Posted inଖେଳ

ଅଭିନୟରେ ପାଦ ଦେବେ କି ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିିଙ୍କ ଜୀବନୀ ଉପରେ ବଲିଉଡ ଚଳଚ୍ଚିତ୍ର ନିର୍ମାଣ ହେବାର ଯୋଜନା ଚାଲିଛି। ଉକ୍ତ ଚଳଚ୍ଚିତ୍ରରେ କୋହଲି ନିଜ ଭୂମିକାରେ ଅଭିନୟ କରିବାକୁ ରାଜି ଅଛନ୍ତି। ତେବେ ଏଥିପାଇଁ ସେ ଏକ ସର୍ତ୍ତ ରଖିଛନ୍ତି। ତାଙ୍କର ସର୍ତ୍ତ ହେଲା ଯେ ଉକ୍ତ ଚଳଚ୍ଚିତ୍ରରେ ସ୍ତ୍ରୀ ତଥା ବଲିଉଡ୍‌ର ଆଗଧାଡିର ନାୟିକା ଅନୁଷ୍କା ଶର୍ମା ଅଭିନୟ କରିବେ। ତାଙ୍କ ଉପରେ ଚଳଚ୍ଚିତ୍ର ର୍ନିମାଣ ପ୍ରସଙ୍ଗରେ କୋହଲିଙ୍କୁ ପଚାରିବାରୁ ସେ କହିଥିଲେ, ଅନୁଷ୍କାଙ୍କ ସହ ନିଶ୍ଚିତ ଭାବେ ଏପରି ଚଳଚ୍ଚିତ୍ର ମୁଁ ନିଜେ ପ୍ରସ୍ତୁତ କରିବାକୁ ରାଜି। ମୋର ବ୍ୟକ୍ତିତ୍ୱ କଦାପି ଏପରି ନ ଥିଲା। ପ୍ରତିଟି ବ୍ୟକ୍ତିଙ୍କ ମଧ୍ୟରେ ଏକ ସ୍ନେହୀ ବ୍ୟକ୍ତିତ୍ୱ ରହିଥାଏ। ତେବେ ଅନ୍ୟ ଜଣେ ବ୍ୟକ୍ତି ସର୍ବଦା ତୁମଠାରୁ ଏପରି ଗୁଣ କାଢି ପାରିଥାଆନ୍ତି। ଅନୁଷ୍କାଙ୍କୁ ଭେଟିବା ପରେ ଅନୁଭବ କରିଥିଲି ଯେ ମୁଁ ହିଁ ସବୁକିଛି ନୁହେଁ। ଅନ୍ୟ କାହା ସହ ମିଶି ତାଙ୍କ ପରି ଜୀବନ ଜିଇଁବା ଉଚିତ। ଅନୁଷ୍କାଙ୍କୁ ଭେଟିବା ପୂର୍ବରୁ ମୁଁ ବହୁତ ସ୍ବାର୍ଥପର ଥିଲି ଏବଂ ମୋତେ ସୁହାଇବା ପରି କାମ କରୁଥିଲି। ଅନୁଷ୍କାଙ୍କ ସହ ବହୁତ କଥାବାର୍ତ୍ତା କରିବା ପରେ ପରସ୍ପର ପ୍ରତି ସମ୍ମାନ ବଢିଥିଲା। ମୁଁ ଜାଣି ପାରିଥିଲି ଯେ ନିଜ ପାଇଁ ସବୁକିଛି କରିବା ଅପେକ୍ଷା ଅନ୍ୟମାନଙ୍କ ପାଇଁ ମଧ୍ୟ କିଛି କରିବା ଉଚିତ। ମୋ ଜୀବନକୁ ଆସିବା ପରେ ଅନୁଷ୍କା ମୋତେ ଏହା ଶିଖାଇଥିଲେ। ସୂଚନାଯୋଗ୍ୟ, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ଆଝାରୁଦ୍ଦିନ, ଧାବକ ମିଲ୍ଖା ସିଂହ, ବକ୍ସର ମ୍ୟାରୀ କମ, ମହିଳା ପହଲ୍‌ବାନ୍‌ ଗୀତା ଫୋଗତ, ହକି ଖେଳାଳି ସନ୍ଦୀପ ସିଂହଙ୍କ ପରି ନାମୀ ଖେଳାଳିଙ୍କ ଜୀବନୀ ଉପରେ ବଲିଉଡ ଚଳଚ୍ଚିତ୍ର ନିର୍ମାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri