Posted inରାଜ୍ୟ

ଅବଧି ଶେଷହେବାର ୨ବର୍ଷ ବିତିବ, ବିଜୁ ସେତୁ ଅଧାପନ୍ତରିଆ

ଦଶପଲ୍ଲା,୧୩ା୬(ଡି.ଏନ୍‌.ଏ): ଅଞ୍ଚଳର ବିକାଶ ସାଙ୍ଗକୁ ଲୋକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅନେକ ସ୍ଥାନରେ ଯୋଜନାର ସୁଫଳ ଲୋକେ ପାଇପାରୁ ନାହାନ୍ତି। ଦଶପଲ୍ଲା ବ୍ଲକରେ ନିର୍ମାଣ ହେଉଥିବା ଏକ ସେତୁକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ବିଜୁ ସେତୁ ନାମରେ ଏହି ପୋଲ ନିର୍ମାଣ ହେଉଥିବାବେଳେ ଅବଧି ସରିବାର ୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଶେଷ ହୋଇପାରି ନାହିଁ।
ଦଶପଲ୍ଲା ବ୍ଲକ ସରିଗଣ୍ଡା ପଞ୍ଚାୟତର ଶିମିଳି ବେରଣା ଓ ଓଡ଼ଶର ମଧ୍ୟରେ ଖଳଖଳା ନାଳ ପ୍ରବାହିତ। ବର୍ଷାଦିନେ ବଢି ପାଣି ଆସିବା ଦ୍ୱାରା ପ୍ରାୟ ୫ ଖଣ୍ଡ ଗ୍ରାମର ଜନସାଧାରଣ ଯାତାୟାତରେ ହଇରାଣ ହୋଇଥାନ୍ତି। ସେ ସମୟରେ ଅଞ୍ଚଳ ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡେ। ବାରମ୍ବାର ଦାବି ପରେ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଉକ୍ତ ନାଳ ଉପରେ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଗଲା। ଦଶପଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଉକ୍ତ ସେତୁ କାର୍ଯ୍ୟକାରୀ କରାଗଲା। ଏଥିନିମନ୍ତେ ଟେଣ୍ଡର ହୋଇଥିବାବେଳେ ବ୍ୟୟ ଅଟକଳ ୩୬୦.୧୨ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହାର ଦୈର୍ଘ୍ୟ ୬୧.୨୬ ମିଟର ଥିବାବେଳେ ସ୍ପାନ ୨୫୩୦.୬୩ମିଟର ରହିଛି। ଏହି ସେତୁ ନିର୍ମାଣ କାର୍ଯ୍ୟ ୧୧ା୫ା୨୦୧୬ ମସିହାରୁ ଆରମ୍ଭ ହୋଇ ୧୦ା୮ା୧୭ ମଧ୍ୟରେ ଶେଷ ହେବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଅବଧି ଶେଷ ହେବାର ୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ପୋଲ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। ନିର୍ମାଣ ହୋଇଥିବା ପିଲାର ଭାଙ୍ଗିବାକୁ ବସିଥିବା ବେଳେ ଏହା ଚାରିପଟେ ଜଙ୍ଗଲ ସୃଷ୍ଟି ହେଲାଣି। ପିଲାରରେ ବ୍ୟବହୃତ ଲୁହାଛଡ଼ରେ ମଧ୍ୟ କଳଙ୍କି ଲାଗିଗଲାଣି। ଏପରିସ୍ଥଳେ ସେତୁ କାର୍ଯ୍ୟ ଶେଷହେବା ନେଇ ସ୍ଥାନୀୟ ଲୋକେ ସନ୍ଦୀହାନ ହୋଇପଡିଛନ୍ତି। ବର୍ଷା ଦିନ ଆସୁଥିବାରୁ ନାଳରେ ବଢିପାଣି ଆସିଲେ ସେମାନେ କିପରି ଅତିକ୍ରମ କରିବେ ତାକୁ ନେଇ ଚିନ୍ତିତ ଅଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ସୁବୁଦ୍ଧିଙ୍କୁ ପଚାରିବାରୁ ସେ ସେତୁ ନିର୍ମାଣ କାର୍ଯ୍ୟ ଅଧା ହେବା ସହ ସମୟସୀମା ସରିଯାଇଥିବା ସ୍ବୀକାର କରିଥିଲେ। ଏହାକୁ ନବୀକରଣ କରାଯାଇ ପୁନଶ୍ଚ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ୨ ଜଣଙ୍କୁ ଆକ୍ରମଣ କଲା ବାର୍‌ହା

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର): ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ରିଆମାଳ ବ୍ଲକ ଜୟନ୍ତପାଲି ଗ୍ରାମର ଟୁନି ଭୋଇ ଓ ମଦନ ମୋହନ…

ପାକିସ୍ତାନ ଆତଙ୍କୀ ଲିଙ୍କ: ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ, ଦେଶ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର

ଭୁବନେଶ୍ୱର,୧୮।୪: ଶେଖ୍‌ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଦ୍ବାରା ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାସ କରାଯାଇଛି। ଇମ୍ରାନଙ୍କ ସହ ଅନ୍ୟ ୩…

୨ ଯୁବତୀଙ୍କ ସହ ବାଇକ୍‌ରେ ଯାଉଥିଲେ ଯୁବକ, ସାମ୍ନାପଟୁ ଧକ୍କାଦେଲା ହାଇଓ୍ବା, ଆଉ ତା’ ପରେ…

ଥୁଆମୂଳ ରାମପୁର,୧୮ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଶ୍ରୀମସ୍କା ଛକଠାରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଗ୍ରାମ ଭିତରୁ ମୁଖ୍ୟ…

ଏହା କେଉଁ ସଙ୍କେତ? ଏପ୍ରିଲରେ ପଡୁଛି ବରଫ, ପର୍ଯ୍ୟଟକ ଖୁସିରେ ବିଭୋର

ଜମ୍ମୁ,୧୮।୪: ଏପ୍ରିଲ ମାସରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଶୀତ ଭଳି ପାଗ ଫେରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରର ଉତ୍ତର, ଦକ୍ଷିଣ ଏବଂ…

ଏକତରଫା ପ୍ରେମକୁ ନେଇ ତୁମୁଳକାଣ୍ଡ: ଝିଅର ବାପାଙ୍କୁ ଭୁଜାଲି ମାଡ଼ କରି…

ବାଲେଶ୍ୱର,୧୮ା୪(ବାଞ୍ଛାନିଧି ଦେ): ଏକତରଫା ପ୍ରେମକୁ ନେଇ ଝିଅର ବାପାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଝିଅର ବାପାଙ୍କୁ ଭର୍ତ୍ତି…

ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ପରଲୋକ

କେନ୍ଦୁଝର,୧୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କ…

ଇରାନ-ଚାଇନା ହେଲେ ନିକଟତର, ବଢିଲାଣି ଆମେରିକାର ଟେନସନ!

ତେହରାନ,୧୮।୪: ଇରାନ ଏବଂ ଚାଇନା ମଧ୍ୟରେ ବଢୁଥିବା ଘନିଷ୍ଠତା ଆମେରିକାର ଚିନ୍ତାକୁ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ଧରି, ଇରାନ ଚାଇନାର ବୈଷୟିକ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri