ଅବକାରୀ ମନ୍ତ୍ରୀଙ୍କ ଯାଜପୁର ଗସ୍ତ, ବିଭାଗୀୟ କାର୍ଯ୍ୟର ସମୀକ୍ଷା: ଚୋରା, ବିଷାକ୍ତ ମଦ ବିକ୍ରି ରୋକିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ,୪ା୧(ଡିଏନଏ): ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଯାଜପୁର ଜିଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲାରେ ଯେପରି କୌଣସି ବିଷାକ୍ତ ମଦ ବିକ୍ରି ନ ହୁଏ ଓ ବିଷାକ୍ତ ମଦ୍ୟପାନ କରି ଯେଭଳି କାହାର ମୃତ୍ୟୁ ନ ଘଟେ ସେଥିପାଇଁ ସତର୍କ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବର୍ତ୍ତମାନ ଯୁବପୀଢି କୋରେକ୍ସ କଫ୍‌ସିରପ, ଡ୍ରେଣ୍ଡ୍ରାଇଟ ଭଳି ମାରାତ୍ମକ ଦ୍ରବ୍ୟକୁ ନିଶା ପାଇଁ ବ୍ୟବହାର କରୁଥିବା ନେଇ ମନ୍ତ୍ରୀ ପୂଜାରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡ୍ରଗ ଇନ୍ସପେକ୍ଟରମାନେ ନିୟମିତ ବିଭିନ୍ନ ଔଷଧ ଦୋକାନ ଉପରେ ଚଢାଉ କରି ଷ୍ଟକ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଜିଲାର କେତେକ ଅଞ୍ଚଳରେ ବ୍ରାଉନସୁଗାର ଓ ଚରସ ଇତ୍ୟାଦି କାରବାର ଚାଲୁଥିବା ସମ୍ପର୍କରେ ଆଲୋଚନା କରି ଅବକାରୀ ବିଭାଗ ଓ ପୋଲିସ ଏ ଦିଗରେ ଅଧିକ ଯତ୍ନବାନ ହେବାକୁ କହିଥିଲେ। ବିଶେଷ କରି ରାଜସ୍ବ ଆଦାୟ ଅପେକ୍ଷା ଚୋରା ଓ ବିଷାକ୍ତ ମଦକୁ ରୋକିବା ସରକାରଙ୍କର ପ୍ରମୁଖ ଦାୟିତ୍ୱ ବୋଲି ମନ୍ତ୍ରୀ ସ୍ପଷ୍ଟ କରିବା ସହିତ ବିଭିନ୍ନ ସମୟରେ ଅବକାରୀ ମାମଲାରେ ଅପରାଧୀମାନେ ଖସି ଯାଉଥିବାରୁ ସର୍ଚ୍ଚ ଓ ଜବତ ପ୍ରକ୍ରିୟାକୁ ବୈଷୟିକ ଏବଂ ଆଇନଗତ ସହଯୋଗୀଭାବେ କରିବା ଉପରେ ପୂଜାରୀ ଗୁରୁତ୍ୱ ଦେଇଥିଲେ। ଅନ୍ୟପକ୍ଷରେ ଜିଲାରେ ଅଧିକାରୀ ଓ କର୍ମଚାରୀ ଅଭାବ ଥିବାନେଇ ଜିଲାପାଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ୩୬ ସ୍ଥାନରେ ୨୫ଜଣ ରହିଥିବା ଓ ୧୧ଟି ଖାଲି ପଡିଥିବା ନେଇ ସୂଚନା ରଖିଥିଲେ। ଅନ୍ୟପକ୍ଷରେ ରାଜସ୍ବ ସଂଗ୍ରହ କ୍ଷେତ୍ରରେ ୨୦୧୮-୧୯ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ୧୮ କୋଟିରୁ ୧୩କୋଟି ୩୨ଲକ୍ଷ ୪୩ ହଜାର ଆଦାୟ ହୋଇଥିବାବେଳେ ୨୦୧୯-୨୦ ବର୍ଷର ଡିସେମ୍ବର ସୁଦ୍ଧା ୧୬କୋଟି ଧାର୍ଯ୍ୟରୁ ୮କୋଟି ୪୪ ହଜାର ସଂଗୃହୀତ ହୋଇଛି ବୋଲି ଜିଲା ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜ ସୂଚନା ରଖିଥିଲେ। ସେହିଭଳି ଜିଲାରେ ୩୯ଟି ଆଇଏମ୍‌ଏଫ୍‌ଏଲ୍‌ ଅଫ୍‌ ସପ୍‌, ୩୫ଟି ଅନ୍‌ ସପ୍‌, ୮ଟି ଅନ୍‌ ହୋଟେଲ ସପ୍‌, ଗୋଟିଏ ଅନବିୟର ପାର୍ଲର ଓ ୧୮ଟି ଦେଶୀ ମଦ ଦୋକାନ, ୭ଟି ମୋଲାସେସ ୟୁନିଟକୁ ମଞ୍ଜୁରୀ ମିଳିଥିବା ନେଇ ଅଧିକ୍ଷକ ସୂଚନା ରଖିଥିଲେ। ବିଭିନ୍ନ ପ୍ରକାର ଧରପଗଡରେ ୨୦୧୮-୧୯ ରେ ୧୫ ଲକ୍ଷ ୭୫ ଟଙ୍କା, ୨୦୧୯-୨୦ ରେ ୩୭ ଲକ୍ଷ ଟଙ୍କାର ସାମଗ୍ରୀ ଓ ନଗଦ ଅର୍ଥ ଜବତ ହୋଇଛି। ପୁନଶ୍ଚ ୧୦ଟି ଏନଡିପିଏସ କେଶ୍‌ ମାଧ୍ୟମରେ ୧୨ଜଣଙ୍କୁ ଗିରଫ କରାଯାଇ ଗତ ଆର୍ଥତ୍କ ବର୍ଷରେ ୧୨୫ କିଲୋ ଗଞ୍ଜେଇ ଓ ଗୋଟିଏ କାର ଜବତ କରାଯାଇଥିବାବେଳେ ଚଳିତ ଆର୍ଥତ୍କ ବର୍ଷରେ ୧୨୩ କିଲୋ ୨୦୦ ଗ୍ରାମ ଗଞ୍ଜେଇ, ୩୫ଟି ଗଞ୍ଜେଇ ଗଛ, ୬୦ ଗ୍ରାମ ଅଫିମ, ୩୦ ଗ୍ରାମ ବ୍ରାଉନସୁଗାର ସହିତ ଗୋଟିଏ କାର ଏବଂ ୬୫ଟି ଗଞ୍ଜେଇ ଯୁକ୍ତ ସିଗାରେଟ ଜବତ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ବୈଠକରେ ଅବକାରୀ ସଚିବ ଅଞ୍ଜନ ମାଣିକ ବକ୍ତବ୍ୟ ରଖି ଏନ୍‌ଡିପିଏସ ଗୋଦାମ କରାଯିବା ସହ କର୍ମଚାରୀ ନିଯୁକ୍ତିକୁ ତ୍ୱରାନ୍ବିତ କରାଯିବ ବୋଲି କହିଥିଲେ। ପ୍ରାରମ୍ଭରେ ଜିଲାପାଳ ରଞ୍ଜନ କୁମାର ଦାସ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଏସ୍‌ପି ଚରଣ ସିଂ ମୀନା ପୋଲିସ ବିଭାଗର ବିଭିନ୍ନ ଧରପଗଡ ସମ୍ପର୍କରେ ତଥ୍ୟ ରଖିଥିଲେ। ଡେପୁଟୀ କମିଶନର ରାମଚନ୍ଦ୍ର ପାଲଟା ଧନ୍ୟବାଦ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ବାଣିଜ୍ୟକର ବିଭାଗର ଅତିରିକ୍ତ ସଚିବ ନିଧି ରାଉତରାୟ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଅବକାରୀ ସମ୍ପର୍କରେ ଆଲୋଚନା ପରେ ମନ୍ତ୍ରୀ ପୂଜାରୀ ଜିଏସଟି ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟ ସମୀକ୍ଷା କରିଥିଲେ। ତେବେ ଜିଲାରେ ଉଭୟ ବିଭାଗର କାର୍ଯ୍ୟ ପ୍ରଶଂସନୀୟ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri