ଅମିତାଭ ନୁହନ୍ତି, ଏହି ସହକଳାକାରଙ୍କୁ ପସନ୍ଦ କରୁଥିଲେ ରେଖା

ଅକ୍ଟୋବର ୧୦ ଅର୍ଥାତ୍‌ ଆଜି ରେଖାଙ୍କ ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ କିଛି କଥା ହୁଏତ ପ୍ରଶଂସକମାନେ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ରେଖାଙ୍କ ସମ୍ପର୍କରେ…
ରେଖା ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ସଚେତନ। ମିଡିଆ ସାମ୍ନାରେ କୌଣସି କଥା କହିବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ଯେତେବେଳେ ବି କଥା ହୁଅନ୍ତି ମାପିଚୁପି କଥା ହୁଅନ୍ତି। ଏକ ସାକ୍ଷାତକାରରେ ରେଖାଙ୍କୁ ଯେତେବେଳେ ପଚରାଯାଇଥିଲା ଆପଣଙ୍କ ସହକଳାକାର କିଏ? ସେ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ ରଣଧୀର କପୁର। ପ୍ରଶଂସକମାନେ ଚାହିଁ ବସିଥିଲେ ରେଖା ନିଶ୍ଚିତ ଅମିତାଭଙ୍କ ନାଁ ନେବେ ମାତ୍ର ରେଖା ରଣଧୀରଙ୍କ ନାଁ ନେଇଥିଲେ। ତାଙ୍କର ଏହି କଥାରେ ସମସ୍ତେ ଚକିତ ହୋଇପଡ଼ିଥିଲେ।

କାରଣ ୭୦ ଦଶକରେ ଅମିତାଭଙ୍କ ସହିତ ରେଖା ଅଧିକାଂଶ ଫିଲ୍ମରେ ଅଭିନୟ କରିସାରିଥିଲେ। ଏହି ଯୋଡ଼ି ସେତେବେଳେ ଖୁବ୍‌ ହିଟ୍‌ ମଧ୍ୟ ହୋଇଥିଲେ। ଅନ୍‌ ସ୍କ୍ରିନ୍‌ ବ୍ୟତୀତ ଅପ୍‌ ସ୍କ୍ରିନ୍‌ରେ ବି ଦୁହିଁଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ତାଙ୍କୁ ବିବାହ କରିବେ ବୋଲି ବଲିଉଡ୍‌ରେ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ କୌଣସି କାରଣ ବଶତଃ ଅମିତାଭ ରେଖାଙ୍କୁ ଛାଡ଼ି ଜୟାଙ୍କ ହାତ ଧରିଥିଲେ। ରେଖା ମଧ୍ୟ ବିଜନେସ୍‌ମ୍ୟାନ୍‌ ମୁକେଶ ଅଗ୍ରଓ୍ବାଲ୍‌ଙ୍କୁ ୧୯୯୦ରେ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ମୁକେଶ ଆତ୍ମହତ୍ୟା କରିଥିଲେ। ଏହା ପରେ ଅଭିନେତା ବିନୋଦ ମେହେରାଙ୍କ ସହ ତାଙ୍କ ନାଁ ପୁଣି ଯୋଡ଼ି ହୋଇଥିଲା। ଏପରିକି ରେଖା ବିନୋଦଙ୍କୁ ବିବାହ କରିଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଏହି କଥାକୁ ରେଖା ଅସ୍ବୀକାର କରିଥିଲେ। ବିନୋଦ ତାଙ୍କର ଜଣେ ଶୁଭାକାଂକ୍ଷୀ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ଶେଷ ସମୟ ହସ୍ପିଟାଲ ବେଡ୍‌ରେ ‘ହୁଡ୍‌ ହୁଡ୍‌ ଦବଙ୍ଗ’ ଗୀତ ଗାଉଥିଲେ ଓ୍ବାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ଗତ କିଛିଦିନ ହେବ ସେ କିଡ୍‌ନୀ ରୋଗରେ ପୀଡିତ...

ହାସ୍ୟ ଅଭିନୟ କରିବାକୁ ଆଗ୍ରହୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ହାସ୍ୟ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୧୯୮୫ରେ ପ୍ରଥମକରି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ତାହା...

ଦିଭିସା ହର୍ବାଲ କେୟାର ସହ ଯୋଡ଼ି ହେଲେ ରବିନା ଟଣ୍ଡନ

ଚଣ୍ଡିଗଡ,୨୨ା୬: ଦିଭିସା ହର୍ବାଲ କେୟାର ଲିମିଟେଡ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ନିଜ ଆୟୁର୍ବେଦିକ ଟନିକ ବ୍ରାଣ୍ଡ ‘ସଚ୍ଚି ସହେଲୀ’ ଲାଗି ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ...

କାହିଁକି ଐଶ୍ୱର୍ଯ୍ୟାଙ୍କ କାନରୁ ବାହାରିଥିଲା ରକ୍ତ

ମୁମ୍ବାଇ: ଫିଲ୍ମର ଶୁଟିଂ ସେଟ୍‌ରେ ଆହତ ହେବା ସାଧାରଣ କଥା। ଶୁଟିଂ କରିବା ସମୟରେ କେତେକ ଅଭିନେତ୍ରୀ ଅଭିନେତା ଆହତ ହୋଇଥାନ୍ତି। ଏହାପରେ ବି ସେମାନେ...

୫୪ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ବଚ୍ଚନ ପରିବାର

କରୋନାରେ ଆକ୍ରାନ୍ତ ହୋଇଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ। ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ଚର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ମଧ୍ୟ କରୋନା...

ମୁଁ ପରଦେଶୀ ଚଢ଼େଇ

ଥରେ ମନେପକାନ୍ତୁ ନା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ତଥା ଶ୍ରୀରାମ ପଣ୍ଡା-ରାମେଶ୍ୱରୀ ଅଭିନୀତ ସେହି ସୁପରହିଟ୍‌ ଓଡ଼ିଆ ସିନେମା ‘ମାନିନୀ’କୁ। ରାଧାକୃଷ୍ଣ ଭଞ୍ଜଙ୍କ ସ୍ବର ସଂଯୋଜନାରେ...

କହୁ କହୁ କହିଦେଲେ

କ୍ୟାଟ୍ରିନା ଆଉ କେତେଦିନ ଜିଭକୁ ଲଗାମ ଦେଇଥାଆନ୍ତେ। ନିଜକୁ ଯେତେ ନିୟନ୍ତ୍ରଣରେ ରଖିଲେ ମଧ୍ୟ ଶେଷକୁ ଅସଲ କଥାଟି ତାଙ୍କ ପାଟିରୁ ବାହାରିଗଲା। ଏବେ ତ...

ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବେ ସିଦ୍ଧାର୍ଥ ପିଠାନୀ! ଜାଣନ୍ତୁ ସେ କିଏ….

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ସୁଶାନ୍ତଙ୍କ ପିତା ବିହାର...

Coronavirus Update


Archives

Model This Week

Why Dharitri