ଅମରେଶଙ୍କୁ ପରିବେଶ ସୁରକ୍ଷା ଚିନ୍ତା: ସାଇକେଲରେ ବୁଲି କରୁଛନ୍ତି ସଚେତନ

ଢେଙ୍କାନାଳ ଅଫିସ, ୨୪।୧୨ – ବଢ଼ିଚାଲିଛି କଂକ୍ରିଟ ଜଙ୍ଗଲ। ଶିଳ୍ପାୟନ ନାମରେ କଟାଚାଲିଛି ଅସଂଖ୍ୟ ଗଛ। ପ୍ରାକୃତିକ ବିପର୍ଯ୍ୟୟ ବି ପରିବେଶ ପାଇଁ ଏବେ ପାଲଟିଛି ବଡ଼ ଚ୍ୟାଲେଞ୍ଜ। ଆଖି ଆଗରେ ଉଜୁଡ଼ି ଯାଉଥିବା ସବୁଜବନାନୀ ପାଇଁ ଚିନ୍ତାବ୍ୟକ୍ତ କରିଛନ୍ତି ପାରାଦୀପ ପୋର୍ଟ ଟ୍ରଷ୍ଟର ସହକାରୀ ଯନ୍ତ୍ରୀ ଅମରେଶ ନରେଶ ସାମନ୍ତ (୪୪)। ଏଥିପାଇଁ ସେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆରମ୍ଭ କରିଛନ୍ତି ସାଇକେଲ ଯାତ୍ରା।
ସାରା ଓଡ଼ିଶାରେ ଚାରାରୋପଣ କରି ସବୁଜ ବଳୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯନ୍ତ୍ରୀ ଅମରେଶ ୨୧ ତାରିଖରୁ ପାରାଦୀପରୁ ଆରମ୍ଭ କରିଛନ୍ତି ସାଇକେଲ ଯାତ୍ରା। ସେ ଚଣ୍ଡିଖୋଲ, ମଙ୍ଗୁଳି ଦେଇ ରବିବାର ରାତିରେ ଢେଙ୍କାନାଳରେ ପହଞ୍ଚତ୍ଥିଲେ। ସର୍କିଟ୍‌ ହାଉସରେ ରାତ୍ରିଯାପନ କରିବା ପରେ ସୋମବାର ଜିଲା ପ୍ରଶାସନ, ବନ ବିଭାଗ ଏବଂ ପୌରସଂସ୍ଥା ଅଧିକାରୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଛାତ୍ରୀଛାତ୍ର, ସହରବାସୀଙ୍କୁ ସୁରକ୍ଷିତ ପରିବେଶ ପାଇଁ ବ୍ୟାପକ ପରିମାଣରେ ଗଛ ଲଗାଇବାକୁ ସଚେତନ କରାଇଥିଲେ। ଅପରାହ୍ନରେ ସେ କଟକ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେଠାରୁ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଶରଣକୂଳ, ବ୍ରହ୍ମପୁର ଦେଇ ଗୋପାଳପୁରରେ ଯାତ୍ରା ଶେଷ କରିବେ ବୋଲି ସେ କହିଛନ୍ତି।
ଅମରେଶ କୁହନ୍ତି, ୧୯୯୯ ମହାବାତ୍ୟାରେ ପାରାଦୀପ, କୁଜଙ୍ଗ ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବହୁ ଗଛ ଉପୁଡ଼ି ପଡ଼ିଥିଲା। ଏହାକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ। ଏହାପରେ ପାରାଦୀପ ଅଞ୍ଚଳରେ ବୁଲିବୁଲି ଗଛ ଲଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିଲାଗି ପ୍ରେରିତ କରିଥିଲେ। ୨୦୦୩ରୁ ଏହି କାର୍ଯ୍ୟ ନିଶାରେ ପରିଣତ ହୋଇଥିଲା। ଏହାପରେ ସେ ସାଇକେଲ ଯାତ୍ରା କରି ଜାଗରଣ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ। ଭଲ ରାସ୍ତାରେ ଗୋଟିଏ ଦିନରେ ୮୦କିମି ଯାତ୍ରା କରିପାରୁଛନ୍ତି। ରାସ୍ତା ଖରାପ ଥିଲେ ୫୦କିମି ଯିବା ସମ୍ଭବ ହେଉଛି ବୋଲି ଅମରେଶ ସୂଚନା ଦେଇଛନ୍ତି। ସର୍କିଟ ହାଉସରେ ପୌରଯନ୍ତ୍ରୀ ରଶ୍ମିତା ମିଶ୍ରଙ୍କ ସହ ଅନ୍ୟମାନେ ତାଙ୍କୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri