୂଜାରୀ ହେବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ୧୯୪୯ରେ ତାଙ୍କ ଗୁରୁ ଅଭିରାମ ଦାସ ମନ୍ଦିରର ପୂଜାରୀ ଥିଲେ। ତେଣୁ ପରମ୍ପରା ଅନୁସାରେ ସେ ମନ୍ଦିରର ପୂଜାରୀ ହେବେ ବୋଲି ଧର୍ମଦାସ ଦାବି କରିଛନ୍ତି। ସମ୍ପ୍ରତି ରାମଲଲାଙ୍କ ପୂଜା ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କରୁଛନ୍ତି। ସେ ଧର୍ମଦାସଙ୍କ ବଡ଼ ଗୁରୁ ଭାଇ। ସତ୍ୟେନ୍ଦ୍ରଙ୍କୁ କମିଶନରଙ୍କ କର୍ମଚାରୀ ବୋଲି ତ୍ରିଲୋକୀ ପାଣ୍ଡେ କହିଛନ୍ତି। ଟ୍ରଷ୍ଟ ଗଠନ ପରେ ସତ୍ୟେନ୍ଦ୍ର ଆଉ ସେ ପଦବୀରେ ରହି ପାରିବେ ନାହିଁ ବୋଲି ସେ କହିଛନ୍ତି। ସେହିପରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପୂଜାରୀ ଦାୟିତ୍ୱ ରାମାନନ୍ଦ ସମ୍ପ୍ରଦାୟକୁ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମ ମିସ୍ରି ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ, ୨୯।୧୨: ଗତ ସପ୍ତାହରେ ଚାଇନାରୁ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକାଳ ଶେଷ କରି ଫେରିଥିବା ବରିଷ୍ଠ କୂଟନୀତିଜ୍ଞ ବିକ୍ରମ ମିସ୍ରି ଭାରତର ଜାତୀୟ ସୁରକ୍ଷା ଉପପରାମର୍ଶଦାତା...

ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାଙ୍ଗୁ ବଜାଇ ପ୍ରଚାର କରୁଛନ୍ତି ଛେଦୁ…

ସିରାଥୁ, ୧୬।୨ : ଉତ୍ତରପ୍ରଦେଶର କୌଶମ୍ଭିର ହଟ୍‌ ବିଧାନସଭା ଆସନ ଭାବେ ସିରାଥୁକୁ ବିବେଚନା କରାଯାଉଛି। ଏଠାରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିର୍ବାଚନ ଲଢୁଛନ୍ତି।...

ବିଜୟା ଦଶମୀରେ କେସିଆର୍‌ କରିପାରନ୍ତି ବଡ଼ ଘୋଷଣା

ହାଇଦ୍ରାବାଦ,୨୯।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଆସନ୍ତା ଅକ୍ଟୋବର ୫ ବିଜୟା ଦଶମୀରେ ତାଙ୍କର ଜାତୀୟ ଦଳ ଶୁଭାରମ୍ଭ...

ମୋଦି ସରକାର ଦେଶର ଯୁବବର୍ଗଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି, କହିଲେ ରାହୁଲ…

ଉଦୟପୁର, ୧୫।୫ : ରାଜସ୍ଥାନର ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିରର ତୃତୀୟ ଦିନରେ ରାହୁଲ ଗାନ୍ଧୀ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଭାଜପାରେ...

ମେଘାଳୟର ଶାଲ, ଛତିଶଗଡ଼ର ଡୋକରା କଳାକୃତି ଗ୍ରୀସ ନେତାଙ୍କୁ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦିବସୀୟ ଗ୍ରୀସ ଗସ୍ତ ସମୟରେ ସେଠାରେ ତାଙ୍କ ସମକକ୍ଷଙ୍କୁ ଭାରତୀୟ ଲୋକ ସଂସ୍କୃତି ସହ ଜଡିତ ଉପହାର ଦେଇଛନ୍ତି।...

ମୂଷଳ ଧାରା ବର୍ଷାରେ ଭିଜି ଭାଷଣ ଦେଲେ ରାହୁଲ

ମହୀଶୁର,୩।୧୦: ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବଳ ବର୍ଷା ମଧ୍ୟରେ କର୍ନାଟକର ମହୀଶୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

କର୍ନାଟକ କ୍ୟାବିନେଟର ହେଲା ସମ୍ପ୍ରସାରଣ, ୨୪ ବିଧାୟକ ନେଲେ ମନ୍ତ୍ରୀ ପଦର ଶପଥ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଶନିବାର କ୍ୟାବିନେଟ ସମ୍ପ୍ରସାରଣ କରାଯାଇଛି। କଂଗ୍ରେସ ପକ୍ଷରୁ ଆଉ ୨୪ ବିଧାୟକ ମନ୍ତ୍ରୀପଦର ଶପଥ ନେଇଛନ୍ତି। ଏହି ମନ୍ତ୍ରୀମାନେ ଶପଥ ନେବା ପରେ...

ଅମ୍ବାନୀଙ୍କ ଘରେ ପୁଣି ବାଜିବ ଶାହାନାଇ!

ମୁମ୍ବାଇ,୧୯ ।୧୨: ଉଦ୍ଦ୍ୟୋଗପତି ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କର ଏନଗେଜମେଣ୍ଟ ସରିଛି । କୃଷ୍ଣା ଶାହାଙ୍କ ସହ ଅନମୋଲଙ୍କର...

Advertisement
Archives

Model This Week