ଅମରେଶ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଗିରଫ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛ ପଡ଼ିଆରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣାର ଦଶ ଦିନ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶଙ୍କର ବସ୍ତିଆଙ୍କ ସହ ୩ଜଣଙ୍କୁ ଗିରଫ କରିଛି। ସେହିଭଳି ୧୦ରୁ ଅଧିକ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି। ତେବେ ସେମାନଙ୍କୁ ଗିରଫ କରିବା ଲାଗି ଉଦ୍ୟମ ଜାରି ରହିଛି। ବାଣଫୁଟାକୁ କେନ୍ଦ୍ରକରି ଉପୁଜିଥିବା ବଚସାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏକ ଖବରଦାତା ସମ୍ମିଳନୀରେ ବୁଧବାର ଡିସିପି ସୂଚନା ଦେଇଛନ୍ତି।

ଦୀପାବଳି ଦିନ ରାତିରେ ଅମରେଶଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ପଥରରେ ଛେଚିବା ସହ ଗାଡ଼ି ଚଢ଼ାଇ ଅତି ବିଭିତ୍ସ ଭାବେ ହତ୍ୟା କରାଯାଇଥିଲା। ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଥିଲା। ହତ୍ୟାକାଣ୍ଡରେ ୧୦ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ତେବେ ସେମାନେ ଫେରାର ହୋଇଯିବାରୁ ସେମାନଙ୍କୁ ଧରିବା ଲାଗି ୩ଟି ଟିମ୍‌ ଗଠନ କରାଯାଇଥିଲା। ଶେଷରେ ୩ଜଣଙ୍କୁ ଗିରଫ କରାଯାଇଥିବା ଡିସିପି କହିଛନ୍ତି।

ସୂଚନାଯୋଗ୍ୟ, ଅମରେଶଙ୍କ ହତ୍ୟା ପଛରେ ରାଜନୈତିକ କାରଣ ଥିବା କୁହାଯାଉଛି। ଅମରେଶ ଜଣେ ନେତାଙ୍କ ସହଯୋଗରେ ଆଗକୁ ବଢୁଥିଲେ। ତାଙ୍କ ଘର ଅନ୍ୟ ଅଞ୍ଚଳରେ ହୋଇଥିଲେ ମଧ୍ୟ ସେ ଖଣ୍ଡୁଆଳ ଛକ ନିକଟରେ ରହି ଅନ୍ୟମାନଙ୍କୁ ଡରାଇ ରଖୁଥିଲେ। ଏହାକୁ ସ୍ଥାନୀୟ ନେତାମାନେ ସହଜରେ ହଜମ କରିପାରୁ ନ ଥିଲେ। ସେମାନେ ଅମରେଶଙ୍କୁ ମାରିବା ପାଇଁ ପ୍ରତିପକ୍ଷ ଗୋଷ୍ଠୀକୁ ଅସ୍ତ୍ର କରିଥାଇପାରନ୍ତି ବୋଲି ଅମରେଶଙ୍କ ଜଣେ ସାଙ୍ଗ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଅମରେଶଙ୍କ ବାପା ଜଣେ ବ୍ୟାଙ୍କ ମ୍ୟାନେଜର ହୋଇଥିବାରୁ ଅର୍ଥର ଅଭାବ ନ ଥିଲା। ସେ ପରିବାର ଲୋକଙ୍କୁ ନ ମାନି ବହୁ ଅପରାଧରେ ସମ୍ପୃକ୍ତ ଥିଲେ। ତାଙ୍କ ନାମରେ ୨୨ରୁ ଊର୍ଦ୍ଧ୍ୱ ମାମଲା ଏୟାରଫିଲ୍ଡ ଥାନାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରୁ ଉଦ୍ଧାର ହେଲେ ୧୭ ଓଡ଼ିଆ ଯୁବତୀ, ନାବାଳିକା

ଭୁବନେଶ୍ୱର, ୧ା୫ (ବ୍ୟୁରୋ)- ଓଡିଶାରୁ ମୁମ୍ବାଇ ଚାଲାଣବେଳେ ୧୭ଜଣ ନାବାଳିକା, ଯୁବତୀ ଓ ମହିଳାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଏବଂ ଚାଇଲ୍ଡ ଲାଇନ  ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତ ପରେ...

ଜାତୀୟ ରାଜପଥରୁ ଜବରଦଖଲ ଉଚ୍ଛେଦ ବେଳେ ଭୁଶୁଡ଼ିଲା ଛାତ, ୪ ଗୁରୁତର

ବଅଁରପାଳ,୨୭।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ପ୍ରଶାସନ ପକ୍ଷରୁ ୫୫ନଂ. ଜାତୀୟ ରାଜପଥ ପ୍ରଶସ୍ତିକରଣ ନିମନ୍ତେ...

ରଜ ଖର୍ଚ୍ଚ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଟାଙ୍ଗିଆରେ ହାଣିଲେ ପୁଅ

ରାଇସୁଆଁ,୧୬।୬(ଡି.ଏନ୍‌.ଏ.): ରଜ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଟାଙ୍ଗିଆରେ ହାଣିଲେ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ...

ଟାର୍ଗେଟ୍‌ କୁକୁଡ଼ାଗାଲି, ଚଢ଼ାଉ ଜୋରଦାର କରୁଛି ପୋଲିସ

ବୋରିଗୁମ୍ମା,୨୫ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା କୁକୁଡ଼ା ଗାଲି ଓ ସେଠାକାର ଜୁଆଖେଳ ଉପରେ ଲଗାତାର ଚଢ଼ାଉ ଜାରି ରଖିଛି ପୋଲିସ। ଗତ ୩/୪...

ଓଡ଼ିଶା ଛୁଇଁଲା ମୌସୁମୀ: ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ଦୀର୍ଘ ପ୍ରତିକ୍ଷା ପରେ ଶୁକ୍ରବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।...

ବିଇଡି, ଏମ୍‌ଇଡି ଶିକ୍ଷାନୁଷ୍ଠାନକୁ ବନ୍ଦ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ

ଭୁବନେଶ୍ୱର, ୨୧। ୨(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ବିଇଡି ଏବଂ ଏମ୍‌ଇଡି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାର ହୀନ ଚେଷ୍ଟା ବିରୋଧରେ ଏଆଇଡିଏସଓ ପକ୍ଷରୁ...

ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣା ସହ ଲିଙ୍କ୍‌ ସନ୍ଦେହ : ଅଜୟ ମୃତ୍ୟୁ ମାମଲାର ପୁନଃ ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୯ା୭ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକିଆ ଛକରେ ଗତ ୧୫ତାରିଖ ଅପରାହ୍ନ ୪ଟାରେ ଟ୍ରିପଲ ମର୍ଡର ଘଟିଥିଲା।...

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ୭ଦିନ ମଧ୍ୟରେ ଦାଖଲ ହେବ କଣ୍ଟିଜେଣ୍ଟ ପ୍ଲାନ୍‌

ଖୋର୍ଦ୍ଧା ଅଫିସ,୧ା୬: ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ...

Coronavirus Update


Archives

Model This Week

Why Dharitri