ଅମାନିଆ ବାଇକ ଚାଳକଙ୍କୁ ଜରିମାନା, ପୋଲିସର ଟିପ୍ସ

ଜୁନାଗଡ, ୨।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ସହରରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରୁଥିବା ବାଇକ ଚାଳକଙ୍କୁ ପୋଲିସ ଧରପଗଡ କରୁଛି। ପରେ ସେମାନଙ୍କୁ ଥାନା ପରିସରରେ ଜୁନାଗଡ ଥାନାଧିକାରୀ ଉତ୍ତମ କୁମାର ସାହୁ କରୋନା ସମ୍ପର୍କରେ ସଚେତନ କରିବା ସହ ଅଯଥାରେ ଏଣେତେଣେ ନ ବୁଲିବା ପାଇଁ ଟିପ୍ସ ଦେଉଛନ୍ତି। ଏହାସହ ଧରା ପଡିଥିବା ବାଇକ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଦ୍ୟାବଧି ଲକ୍‌ଡାଉନ କଟକଣା ଉଲ୍ଲଂଘନ କରିଥିବା ବାଇକ ଚାଳକଙ୍କଠାରୁ ୧ଲକ୍ଷ ୧୬ ହଜାର ଜରିମାନା ଆଦାୟ କରାଯାଇଛି। ସେହିପରି ଶୁକ୍ରବାର ବିନା ମାସ୍କରେ ବୁଲୁଥିବା ୧୦ଜଣଙ୍କଠାରୁ ୨୨୦୦ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣା ବନ୍ଦ, ଟୋକନ ଧରି ଚିନ୍ତାରେ ଚାଷୀ

କେନ୍ଦୁଝର, ୨୪।୨ (ସ୍ବ.ପ୍ର.):  କେନ୍ଦୁଝର ଜିଲା ତେଲକୋଇ ବ୍ଲକରେ ଧାନ ବିକିବା ପାଇଁ ଅପେକ୍ଷା କରିଥିବା ଚାଷୀମାନେ ମଣ୍ଡିରେ ଧାନ କିଣା ବନ୍ଦ ଯୋଗୁ ଚିନ୍ତାରେ ରହିଛନ୍ତି।...

ଚିଲିକାରେ ୧୨. ୪୨ ଲକ୍ଷ ପକ୍ଷୀ

ବାଲୁଗଁା,୬।୧(ଡି.ଏନ୍‌.ଏ.): ଚିଲିକାରେ ମଙ୍ଗଳବାର ପକ୍ଷୀ ଗଣନା ସମାପ୍ତ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ଏହି ପକ୍ଷୀ...

କନଷ୍ଟେବଳଙ୍କୁ ଭ୍ୟାନ୍‌ ଚଢ଼ାଇ ହତ୍ୟା ଉଦ୍ୟମ: ଗାଡ଼ି ମାଲିକ ଗିରଫ

ପଦ୍ମପୁର, ୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ଫାଣ୍ଡି କନଷ୍ଟେବଳ ରଜତ ପାଣିଗ୍ରାହୀଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାରେ ଗୁରୁବାର...

ହାତବାନ୍ଧି ବସିଛନ୍ତି ଅଟୋ ଚାଳକ: ଭଡା ପାଇଁ ବାହାରିଲେ ପୋଲିସ ପାହାରକୁ ଡର

ଗଞ୍ଜାମ,୪।୭(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଓ ଜଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ, ଶଟ୍‌ଡାଉନ ସହ ବିଭିନ୍ନ କଟକଣା ଜାରି କରାଯାଇଛି ।...

କଡ଼ାକଡ଼ି ସୁରକ୍ଷା ମଧ୍ୟରେ ବଲାଙ୍ଗୀର ୧୫୪ଟି କେନ୍ଦ୍ରରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ବଲାଙ୍ଗୀର ଅଫିସ,୧୯।୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲାର ୧୫୪ଟି ପରୀକ୍ଷା କେନ୍ଦ୍ରରେ ଛ୍ରାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ସକାଳ ୯ଟାରେ...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ବିଏସ୍‌ଏଫ ଯବାନ ଗୁରୁତର

ମାଲକାନଗିରି,୨୧।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ଛତିଶଗଡ଼ ସୀମାନ୍ତ ମାଥିଲି ଥାନା ଅନ୍ତର୍ଗତ କର୍ତନପାଲ୍ଲୀ ନିକଟ ରାସ୍ତାରେ ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ଯବାନ ଗୁରୁତର...

ଲକ୍‌ଡାଉନ୍‌ରେ ଜୀବିକା: ସଙ୍କଟରେ ଟେରାକୋଟା ଶିଳ୍ପୀ

କେନ୍ଦୁଝର,୧୧। ୬ (ସ୍ବ.ପ୍ର.)-ଜୀବନ ଜୀବିକାକୁ ଲକ୍‌ କରିଦେଇଛି କରୋନା ଲକ୍‌ଡାଉନ। ଏହି ଲକ୍‌ଡାଉନରେ ଜୀବିକା ହରାଇଛନ୍ତି ଘଟଗାଁ ବ୍ଲକ ବାଟହରିଚନ୍ଦନପୁର(ବଳଭଦ୍ରପୁର)ର ଟେରାକୋଟା କାରିଗର। ନିର୍ଜୀବ ମାଟିର...

ଶିକ୍ଷୟିତ୍ରୀଙ୍କ ନିଲମ୍ବନ ବିରୋଧରେ ତାଲା

ଅନୁଗୋଳ ଅଫିସ, ୧୬।୭ ଅନୁଗୋଳ ସହର ପଶ୍ଚିମ ବଜାରପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମିଶ୍ର ଓ ସହକାରୀ ଶିକ୍ଷୟିତ୍ରୀ ପ୍ରୀତିମଞ୍ଜରୀ ଦ୍ୱିବେଦୀଙ୍କୁ ଶିକ୍ଷାଦାନରେ...

Advertisement
Archives

Model This Week