ଅବହେଳିତ ଗୋନାସିକା ‘ଗୁପ୍ତଗଙ୍ଗା’

କେନ୍ଦୁଝର, ୫।୧୨(ଡି.ଏନ.ଏ.)-ଲୋକମୁଖରେ ଗଙ୍ଗା ନଦୀଠାରୁ ବାରବର୍ଷ ବଡ଼ ପୁଣ୍ୟତୋୟା ବୈତରଣୀ ଅନେକ ଧାର୍ମିକ ବିଶ୍ୱାସ ଓ ଭାବଧାରା ସହ ଜଡିତ। ସୁମେରୁ ପାହାଡ଼ରୁ ବାହାରିଥିବା ଏହି ବୈତରଣୀକୁ ଅନେକ ଭକ୍ତିର ସହ ପ୍ରଣାମ କରୁଥିବାବେଳେ ଏହା ଧାମରା ନିକଟରେ ବଙ୍ଗୋପସାଗରରେ ଲୀନ ହେବା ପୂର୍ବରୁ ଅନେକ ମହାଦେବଙ୍କ ମନ୍ଦିର ଅତିକ୍ରମ କରିଯାଇଛି । ଆଦି ପୀଠ ବ୍ରହ୍ମେଶ୍ୱରଙ୍କଠାରୁ ଆରମ୍ଭ କରି ଜିଲାର ଅନ୍ୟତମ ଶୈବପୀଠ ଭାବେ ସୁପରିଚିତ ହାବଳେଶ୍ୱର ଶିବ ମନ୍ଦିର ରହିଛି । ବୈତରଣୀ ଅନେକଙ୍କ ପାଇଁ ପ୍ରାତଃ ସ୍ମରଣୀୟ ହୋଇଥିବାବେଳେ ଏହାର ମୂଳାଧାର ଅବହେଳିତ ଅବସ୍ଥାରେ ଥିବାରୁ ଏହା ଧାର୍ମିକ ଭାବନା ଉପରେ କୁଠାରାଘାତ ହେଉଥିବା ମଧ୍ୟ ଆଲୋଚନା ହେଉଛି।
କେନ୍ଦୁଝର ଜିଲା ସଦର ମହକୁମାରୁ ବାୟାପଣ୍ଡାଦର ଦେଇ ଗୋନାସିକା-ଗୁପ୍ତଗଙ୍ଗା ୩୦ କି.ମି. ରାସ୍ତା ହୋଇଥିବାବେଳେ ବକ୍ସିବାରିଗାଁ ଦେଇ ଏହି ପୀଠକୁ ଯିବା ପାଇଁ ୪୦ କି.ମି.ରାସ୍ତା ପଡିଥାଏ। ବ୍ରହ୍ମେଶ୍ୱରଙ୍କ ମନ୍ଦିରଠାରୁ ଗୁପ୍ତଗଙ୍ଗାକୁ ଯିବା ପାଇଁ କୌଣସି ବିଶେଷ ସୂଚନା ନ ଥିବାବେଳେ ଗତ କିଛିବର୍ଷ ତଳେ ଏଠାରେ ଗଙ୍ଗାଦେବୀଙ୍କ ପ୍ରତିମା ସ୍ଥାପନା କରାଯାଇ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା କରାଯାଉଛି । ଜଣେ ବାବା ଏଠାରେ ଅବସ୍ଥାନ କରି ପୂଜାପାଠ କରୁଥିବାବେଳେ ତାଙ୍କ ବୃଦ୍ଧାବସ୍ଥା ଲାଗି ଏବେ ସେ ଆଉ ପୂଜା କରିପାରୁନାହାନ୍ତି। ଗୁପ୍ତଗଙ୍ଗାର ସ୍ଥାୟୀ ବାସିନ୍ଦା ରଞ୍ଜନ ଜୁଆଙ୍ଗ ନାମକ ଜଣେ ବ୍ୟକ୍ତି ଏଠାରେ ପ୍ରତ୍ୟେକ ଦିନ ପୂଜା କରିଆସୁଛନ୍ତି। ଏହି ଗୁପ୍ତଗଙ୍ଗାକୁ ଯିବା ପାଇଁ ପର୍ଯ୍ୟଟକଙ୍କ ସୁବିଧା କିମ୍ବା ସୂଚନା ପାଇଁ କୌଣସି ଫଳକ ବା ସୂଚନା ଖୁଣ୍ଟି ନ ଥିବାରୁ ଏହି ପୀଠ ସମ୍ପର୍କରେ ବିଶେଷ ପ୍ରଚାର ହୋଇପାରୁ ନାହିଁ ା ଅନେକ ଅଲୌକିକ ଘଟଣାର ଏହି ପୀଠ ଅବହେଳିତ ଅବସ୍ଥାରେ ପଡିରହିଥିବାବେଳେ ମକର, ବାରୁଣୀଯାତ୍ରା ଓ ଶ୍ରାବଣମାସରେ ଭକ୍ତଙ୍କର ବିଶେଷ ଭିଡ଼ ଦେଖିବାକୁ ମିଳିଥାଏ ା କେନ୍ଦୁଝର ଜିଲା ସମେତ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଗୁପ୍ତଗଙ୍ଗାରେ ଅସ୍ଥି ବିସର୍ଜନ ମଧ୍ୟ କରିଥାନ୍ତି। କିନ୍ତୁ ଏଠାରେ ଲୋକଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ଭକ୍ତଙ୍କ ସ୍ନାନ ପାଇଁ ଗାଧୋଇବା କୁଣ୍ଡ ନ ଥିବାରୁ ଅନେକ ସମସ୍ୟା ସୃଷ୍ଟି ହେବା ସହିତ ଅସ୍ଥି ବିସର୍ଜନ କରୁଥିବା ଲୋକେ କେବଳ ପାଣି ଛିଞ୍ଚି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ଗୁପ୍ତଗଙ୍ଗାକୁ ଏଯାଏ ବିଜୁଳି ଆଲୋକର ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟା ପୂର୍ବରୁ ଭକ୍ତମାନେ ଏହି ସ୍ଥାନ ଛାଡିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। କେନ୍ଦୁଝର ଜିଲାରେ ପର୍ଯ୍ୟଟନ ପୀଠଗୁଡିକୁ ବିକଶିତ କରିବା ପାଇଁ ସରକାର ଓ ପ୍ରଶାସନର ଆନ୍ତରିକତାର ଅଭାବ ରହୁଥିବାବେଳେ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ହଜାର ହଜାର କୋଟି ଟଙ୍କା ଗଚ୍ଛିତ ହୋଇ ରହିଥିଲେ ମଧ୍ୟ କେବଳ ଗୋନାସିକା-ଗୁପ୍ତଗଙ୍ଗା ନୁହେଁ ଅନେକ ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରୁନାହିଁ। ତେବେ ପୁଣ୍ୟତୋୟା ବୈତରଣୀର ଉପତ୍ତ୍ତିସ୍ଥଳ ଗୋନାସିକା-ଗୁପ୍ତଗଙ୍ଗାର ସାମଗ୍ରିକ ବିକାଶ ସହିତ ଏଥିରେ ସ୍ନାନକୁଣ୍ଡ, ବିଜୁଳିବ୍ୟବସ୍ଥା ଆଉ କଲ୍ୟାଣମଣ୍ଡପ ନିର୍ମାଣ କରାଗଲେ ଏହି ସ୍ଥାନର ବିକାଶ ହେବା ସାଙ୍ଗକୁ ପୁରାତନ ପୀଠକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁ ସହ ହାତାହାତି: ଯୁବକ ଗୁରୁତର

କେନ୍ଦୁଝର, ୯ା୩: (ସ୍ବ.ପ୍ର.):ଜଙ୍ଗଲଜାତ ଆଳୁ ଖୋଳିବାକୁ ଜଣେ ଯୁବକ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ି ଗୁରୁତର ହୋଇଛନ୍ତି। ଉକ୍ତ ଯୁବକ ହେଲେ ହରିଚ଼ନ୍ଦନପୁର ବ୍ଲକ...

ପେନ୍‌ସନ୍‌ ଅର୍ଥରେ ପରିବେଶ ସୁରକ୍ଷା

କେନ୍ଦୁଝର, ୧୨।୭ (ସ୍ବ.ପ୍ର.) ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଜୀବନ ରକ୍ଷାର ସ୍ଲୋଗାନ ସମସ୍ତଙ୍କୁ ଛୁଇଁଛି। ଯେତେବେଳେ ସମସ୍ତେ ପରିବେଶ ସୁରକ୍ଷା କରିବାକୁ ଯାଇ ନିଜକୁ...

ଟ୍ରକ୍‌ ଜାମରେ ଫସିଲେ ପରୀକ୍ଷାର୍ଥୀ

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ସୋମବାର ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏନ୍‌ଏଚ୍‌ -୪୯ରେ ଲୁହାପଥର ବୋଝେଇ ଟ୍ରକ୍‌ ଜାମ ଯୋଗୁ ବାଂଶପାଳ ବ୍ଲକ ଅଞ୍ଚଳରୁ ପରୀକ୍ଷା ଦେବାକୁ...

ଝିଅକୁ ସାଦ ଖୁଆଇବାକୁ ଯିବାବେଳେ ଅଘଟଣ: ଓଲଟିଲା ପିକ୍‌ଅପ୍‌, ୪ ଗୁରୁତର

କେନ୍ଦୁଝର,୨୭ା୧୨(ସ୍ବ.ପ୍ର): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଛକ ୪୯ ନଂ. ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌ ଓଲଟି...

୧୩ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝର,୨୮।୩(ସ୍ବ.ପ୍ର.): କେନ୍ଦୁଝରରେ ଏବିଭିପି ପକ୍ଷରୁ ୧୩ ଦଫା ଦାବି ନେଇ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟଙ୍କ ଆଗରେ ଧାରଣା ଦେଇଥିବା ସୂଚନା ମିଳିଛି। ବିଭିନ୍ନ ଦାବି ମଧ୍ୟରୁ...

ସୀତାନଦୀରେ ଭାସୁଛି ଅଜଣା ମୃତଦେହ

ପାଟଣା,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳି ପଶି ପଞ୍ଚାୟତ ନୂଆପଡ଼ା ଚିନାବାଳିପଶି ଆର୍‌ଡି ରାସ୍ତାର ନୂଆପଡ଼ା ନିକଟରେ ଥିବା ସୀତାନଦୀ ପୋଲଠାରୁ ୨୦୦ ମିଟର...

ଫସଲ ବି ଉଜାଡ଼ିଲା କରୋନା ବିପତ୍ତି

ତେଲକୋଇ,୨୬ା୩(ଡ଼ି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଞ୍ଚଳରେ ଏଥର ୫ହଜାରରୁ ଅଧିକ ଚାଷୀ ପ୍ରାୟ ୨୦ହଜାର ହେକ୍ଟର ଜମିରେ ତରଭୁଜ ଚାଷ କରିଛନ୍ତି। ଅମଳ ପରେ...

ବରିଷ୍ଠ ସାହିତ୍ୟିକ, ଗବେଷକଙ୍କ ପରଲୋକରେ ଶୋକ

କେନ୍ଦୁଝର , ୪।୪(ସ୍ବ.ପ୍ର.): ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଗବେଷକ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ (୯୦)ଙ୍କ ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ର...

Advertisement
Archives

Model This Week