ନିଆରା ବ୍ୟକ୍ତିତ୍ୱ ପଦ୍ମଲୋଚନ: କଳା, ସଂସ୍କୃତିର ପ୍ରଚାରକରୁ ସେବକ

ସିମୁଳିଆ, ୨୦ା୪(ସନ୍ତୋଷ କୁମାର ନାୟକ)-ଦାସକାଠିଆ ବଜାଇ ଲୋକଙ୍କ ମନୋରଞ୍ଜନ କରୁଥିବା ପଦ୍ମଲୋଚନ ଏଯାଏ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଜରି ଲଗା ପୋଷାକ ପିନ୍ଧି ମଞ୍ଚରେ ଦାସକାଠିଆ ବଜାଇ ସଙ୍ଗୀତ ପରିବେଷଣ କଲା ବେଳେ ସେ ଦର୍ଶକଙ୍କୁ ଆନମନା କରିଦିଅନ୍ତି। ଦାସକାଠିଆ ପରିବେଷଣକରି ସରକାରଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରି ଆସୁଛନ୍ତି। ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନ ବୁଲି ଦୀର୍ଘ ୩୦ବର୍ଷ ଧରି ଏହି କଳା ପାଇଁ ସଂଘର୍ଷ କରିବା ପରେ ଏବେ ପରିଣତ ବୟସରେ ଗୋସେବାକୁ ଜୀବନର ଆଦର୍ଶ ଭାବେ ଆପଣେଇ ନେଇଛନ୍ତି।

ପଦ୍ମଲୋଚନଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ। ତାଙ୍କୁ ବୟସ ୬୨ ଛୁଇଁଛି। ଆଗଭଳି ଦାସକାଠିଆ ପରିବେଷଣ କରିବାକୁ ଦୂର ସ୍ଥାନକୁ ଯାଇପାରୁ ନ ଥିବାରୁ ନିଜ ଗଁା ରୁଦ୍ରାଶ୍ରମ ଗୋଶାଳାରେ ନିଜକୁ ଗୋସେବକ ରୂପେ ସମର୍ପିଦେଇ କାର୍ଯ୍ୟ କରୁଛନ୍ତି। ତାଙ୍କ ଘରେ ସ୍ତ୍ରୀ, ବୋହୂ, ପୁଅ ଓ ଅନ୍ୟମାନେ ରହିଛନ୍ତି। ତାଙ୍କ ନିଆରାପଣ ନେଇ ସେ ଗୋଶାଳାକୁ ନିଜ କର୍ମକ୍ଷେତ୍ରରେ ପରିଣତ କରିଛନ୍ତି। ପଦ୍ମଲୋଚନ କହନ୍ତି, ଗୋସେବା କରିବା ଭାରତୀୟ ସଂସ୍କୃତିର ପ୍ରାଚୀନ ପରମ୍ପରା। ବର୍ତ୍ତମାନ ତାଙ୍କ ଗୋଶାଳାରେ ୨୩୦ଟି ଗାଈ ବଳଦ ରହିଛନ୍ତି। ପ୍ରତିଦିନ ସେ ସେମାନଙ୍କୁ ଖାଦ୍ୟପାନୀୟ ଯୋଗାଇ ଆବଶ୍ୟକ ଯତ୍ନ ନେଉଛନ୍ତି। ତାଙ୍କ ଶେଷ ଜୀବନ ଗୋସେବାରେ ଅତିବାହିତ କରିବେ ବୋଲି ପଦ୍ମଲୋଚନ କହିଛନ୍ତି।

ଜଣେ କଳାକାରରୁ ଗୋସେବକ ପାଲଟିଥିବା ପଦ୍ମଲୋଚନଙ୍କ ବେଶଭୂଷା ବେଶ୍‌ ନିଆରା। ସାଧୁସନ୍ନ୍ୟାାସୀଙ୍କ ପରି ସର୍ବଦା ଗେରୁଆ ବସ୍ତ୍ର ପରିଧାନ କରିଥାଆନ୍ତି। ସେ କହନ୍ତି, ତାଙ୍କ ବାପା ଇନ୍ଦ୍ରମଣି ମହାକୁଡ଼ ଘରେ ଅନେକ ପୋଥି ପୁରାଣ ବହି ରଖି ପଢୁଥିଲେ। ପିଲାଦିନୁ ସେ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ। ୧୯୭୩ରେ ସେ ସ୍ଥାନୀୟ ଭାରତ ସେବାନିଧି ବିଦ୍ୟାଳୟରୁ ଶିକ୍ଷାଲାଭ କରିବା ପରେ କଟକର ଗୁରୁ କାର୍ତ୍ତିକ ଚନ୍ଦ୍ର ଦାସଙ୍କଠାରୁ ଦାଶକାଠିଆ ଶିକ୍ଷା ଗ୍ରହଣ କରିଥିଲେ। ଦାସକାଠିଆ ପରିବେଷଣ କରି ଆଗରୁ ସେ ମାତ୍ର ୩୦ ଟଙ୍କା ପାଉଥିଲେ। ପରେ ୪ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଥିଲେ। ଜଣେ ଆଧ୍ୟାମତ୍ିକବାଦୀ ବ୍ୟକ୍ତିତ୍ୱ ଭାବେ ପଦ୍ମଲୋଚନ ବେଶ୍‌ ପରିଚିତ। କଥା କଥାରେ ସେ ଶ୍ଲୋକ ଆବୃତ୍ତିକରି ଭାରତୀୟ ସଂସ୍କୃତି ଓ ଦର୍ଶନର ମହାନତା କହିବସନ୍ତି। ଏଥିଲାଗି ବିଭିନ୍ନ ମଠ, ମନ୍ଦିରରେ ପ୍ରବଚନ ଦେବା ଲାଗି ତାଙ୍କୁ ଡାକରା ମିଳିଥାଏ। ସାଧୁସନ୍ଥଙ୍କ ସହ ମିଶିବା ଓ ମଠ ମନ୍ଦିର ପରିଦର୍ଶନ କରିବାକୁ ସେ ଭଲପାଆନ୍ତି। ବର୍ତ୍ତମାନ ଭଣ୍ଡବାବାମାନେ ସମାଜକୁ ଭୁଲ୍‌ ବାଟ ଦେଖାଉଥିବାରୁ ସେ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri