ଅବକାରୀ ମନ୍ତ୍ରୀଙ୍କ ଯାଜପୁର ଗସ୍ତ, ବିଭାଗୀୟ କାର୍ଯ୍ୟର ସମୀକ୍ଷା: ଚୋରା, ବିଷାକ୍ତ ମଦ ବିକ୍ରି ରୋକିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ,୪ା୧(ଡିଏନଏ): ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଯାଜପୁର ଜିଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲାରେ ଯେପରି କୌଣସି ବିଷାକ୍ତ ମଦ ବିକ୍ରି ନ ହୁଏ ଓ ବିଷାକ୍ତ ମଦ୍ୟପାନ କରି ଯେଭଳି କାହାର ମୃତ୍ୟୁ ନ ଘଟେ ସେଥିପାଇଁ ସତର୍କ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବର୍ତ୍ତମାନ ଯୁବପୀଢି କୋରେକ୍ସ କଫ୍‌ସିରପ, ଡ୍ରେଣ୍ଡ୍ରାଇଟ ଭଳି ମାରାତ୍ମକ ଦ୍ରବ୍ୟକୁ ନିଶା ପାଇଁ ବ୍ୟବହାର କରୁଥିବା ନେଇ ମନ୍ତ୍ରୀ ପୂଜାରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡ୍ରଗ ଇନ୍ସପେକ୍ଟରମାନେ ନିୟମିତ ବିଭିନ୍ନ ଔଷଧ ଦୋକାନ ଉପରେ ଚଢାଉ କରି ଷ୍ଟକ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଜିଲାର କେତେକ ଅଞ୍ଚଳରେ ବ୍ରାଉନସୁଗାର ଓ ଚରସ ଇତ୍ୟାଦି କାରବାର ଚାଲୁଥିବା ସମ୍ପର୍କରେ ଆଲୋଚନା କରି ଅବକାରୀ ବିଭାଗ ଓ ପୋଲିସ ଏ ଦିଗରେ ଅଧିକ ଯତ୍ନବାନ ହେବାକୁ କହିଥିଲେ। ବିଶେଷ କରି ରାଜସ୍ବ ଆଦାୟ ଅପେକ୍ଷା ଚୋରା ଓ ବିଷାକ୍ତ ମଦକୁ ରୋକିବା ସରକାରଙ୍କର ପ୍ରମୁଖ ଦାୟିତ୍ୱ ବୋଲି ମନ୍ତ୍ରୀ ସ୍ପଷ୍ଟ କରିବା ସହିତ ବିଭିନ୍ନ ସମୟରେ ଅବକାରୀ ମାମଲାରେ ଅପରାଧୀମାନେ ଖସି ଯାଉଥିବାରୁ ସର୍ଚ୍ଚ ଓ ଜବତ ପ୍ରକ୍ରିୟାକୁ ବୈଷୟିକ ଏବଂ ଆଇନଗତ ସହଯୋଗୀଭାବେ କରିବା ଉପରେ ପୂଜାରୀ ଗୁରୁତ୍ୱ ଦେଇଥିଲେ। ଅନ୍ୟପକ୍ଷରେ ଜିଲାରେ ଅଧିକାରୀ ଓ କର୍ମଚାରୀ ଅଭାବ ଥିବାନେଇ ଜିଲାପାଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ୩୬ ସ୍ଥାନରେ ୨୫ଜଣ ରହିଥିବା ଓ ୧୧ଟି ଖାଲି ପଡିଥିବା ନେଇ ସୂଚନା ରଖିଥିଲେ। ଅନ୍ୟପକ୍ଷରେ ରାଜସ୍ବ ସଂଗ୍ରହ କ୍ଷେତ୍ରରେ ୨୦୧୮-୧୯ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ୧୮ କୋଟିରୁ ୧୩କୋଟି ୩୨ଲକ୍ଷ ୪୩ ହଜାର ଆଦାୟ ହୋଇଥିବାବେଳେ ୨୦୧୯-୨୦ ବର୍ଷର ଡିସେମ୍ବର ସୁଦ୍ଧା ୧୬କୋଟି ଧାର୍ଯ୍ୟରୁ ୮କୋଟି ୪୪ ହଜାର ସଂଗୃହୀତ ହୋଇଛି ବୋଲି ଜିଲା ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜ ସୂଚନା ରଖିଥିଲେ। ସେହିଭଳି ଜିଲାରେ ୩୯ଟି ଆଇଏମ୍‌ଏଫ୍‌ଏଲ୍‌ ଅଫ୍‌ ସପ୍‌, ୩୫ଟି ଅନ୍‌ ସପ୍‌, ୮ଟି ଅନ୍‌ ହୋଟେଲ ସପ୍‌, ଗୋଟିଏ ଅନବିୟର ପାର୍ଲର ଓ ୧୮ଟି ଦେଶୀ ମଦ ଦୋକାନ, ୭ଟି ମୋଲାସେସ ୟୁନିଟକୁ ମଞ୍ଜୁରୀ ମିଳିଥିବା ନେଇ ଅଧିକ୍ଷକ ସୂଚନା ରଖିଥିଲେ। ବିଭିନ୍ନ ପ୍ରକାର ଧରପଗଡରେ ୨୦୧୮-୧୯ ରେ ୧୫ ଲକ୍ଷ ୭୫ ଟଙ୍କା, ୨୦୧୯-୨୦ ରେ ୩୭ ଲକ୍ଷ ଟଙ୍କାର ସାମଗ୍ରୀ ଓ ନଗଦ ଅର୍ଥ ଜବତ ହୋଇଛି। ପୁନଶ୍ଚ ୧୦ଟି ଏନଡିପିଏସ କେଶ୍‌ ମାଧ୍ୟମରେ ୧୨ଜଣଙ୍କୁ ଗିରଫ କରାଯାଇ ଗତ ଆର୍ଥତ୍କ ବର୍ଷରେ ୧୨୫ କିଲୋ ଗଞ୍ଜେଇ ଓ ଗୋଟିଏ କାର ଜବତ କରାଯାଇଥିବାବେଳେ ଚଳିତ ଆର୍ଥତ୍କ ବର୍ଷରେ ୧୨୩ କିଲୋ ୨୦୦ ଗ୍ରାମ ଗଞ୍ଜେଇ, ୩୫ଟି ଗଞ୍ଜେଇ ଗଛ, ୬୦ ଗ୍ରାମ ଅଫିମ, ୩୦ ଗ୍ରାମ ବ୍ରାଉନସୁଗାର ସହିତ ଗୋଟିଏ କାର ଏବଂ ୬୫ଟି ଗଞ୍ଜେଇ ଯୁକ୍ତ ସିଗାରେଟ ଜବତ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ବୈଠକରେ ଅବକାରୀ ସଚିବ ଅଞ୍ଜନ ମାଣିକ ବକ୍ତବ୍ୟ ରଖି ଏନ୍‌ଡିପିଏସ ଗୋଦାମ କରାଯିବା ସହ କର୍ମଚାରୀ ନିଯୁକ୍ତିକୁ ତ୍ୱରାନ୍ବିତ କରାଯିବ ବୋଲି କହିଥିଲେ। ପ୍ରାରମ୍ଭରେ ଜିଲାପାଳ ରଞ୍ଜନ କୁମାର ଦାସ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଏସ୍‌ପି ଚରଣ ସିଂ ମୀନା ପୋଲିସ ବିଭାଗର ବିଭିନ୍ନ ଧରପଗଡ ସମ୍ପର୍କରେ ତଥ୍ୟ ରଖିଥିଲେ। ଡେପୁଟୀ କମିଶନର ରାମଚନ୍ଦ୍ର ପାଲଟା ଧନ୍ୟବାଦ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ବାଣିଜ୍ୟକର ବିଭାଗର ଅତିରିକ୍ତ ସଚିବ ନିଧି ରାଉତରାୟ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଅବକାରୀ ସମ୍ପର୍କରେ ଆଲୋଚନା ପରେ ମନ୍ତ୍ରୀ ପୂଜାରୀ ଜିଏସଟି ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟ ସମୀକ୍ଷା କରିଥିଲେ। ତେବେ ଜିଲାରେ ଉଭୟ ବିଭାଗର କାର୍ଯ୍ୟ ପ୍ରଶଂସନୀୟ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri