ଅମାନିଆଙ୍କୁ ରାସ୍ତାରେ ଆଣ୍ଠେଇଲେ ବାହାନଗା ତହସିଲଦାର

ବାହାନଗା, ୧୨।୪(ଡି.ଏନ.ଏ.): କରୋନା ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍‌ଡାଉନ୍‌ ହେତୁ ଘରେ ରହିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍‌ର ବ୍ୟବହାର ଉପରେ ରୋକ ଲଗାଯାଇଛି। ଅନେକ ସ୍ଥାନରେ ଏଥିନେଇ ଜରିମାନା ଆଦାୟ ମଧ୍ୟ କରାଯାଉଛି। ହେଲେ ବାଲେଶ୍ୱର ଜିଲା ବାହାନଗା ବ୍ଳକ ଅଞ୍ଚଳରେ କିଛି ଅମାନିଆଙ୍କ ପାଇଁ ଏସବୁ ନିୟମ ପାଣିର ଗାର ସଦୃଶ। ପ୍ରଶାସନର ବାରଣ ସତ୍ତ୍ୱେ ଅଞ୍ଚଳର ବିଭିନ୍ନ ବଜାରରେ କେତେକ ବ୍ୟକ୍ତି ଓ ଯୁବକମାନେ ପ୍ରତ୍ୟେହ ମୋଟର ସାଇକେଲ ଧରି ବଜାରକୁ ଆସଛନ୍ତି। ଏପରିକି ଅନେକେ ମୁହଁରେ ମାସ୍କ ନ ଲଗାଇ ବୁଲୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଅମାନିଆଙ୍କୁ ସାବାଡ କରିବା ଲାଗି ରବିବାର ବାହାନଗା ତହସିଲିଦାରଙ୍କ ଛାଟ ଲାଗିଛି। ବଜାରରେ ମାସ୍କ ମୁହଁରେ ଲଗାଇ ନ ଥିବା ଯୁବକ ମାନଙ୍କୁ ସେ ଆଣ୍ଠାଇ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ବାହାନଗା ତହସିଲିଦାର ଜିତେନ୍ଦ୍ର କର ସଦଳବଳେ ସକାଳ ୮ଟା ସମୟରେ ଗୋପାଳପୁର ବଜରରେ ପହଞ୍ଚି ଲୋକମାନଙ୍କୁ ଦୋକାନ ଆଗରେ ସାମାଜିକ ଦୂରତ୍ୱ ରଖି ସାମଗ୍ରୀ କିଣିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିବା ସତ୍ତ୍ୱେ ଲୋକମାନେ ମୋଟରସାଇକେଲ ଯୋଗେ ସକାଳେ ବଜାରକୁ ଆସି ଗହଳି କରୁଥିବାରୁ ସେମାନଙ୍କୁ ଗାଡି ଧରି ଆସିବାକୁ ବାରଣ କରିବା ସହିତ ଖରାରେ ମଟର ସାଇକେଲ ଧରି କିଛି ସମୟ ଛିଡା କରାଇ ଦଣ୍ଡ ଦେଇଥିଲେ। ଆଉକିଛି ଗାଡି ଚାଳକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରିଥିଲେ। ସେହିପରି ବଜାରକୁ ମୁହଁରେ ମାସ୍କ ନ ଲଗାଇ ଆସୁଥିବା କେତେକ ଯୁବକଙ୍କୁ ତାଗିଦ କରିବା ସହିତ ବଜାରରେ ଦଣ୍ଡ ସ୍ବରୂପ ଖରାରେ ଆଣ୍ଠାଇ ଦେଇଥିଲେ। ଅମାନିଆଙ୍କ ପ୍ରତି ତହସିଲଦାର କରଙ୍କ ଏଭଳି ଶାସ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଉ ୮ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଲା

ବରଗଡ଼ ଅଫିସ,୨୪ା୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି।...

ଆନ୍ତଃଜିଲା ଲୁଟେରା ଦଳର ୪ ଗିରଫ

ଭଞ୍ଜନଗର,୨୧।୧୧(ଡି.ଏନ.ଏ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଫାଣ୍ଡି ପୋଲିସ ଶନିବାର ଏକ ଆନ୍ତଃଜିଲା ଲୁଟେରା ଦଳର ୪ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ବୁଗୁଡ଼ା ଥାନା...

ସ୍କୁଟର ସିଟ ତଳୁ ନାଗ ଉଦ୍ଧାର

ବାରିପଦା ଅଫିସ,୪।୬- ବାରିପଦା ସହର ତକତପୁର ୱାର୍ଡ ନଂ ୨୭ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସ୍କୁଟର ସିଟ ତଳୁ ଏକ ନାଗ ସାପ ଉଦ୍ଧାର କରାଯାଇଛି।...

ସନ୍ଧ୍ୟାରେ ନବୀନ-ଧର୍ମେନ୍ଦ୍ର ସାକ୍ଷାତ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଗୁରୁବାର ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ଟାରେ ଲୋକ ସେବା...

ବାଣ ବିସ୍ଫୋରଣରେ ଭୁଶୁଡ଼ି ପଡିଲା ଘର

ବେଗୁନିଆ,୧୬ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା କଣ୍ଟାବାଡ଼ ଗ୍ରାମରେ ଶନିବାର ରାତିରେ ବାଣ ବିସ୍ଫୋରଣ ଘଟି କାଶୀନାଥ ମହାପାତ୍ରଙ୍କ ଘର ସହ ପଡୋଶୀଙ୍କ ୪ ବଖରା...

ବକେୟା ୧୦ପ୍ରତିଶତ ଦରମା ପାଇବେ ସରକାରୀ କର୍ମଚାରୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): କେନ୍ଦ୍ର ସରକାର ଗତ ୧ ଜାନୁୟାରୀ ୨୦୧୬ରୁ ସରକାରୀ କର୍ମଚାରୀଙ୍କ ପାଇଁ ୭ମ ବେତନ କମିଶନ ଲାଗୁ କରିଥିଲେ, ଯାହା ଓଡ଼ିଶା ସରକାର ସେପ୍ଟେମ୍ବର...

ମାପଚୁପକୁ ବିରୋଧ, ଉତ୍ତେଜନା

ପୁରୀ ଅଫିସ, ୭।୧୧: ପୁରୀର ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଓ ସର୍ଭେ କାମ ଚାଲିଛି।...

ମତ୍ସ୍ୟଜୀବୀଙ୍କୁ ସତର୍କ କରାଗଲା

ପୁରୀ ଅଫିସ, ୯ା୧୧: ଫନୀର ତାଣ୍ଡବକୁ ସମ୍ପୂର୍ଣ୍ଣ ଭାବେ ଭୁଲି ପାରି ନ ଥିବା ପୁରୀବାସୀ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। ଯଦିଓ...

Advertisement
Archives

Model This Week