ଅମ୍ଫନ ପ୍ରଭାବରେ ପେଟ୍ରୋଲ ପମ୍ପ, ଘର କ୍ଷତିଗ୍ରସ୍ତ

କେନ୍ଦୁଝର,୨୦ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଅମ୍ଫନ ବାତ୍ୟାର ପ୍ରଭାବରେ ବୁଧବାର ବର୍ଷା ହୋଇଥିଲା। ସକାଳ ୮ଟା୩୦ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୨୮୦.୮ ମିମି ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ଝୁମ୍ପୁରା ବ୍ଲକରେ ୪୭ ମିମି ବର୍ଷା ହୋଇଥିବା ବେଳେ ଘଷିପୁରା ବ୍ଲକରେ ୪୨.୨ ମିମି, କେନ୍ଦୁଝର ବ୍ଲକରେ ୪୦,୪ ମିମି ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି। ହାଟଡିହୀ, ସଦର, ଆନନ୍ଦପୁର ବ୍ଲକ ଅଞ୍ଚଳରେ ଗଛ ଉପୁଡି ପଡିଥିଲ। ଏହି କାରଣରୁ ରାସ୍ତା ଅବରୋଧ ସହିତ ଘର ଭାଙ୍ଗିଥିବା ଜଣାପଡିଛି। ଓଡ୍ରାଫ ଟିମ କେତେକ ଅଞ୍ଚଳରେ ଗଛ କାଟି ସଫା କରିଥିଲେ। ସେହିପରି ଏହାର ପ୍ରଭାବରେ ହରିଚନ୍ଦନପୁର ବ୍ଲକର ଭଗାମୁଣ୍ଡା ଠାରେ ଏକ ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କିଷାନ ସେବା ଦ୍ୱାରା ପରିଚାଳିତ ଏହି ପେଟ୍ରୋଲ ପମ୍ପର ଛାତ ଭାଙ୍ଗି ତଳେ ପଡିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା ଆଗରେ ଉତ୍ତେଜନା

କେନ୍ଦୁଝର,୧୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରଖାନା ଆଗରେ ଚାପା...

ଫେରିଗଲେ ୭ଲକ୍ଷ ବିଦେଶୀ ପକ୍ଷୀ

ବାଲୁଗାଁ,୨୭।୨(ଡି.ଏନ୍‌.ଏ.): ଗ୍ରୀଷ୍ମ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଚିଲିକାରୁ ବିଦେଶାଗତ ପକ୍ଷୀ ଏବେ ସ୍ବଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଶନିବାର ସୁଦ୍ଧା ଚିଲିକାରୁ ୭ଲକ୍ଷରୁ...

ଗଛ ତଳେ ନେଇଥିଲେ ଆଶ୍ରୟ, ହେଲା ବଜ୍ରପାତ

କୁଆଁରମୁଣ୍ଡା,୧୭।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଘଡଘଡି ସହ ପ୍ରବଳ ବର୍ଷ ହୋଇଥିଲା। ସେତିକିବେଳେ କୋଏଲ ନଦୀ ପାର୍ଶ୍ୱ ଚଇନପୁର...

୧୧୦ ବର୍ଷର ଶିକ୍ଷାନୁଷ୍ଠାନ ଆଜି ଅବହେଳିତ

ଜଳେଶ୍ୱର, ୧୯।୩-ସଂସ୍କୃତ ଶିକ୍ଷାର ପ୍ରସାର ଲାଗି ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ବାଲେଶ୍ୱର ଜିଲା ଅଧୀନ ଜଳେଶ୍ୱର ବ୍ଲକର ଶାଳିକୋଠା ଗ୍ରାମରେ ୧୯୧୦ ମସିହାରୁ ପ୍ରତିଷ୍ଠା ହୋଇଥିବା ଶିକ୍ଷାନୁଷ୍ଠାନ...

କେନାଲରେ ବୁଡି ୨ଛାତ୍ର ମୃତ୍ୟୁ ଘଟଣା : ଉଭୟଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଖଇରା, ୨୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ରଟିଣା ପ୍ରହଲ୍ଲାଦ ନୋଡାଲ ହାଇସ୍କୁଲର ୨ଜଣ ୭ମ ଶ୍ରେଣୀ ଛାତ୍ର କେନାଲରେ ବୁଡି ପ୍ରାଣ ହରାଇବା ଘଟଣାରେ...

ପେନାଲା ଗ୍ରାମକୁ ରାସ୍ତା ନାହିଁ: କାଠଗଣ୍ଡିରେ ଯାତାୟାତ କରୁଛନ୍ତି ଆଦିବାସୀ

ବାଲିଗୁଡ଼ା,୨୧।୧୨(ଡି.ଏନ୍‌.ଏ.): କନ୍ଧମାଳର ବିକାଶ ପାଇଁ ସରକାରୀସ୍ତରରେ ସ୍ବତନ୍ତ୍ର ଯୋଜନା ରହିଛି। ହେଲେ ଏବେ ମଧ୍ୟ ଅନେକ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇଛି। ଫଳରେ ବର୍ଷବର୍ଷ ଧରି ଲୋକେ...

ସଙ୍ଗରୋଧ କେନ୍ଦ୍ରରୁ ଫେରୁଥିବା ମା’ ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ

ପାତ୍ରପୁର,୫ା୭(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜରଡ଼ା ଥାନା ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରରୁ ଚାଲିଚାଲି ଫେରୁଥିବା ମା’ ପୁଅଙ୍କୁ ରବିବାର ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି।...

‘ବିଧାନସଭାରେ ଉଠିବ ହାଜତ ମୃତ୍ୟୁ ପ୍ରସଙ୍ଗ’

ପୁରୀ ଅଫିସ,୨୦।୧୧: ପୋଲିସ ହେପାଜରେ ଯୁବକଙ୍କ ମୃତ୍ୟୁକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛି ଭାଜପା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଗୁରୁବାର...

Advertisement
Archives

Model This Week