‘ଅମ୍ଫନ୍‌’କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୬ା୬(ବ୍ୟୁରୋ)/ଚାନ୍ଦବାଲି/ଭଦ୍ରକ ଅଫିସ, (ଡି.ଏନ୍‌.ଏ.)/ଜଗତ୍‌ସିଂହପୁର ଅଫିସ/ଏରସମା(ସ୍ବ.ପ୍ର.): ବାତ୍ୟା ‘ଅମ୍ଫନ୍‌’ର କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ୪ଟି ଜିଲା ପରିଦର୍ଶନ ଶେଷ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ୨ ଭାଗରେ ବିଭକ୍ତ ହୋଇ ୨ ଦିନ ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଭଦ୍ରକ ଜିଲା ଗସ୍ତ ଶେଷ କରିଛନ୍ତି। ଗୁରୁବାର ଟିମ୍‌-ଏ ବାଲେଶ୍ୱର ଏବଂ ଟିମ୍‌-ବି କେନ୍ଦ୍ରାପଡା ଜିଲା ଗସ୍ତକରି କ୍ଷୟକ୍ଷତି ଆକଳନ କରିଥିବା ବେଳେ ଶୁକ୍ରବାର ଟିମ୍‌-ଏ ଭଦ୍ରକ ଓ ଟିମ୍‌-ବି ଜଗତସିଂହପୁର ଜିଲା ଗସ୍ତ କରିଥିଲେ। କେନ୍ଦ୍ରୀୟ ଟିମ୍‌ର ସଦସ୍ୟମାନେ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ବାତ୍ୟା କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ଓ ଥଇଥାନ ପାଇଁ କେନ୍ଦ୍ରୀୟ ଟିମ୍‌କୁ ୨୦୧ କୋଟି ଟଙ୍କାର ଦାବିପତ୍ର ପ୍ରଦାନ କରାଯାଇଥିଲା।
୪ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ଭଦ୍ରକ ଗସ୍ତରେ ଆସି ଧାମରା ବନ୍ଦର ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ଜିଲାପାଳ ଜ୍ଞାନରଞ୍ଜନ ଦାସ ଜିଲାରେ ହୋଇଥିବା କ୍ଷୟକ୍ଷତି ବିଷୟରେ କେନ୍ଦ୍ରୀୟ ଟିମ୍‌କୁ ଅବଗତ କରାଇଥିଲେ। ଜିଲାରେ ମୋଟ୍‌ ୬୪ କୋଟି ୨୨ ଲକ୍ଷ ୯୬ ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିବା ସେ ସୂଚନା ଦେଇଥିଲେ। ଏହାପରେ ଟିମ୍‌ ଚାନ୍ଦବାଲି ବ୍ଲକର ଧାମରା ସନ୍ନିକଟ ଦୋସିଙ୍ଗା, କାଳୀନାଳୀ, ଚନ୍ଦନୀପାଳ, କଇଥଖୋଲା, ଜୟଦୁର୍ଗାପାଟଣା, ଜାଗୁଳା ପଞ୍ଚାୟତର ନଦୀକୂଳିଆ ଗାଁଗୁଡ଼ିକ ବୁଲି କ୍ଷୟକ୍ଷତି ଦେଖିଥିଲେ। ସେହିପରି ଟିମ୍‌-ବି ପ୍ରତିନିଧି ଦଳ ଜଗତସିଂହପୁର ଜିଲାର ପାରାଦୀପ, କୁଜଙ୍ଗ ଓ ଏରସମା ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ। ଜିଲାରେ ୧୧ କୋଟି ୩୪ ଲକ୍ଷ ୭୫ ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିବା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରିପୋର୍ଟ ପ୍ରଦାନ କରିଥିଲେ। କେନ୍ଦ୍ରୀୟ ଟିମ୍‌ ପ୍ରଥମେ ପାରାଦୀପ ମାଛଧରା ବନ୍ଦର ପରିଦର୍ଶନ କରି କ୍ଷତି ହୋଇଥିବା ଡଙ୍ଗାଗୁଡ଼ିକ ଦେଖିବା ସହ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୁଜଙ୍ଗ ବ୍ଲକ ପାରାଦୀପଗଡ଼ ପଞ୍ଚାୟତର ଚାନ୍ଦିନୀ ଗ୍ରାମ, ନୂଆଗଡ଼ ପଞ୍ଚାୟତର ଗୋବିନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏରସମା ବ୍ଲକର ଜପା, ଢିଙ୍କିଆ ଓ ଗଡ଼କୁଜଙ୍ଗ ପଞ୍ଚାୟତ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିମ୍ସରେ ହାଇବ୍ରିଡ୍‌ ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର, ୩।୨(ବ୍ୟୁରୋ):କିମ୍ସ-ଭୁବନେଶ୍ୱରରେ ହାଇବ୍ରିଡ୍‌ ଅସ୍ତ୍ରୋପଚାର ସଫଳ ହୋଇଛି। ଓଡ଼ିଶାରେ ପ୍ରଥମଥର ଲାଗି ହାଇବ୍ରିଡ୍‌ ଅସ୍ତ୍ରୋପଚାର କରାଯାଇଥିବା ସମ୍ପୃକ୍ତ ଡାକ୍ତରମାନେ ଦାବି କରିଛନ୍ତି। ନିକଟରେ କଟକ ଜିଲା...

ଖବର ପ୍ରକାଶ ପରେ ଚେତା ପଶିଲା: ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି

ରାଇରଙ୍ଗପୁର,୨୫।୬(ଡି.ଏନ୍‌.ଏ.): ଭାଜପା ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି। ଆଜିଯାଏ ବିଜୁଳି ସାତସପନ ପାଲଟିଥିବା ଏହି ଗାଁରେ ଏବେ ଖୁଣ୍ଟ ପୋତା...

ଭରସା ପାଉନି, ଜୀବନ ହାରୁଛନ୍ତି

ଭୁବନେଶ୍ୱର (ବ୍ୟୁରୋ)/ବ୍ରହ୍ମପୁର ଅଫିସ,୧୭ା୧୧:ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା ରହିଛି। ପୋଲିସ ବିଭାଗରେ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ଅନେକ ସଂସ୍କାର...

ଓଡ଼ିଶାରେ ସର୍ବାଧିକ ବେକାର

ଭୁବନେଶ୍ୱର, ୧୬ା୨(ବ୍ୟୁରୋ)- ଓଡିଶାରେ ବେକାରି ସ୍ଥିତି ସର୍ବାଧିକ ୭.୧ ପ୍ରତିଶତ ରହିଛି। ସେଥିମଧ୍ୟରୁ ସହରାଞ୍ଚଳରେ ଏହାର ହାର ୮.୩ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ୬.୯...

ହାତୀ ନ ଥାଇ ବାଜୁଛି ସାଇରନ୍‌

ଢେଙ୍କାନାଳ ଅଫିସ,୨୮।୪: ହାତୀଙ୍କ ଉପସ୍ଥିତି ନାହିଁ। ତଥାପି ମନକୁ ମନ ବାଜୁଛି ସାଇରନ୍‌। ହାତୀ ଥିବା ଭୟରେ ଯାନବାହନ, ଯାତ୍ରୀ ଅଯଥାରେ ଅଟକି ରହୁଛନ୍ତି, ଯାହାକୁ...

ଜଙ୍ଗଲକୁ ଶିକାର ପାଇଁ ଯିବା ସମୟରେ ଧରିଲା ବନ ବିଭାଗ: ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ସଜନାଗଡ଼,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଶୁକ୍ରବାର ବିଳମ୍ବିତ ରାତିରେ ନୀଳଗିରି ଥାନା ଅଧୀନ...

ଗଞ୍ଜାମରେ ମୃଦୁ ଭୂମିକମ୍ପ: ଭୟରେ ଘରୁ ବାହାରକୁ ପଳାଇଲେ ଲୋକେ

ପାତ୍ରପୁର,୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର କିଛି ଗ୍ରାମରେ ଶନିବାର ସକଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ବ୍ଲକର ଖାରିଆଗୁଡ଼ା, ତୁରୁବୁଡି, ସୁରଙ୍ଗି, ମନ୍ଦରଡା, ପଦାଦିଗି,...

କରୋନାରେ ଚାଲିଗଲେ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଦିବଂଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର କରୋନାରେ ଦେହାନ୍ତ ହୋଇଛି। ୬୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

Advertisement
Archives

Model This Week