ଅପରାଧ ଯୋଜନା ପଣ୍ଡ: କାର ଛାଡି ଜଙ୍ଗଲକୁ ଦୌଡି ପଳାଇଲେ ଦୁର୍ବୃତ୍ତ

ଦାରିଙ୍ଗବାଡି,୨।୭(ଡି.ଏନ.ଏ.)- କନ୍ଧମାଳ ଜିଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି। ବାଲିଗୁଡା ଠାରୁ ଦାରିଙ୍ଗବାଡି, ବାଡାବାଙ୍ଗା, ସିଆଙ୍ଗବାଲି ଦେଇ ଗଞ୍ଜାମକୁ ବ୍ୟାପକ ଗଞ୍ଜେଇ ଚୋରାଚାଲାଣ ହେଉଛି। ସେହିପରି ଦାରିଙ୍ଗବାଡିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଥିବାରୁ ଏହି ଅଞ୍ଚଳ ଏବେ ଅପରାଧୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ା ଏଭଳି ଏକ ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଛି ା ଅପରାଧୀମାନେ ଏକ କାରରେ ବାଲିଗୁଡା ଭାୟା ବୁଡାଗୁଡା ଦେଇ ଦାରିଙ୍ଗବାଡି ଅଭିମୁଖେ ଯାଉଥିବା ପୋଲିସ ପାଟ୍ରୋଲିଂ ଟିମ୍‌କୁ ସୂଚନା ମିଳିଥିଲା। ଦାରିଙ୍ଗବାଡି ଆଇଆଇସି ଅଲେଖ ଗରଡିଆ ଏକାଧିକ ଟିମ୍‌ ଗଠନକରି ସିମନବାଡି ସମେତ ଦାରିଙ୍ଗବାଡି ଆଦି ଅଞ୍ଚଳରେ ରାତି ପ୍ରାୟ ସାଢେ୧୦ଟାରେ ଯାନବାହନ ଯାଞ୍ଚ କରୁଥିଲେ। ଏଏସ୍‌ଆଇ ଆର. ଭିମୋରାଓ ରେଡ୍ଡୀ ସିମନବାଡିଠାରେ ଯାଞ୍ଚ କରୁଥିବାବେଳେ ଏକ କାର (ନଂ.ଓଡି-୩୩ପି-୦୦୨୧)କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ରା କାର୍‌ଟି ନ ଅଟକି ଦ୍ରୁତ ଗତିରେ ରାଇକିଆ ଅଭିମୁଖେ ପଳାଇଥିଲା। ପୋଲିସ ପିଛା କରି ବାଡାବାଙ୍ଗା ପଞ୍ଚାୟତ ସିକକେତା ପର୍ଯ୍ୟନ୍ତ ଯାଇଥିଲା। ତେବେ କାରଟି ରାଇକିଆ ନଯାଇ ଡାଡାକେତାଦେଇ ସିକନବାଡି ଅଞ୍ଚଳଆଡେ ପଳାଇଥିଲା। ପୋଲିସ ଓ ଦୁର୍ବୃତ୍ତ ଗୋଡାଗୋଡି ବେଳେ ଉଭୟ ଗାଡି ମଧ୍ୟରେ ଏକାଧିକ ଥର ଧକ୍କା ହୋଇଥିଲା। ସେପଟେ ରାସ୍ତା ଶେଷ ହୋଇଯାଇଥିବାରୁ କାରଟି ଆଗକୁ ଯାଇପାରି ନ ଥିଲା ା ଶେଷରେ ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ କାର ଛାଡି ଜଙ୍ଗଲକୁ ଦୌଡି ପଳାଇଥିଲେ। ଆଇଆଇସି ଗରଡିଆ ପହଞ୍ଚତ୍ କାରଟିକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଥିବା କହିଛନ୍ତି ା ଘଟଣାଟିକୁ ଜିଲା ଓ ସ୍ଥାନୀୟ ପୋଲିସ ଗୁରୁତର ସହ ନେଇଛି। ତଦନ୍ତରେ ବାଧା ସୃଷ୍ଟିହେବା ଆଶଙ୍କାରେ ଗଣମାଧ୍ୟମକୁ ଅଧିକ ସୂଚନା ଦେବାକୁ ପୋଲିସ ମନା କରିଥିଲା। ତେବେ ଏହି ଘଟଣାରେ କେତେଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଆଲୋଚନା ହେଉଛି। ମାତ୍ର ଏହାକୁ ଆଇଆଇସି ଗରଡିଆ ଖଣ୍ଡନ କରିଛନ୍ତି। କାର କାହାର ସେନେଇ ତଦନ୍ତ ଚାଲିଛି, କାର ନମ୍ବରଟି ନକଲି ଓ ଏହା ଏକ ସ୍କୋର୍ପିଓ ନମ୍ବର ବୋଲି ଜଣାପଡିଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସେ କହିଛନ୍ତି। କାର ଭିତରେ ଚୁଡି, ଆଇବ୍ରୋ ଆଦି ପଡିଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଏଏସ୍‌ଆଇ ରେଡ୍ଡୀ ଥାନାରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟି ୨୪ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୩ା୨(ସ୍ବ.ପ୍ର.): ସୋମବାର କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାବାସୀଙ୍କୁ ୪ ହଜାର ୭୦୩ କୋଟି ୨୪ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି।...

ଜଟିଳ ହେଉଛି ପରିକ୍ରମା ପ୍ରକଳ୍ପ ବିବାଦ

ପୁରୀ ଅଫିସ,୧୦।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଜଟିଳ ହେବାରେ ଲାଗିଛି। ପ୍ରକଳ୍ପ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଅନୁମୋଦନ ରହିଛି ବୋଲି...

ଭୁବନେଶ୍ୱରରୁ ଆଜି ପୁଣି ୫୭ ପଜିିଟିଭ୍‌ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍‌

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୫୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଶଟ୍‌ଡାଉନ୍‌ରେ ଗଞ୍ଜାମ ସହର ଖାଁ ଖାଁ : ଅମାନିଆଙ୍କୁ ସାବାଡ ପାଇଁ…

ଗଞ୍ଜାମ,୯।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ସହ ପୂର୍ବରୁ ଜାରି ହୋଇଥିବା ଶଟ୍‌ଡାଉନ୍‌...

ମା’ଙ୍କ ପୂଜା ଭୋଗ ଖାଇ ଶତାଧିକ ବ୍ୟକ୍ତି ଅସୁସ୍ଥ

ଡେରାବିଶ,୨୬ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୃଷ୍ଣନଗର ପିଞ୍ଛାପାଟିଆ ଗାଁରେ ସୋମବାର ମା’ଙ୍କ ପୂଜା ଭୋଗ ଖାଇ ଶତାଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କୁ ଡାଙ୍ଗମାଳ...

ଅନ୍ତର୍ଭୁକ୍ତ ହେବାକୁ ୪ ଯୋଗ୍ୟତାସୂଚକ ତାରିଖ

ଭୁବନେଶ୍ବର, ୨୧ା୭(ବ୍ୟୁରୋ): ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମ ଅନୁଯାୟୀ ତ୍ରୁଟିଶୂନ୍ୟ ଓ ନିର୍ଭୁଲ୍‌ ଭୋଟର ତାଲିକା ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ...

ଦେଶର ୧ନଂ. ବନ୍ଦର ହେବ ପାରାଦୀପ

ପାରାଦୀପ,୧୩ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଏବେ ନୂତନ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ବ୍ୟବସ୍ଥା ଆପଣାଇଛି। ଏପରି ପରିବର୍ତ୍ତନରେ ପଣ୍ୟ କାରବାର ପ୍ରକ୍ରିୟା ତ୍ୱରାନ୍ବିତ ହେଲାଣି। ଗତ...

ଆଇଟିଆଇ ପ୍ରସ୍ତୁତ କଲା ୟୁଭିସି ସାନିଟାଇଜ୍‌ ମେଶିନ: ଇଲୋକ୍ଟ୍ରୋନିକ୍ସ ଉପକରଣକୁ କରିହେବ ସାନିଟାଇଜ୍‌

ବ୍ରହ୍ମପୁର ଅଫିସ,୭ା୫-କୋଭିଡ୍‌-୧୯ ଭୂତାଣୁ ସାରା ଦେଶ ତଥା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଏହି ସମୟରେ ଇଲୋକ୍ଟ୍ରାନିକ୍ସ ଉପକରଣ ଦ୍ୱାରା ଏହି...

Advertisement
Archives

Model This Week