ଅଭ୍ୟାସ-୨୦୨୦ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୨(ବ୍ୟୁରୋ):ପ୍ରାକୃତିକ ବିପର୍ଯ୍ୟୟରୁ ସାଂସ୍କୃତିକ ଐତିହ୍ୟସ୍ଥଳଗୁଡ଼ିକୁ କିପରି ସୁରକ୍ଷିତ ରଖାଯାଇ ପାରିବ। ବିପଦ ଆସିବା ଆଗରୁ ସତର୍କ ସୂଚନା କିଭଳି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେ ନେଇ ବିମ୍‌ଷ୍ଟେକ(ବେ ଅଫ ବେଙ୍ଗଲ ଇନିସିଏଟିଭ ଫର ମଲ୍‌ଟି ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍‌ କୋ ପରେଶନ) ଦେଶଗୁଡ଼ିକ କିଭଳି ପ୍ରସ୍ତୁତ ଅଛନ୍ତି ସେ ନେଇ ନିଜର କଳା କୌଶଳ ପ୍ରଦର୍ଶନ କରିବେ। ତିନି ଦିନ ଧରି ଭୁବନେଶ୍ୱର ଓ ପୁରୀଠାରେ ଦ୍ୱିତୀୟ ବିମ୍‌ଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ଆରମ୍ଭ ହୋଇଛି। ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି କାର୍ଯ୍ୟକ୍ରମକୁ ମଙ୍ଗବଳାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଉଦ୍‌ଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଂସ୍କୃତିକ ଐତିହ୍ୟଗୁଡ଼ିକୁ ଯେକୌଣସି ମୂଲ୍ୟ ବଦଳରେ ସୁରକ୍ଷିତ କରିବାକୁ ପଡ଼ିବ। ଏହା ଯେ କେବଳ ଆମ ସଂସ୍କୃତିର ପରିଚୟ ନୁହେଁ ବରଂ ଆର୍ଥିକ ପ୍ରଗତିର ସାରଥି। ଐତିହ୍ୟଗୁଡ଼ିକର ସୁରକ୍ଷା ପାଇଁ ଉପଯୁକ୍ତ ଚିହ୍ନଟ, ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ ଏବଂ ଆଗୁଆ ସୂଚନା ବ୍ୟବସ୍ଥାର ବିକାଶ କରିବାକୁ ହେବ। ଐିତହ୍ୟଗୁଡ଼ିକର ସୁରକ୍ଷା ଦିଗରେ ବିମ୍‌ଷ୍ଟେକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିମ୍‌ଷ୍ଟେକ ଏହାର ସହଯୋଗ ଓ ପରିସର ବୃଦ୍ଧି କରି ଚାଲିଛି। ଓଡ଼ିଶା ବାତ୍ୟା, ବନ୍ୟା ଭଳି ବହୁମୁଖୀ ବିପର୍ଯ୍ୟୟକୁ ସମ୍ମୁଖୀନ ହେଉଛି। ୧୯୮୧ରୁ ଏପର୍ଯ୍ୟନ୍ତ ୧୦୦ଟି ବାତ୍ୟା ରାଜ୍ୟକୁ ପ୍ରଭାବିତ କରିଛି। ୧୯୯୯ରେ ହୋଇଥିବା ମହାବାତ୍ୟା ପରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦିଗକୁ ବଦଳାଇ ଦେଇଛି। ଓଡ଼ିଶା ଏବେ ଦେଶରେ ଏକ ଅଗ୍ରଣୀ ବିପର୍ଯ୍ୟୟ ପରିଚାଳନା ରାଜ୍ୟ ଭାବେ ନିଜକୁ ପ୍ରସ୍ତୁତ କରି ପାରିଛି। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ନିଜର ବିପର୍ଯ୍ୟୟ ମୁକାବିଲା ବାହିନୀ ଗଠନ କରିଛି। ବିପର୍ଯ୍ୟୟ ବେଳେ ଜଣେ ଲୋକଙ୍କ ଜୀବନ ଯେପରି ନ ଯିବ ସେ ନେଇ ରାଜ୍ୟ ସରକାର ପୂର୍ବପ୍ରସ୍ତୁତି, ଆଗୁଆ ସୂଚନା ଏବଂ ସମ୍ବଳ ପରିଚାଳନାକୁ ସୁଚାରୁ ଢଙ୍ଗରେ କରିଚାଲିଛନ୍ତି । ବର୍ଷ ବର୍ଷ ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତି ନେଇ ରାଜ୍ୟ ପରିପକ୍ୱତା ଦେଖାଇ ଆସିଛି। ଜାତିସଂଘଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଗଣମାଧ୍ୟମ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ପ୍ରଶଂସା କରି ଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡ଼ିକ ମଧ୍ୟରେ ବିମ୍‌ଷ୍ଟେକ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସଂଗଠନ। ଐତିହ୍ୟ ସୁରକ୍ଷା ଦିଗରେ ବିମ୍‌ଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ଏକ ମାଇଲଖୁଣ୍ଟ ଭଳି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଡିଜିପି ଅଭୟ, ଏନଡିଆରଏଫ ଡିଜି ଜିଭିଭି ଶର୍ମା ଯୋଗଦେଇ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବିମ୍‌ଷ୍ଟେକର ଭୂମିକା ନେଇ ଆଲୋଚନା କରିଥିଲେ।
ପୁରୀର କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ କ୍ଷେତ୍ରୀୟ ତାଲିମ ଶିବିରକୁ ବୁଧବାର କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ସଭ୍ୟ ରାଷ୍ଟ୍ର ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା ଓ ନେପାଳ ଯୋଗ ଦେଇଛନ୍ତି । ତେବେ ଭୁଟାନ ଓ ଥାଇଲାଣ୍ଡ ଏହି ଅଭ୍ୟାସରେ ଭାଗ ନେଇ ନାହାନ୍ତି। ୩ ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri