ଅନ୍‌ଲାଇନ ବାଇବେଲ୍‌ କ୍ଲାସ୍‌ରେ ଚାଲିଲା ଅଶ୍ଳୀଳ ଭିଡିଓ

ସାନ୍‌ ଫ୍ରାନ୍ସିସ୍କୋ,୧୭।୫: ସାରା ବିଶ୍ୱରେ ସମ୍ପ୍ରତି ଲୋକପ୍ରିୟତା ସାଉଣ୍ଟୁଥିବା ଭିଡିଓ କନ୍‌ଫରେନ୍ସିଂ ଆପ୍‌ ‘ଜୁମ୍‌’ ବିରୋଧରେ ମକଦ୍ଦମା ରୁଜୁ କରିଛି ଆମେରିକା କାଲିଫର୍ନିଆର ଏକ ଚର୍ଚ୍ଚ। କାରଣ ଜୁମ୍‌ ଆପ୍‌ ଜରିଆରେ ଅନ୍‌ଲାଇନ ବାଇବେଲ୍‌ ଅଧ୍ୟୟନ କ୍ଲାସ୍‌ ଚାଲିଥିବାବେଳେ ହଠାତ୍‌ ଦେଖିବାକୁ ମିଳିଥିଲା ଅଶ୍ଳୀଳ ଭିଡିଓ। ଜଣେ ହ୍ୟାକର ଏଭଳି କାଣ୍ଡ ଘଟାଇଥିଲେ। ଫଳରେ ବାଇବେଲ୍‌ ଅଧ୍ୟୟନ କରୁଥିବା ବ୍ୟକ୍ତିମାନେ ଚକିତ ହୋଇଯିବା ସହ ଅସହଜ ମନେ କରିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ଥିଲେ।
ପ୍ରମୁଖ ଗଣମାଧ୍ୟମ ସଂସ୍ଥା ସିଏନ୍‌ଏନ୍‌ ଅନୁଯାୟୀ, ସାନ୍‌ ଫ୍ରାନ୍ସିସ୍କୋର ଅନ୍ୟତମ ପୁରାତନ ଚର୍ଚ୍ଚ ସେଣ୍ଟ୍‌ ପାଉଲ୍ସ ଲୁଥେରାନ ଚର୍ଚ୍ଚ ଗତ ୬ ତାରିଖରେ ଏକ ବାଇବେଲ୍‌ ଅଧ୍ୟୟନ କ୍ଲାସ୍‌ ଆୟୋଜନ କରିଥିଲା। ହ୍ୟାକର ଜଣକ ସେହି ଅନ୍‌ଲାଇନ କ୍ଲାସ୍‌ରେ ଅନୁପ୍ରବେଶ କରି ଅଶ୍ଳୀଳ ଭିଡିଓ ଚଳାଇଥିଲେ। ଅଧ୍ୟୟନ କ୍ଲାସ୍‌ର ଅଂଶଗ୍ରହଣକାରୀଙ୍କ ପାଇଁ କଣ୍ଟ୍ରୋଲ ବଟନ ଅକ୍ଷମ ହୋଇଯାଇଥିଲା। ସେମାନେ ଉକ୍ତ ସେସନ୍‌କୁ ବନ୍ଦ କରି ପୁଣି ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ହ୍ୟାକର ଜଣକ ଅଶ୍ଲୀଳ ଭିଡିଓ ଦ୍ୱାରା ପୁଣି ଆକ୍ରମଣ କରିଥିଲେ।
ମକଦ୍ଦମାରେ ଚର୍ଚ୍ଚ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ଭିଡିଓ ଫୁଟେଜ୍‌ ଅତ୍ୟନ୍ତ ଘୃଣ୍ୟ ଥିଲା। ସେଥିରେ ବୟସ୍କମାନେ ପରସ୍ପର ସହ ଯୌନ ସମ୍ପର୍କ ରଖିବା ସହ ପିଲାମାନେ ଯୌନ ଶୋଷଣର ଶିକାର ହେବାର ଦୃଶ୍ୟ ଥିଲା। ହ୍ୟାକର ଜଣକ ଜଣାଶୁଣା ଅପରାଧୀ ବୋଲି ଜୁମ୍‌ ପକ୍ଷରୁ ସ୍ବୀକାର କରାଯାଇଥିବା ଏବଂ ତାଙ୍କ ବିରୋଧରେ ପ୍ରଶାସନ ନିକଟରେ ଏକାଧିକ ଥର ରିପୋର୍ଟ କରାଯାଇଥିବା ମକଦ୍ଦମାରେ ଦର୍ଶାଯାଇଛି। ହେଲେ ଏହି ବିଷୟକୁ ଗମ୍ଭୀର ଭାବେ ନେବାକୁ ଜୁମ୍‌ ମନା କରିବା ପରେ ମାମଲା ରୁଜୁ କରାଯାଇଥିବା ଚର୍ଚ୍ଚର ଅନ୍ୟତମ ଓକିଲ ମାର୍କ ମଲୁମ୍ଫି ସିଏନ୍‌ଏନ୍‌କୁ କହିଛନ୍ତି।
ଜୁମ୍‌ର ଜଣେ ମୁଖପାତ୍ର ଗଣମାଧ୍ୟମ ସଂସ୍ଥା ବିବିସିକୁ ଏକ ବିବୃତି ଦେଇ ଘଟଣାକୁ ଭୟଙ୍କର ବୋଲି କହିଛନ୍ତି। ପ୍ରଭାବିତ ବ୍ୟକ୍ତିମାନଙ୍କ ପ୍ରତି ଆମର ସହୃଦୟତା ଅଛି। ସେହିଦିନ ହିଁ ଆମେ ଘଟଣା ବିଷୟରେ ଜାଣିବା ପରେ ଅପରାଧୀଙ୍କୁ ଚିହ୍ନଟ କରିଥିଲୁ। ତାଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ପଦକ୍ଷେପ ନେବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଉପଯୁକ୍ତ ଅଧିକାରୀଙ୍କ ନିକଟରେ ରିପୋର୍ଟ କରିଥିଲୁ ବୋଲି ଜୁମ୍‌ ମୁଖପାତ୍ର କହିଛନ୍ତି।
କରୋନା ଭାଇରସ୍‌ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ କୋଟି କୋଟି ଲୋକ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏଭଳିସ୍ଥଳେ ଘରେ ରହି ଅଫିସ୍‌ ଓ ବାଣିଜି୍ୟକ କାର୍ଯ୍ୟ ନିମନ୍ତେ ଭିଡିଓ ଚାଟିଂ ବେଶ୍‌ ଜରୁରୀ ହୋଇପଡ଼ିଛି। ଏହି ଆବଶ୍ୟକତାକୁ ଅନେକାଂଶରେ ପୂରଣ କରିପାରୁଛି ଜୁମ୍‌ ଆପ୍‌। ଫଳରେ ତାହାର ଲୋକପ୍ରିୟତା ବଢ଼ିଛି। ଏଥିରେ ଏକା ସଙ୍ଗେରେ ୧୦୦ଜଣ ଲୋକ ୪୦ ମିନିଟ୍‌ ଯାଏ ପରସ୍ପରକୁ ଦେଖିପାରୁଛନ୍ତି ଏବଂ କଥା ହୋଇପାରୁଛନ୍ତି। ହେଲେ ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ନିରାପତ୍ତା ସମ୍ବନ୍ଧରେ ଜୁମ୍‌ ଆପ୍‌ କ୍ରମାଗତ ଭାବେ ଟାର୍ଗେଟ ହୋଇଆସୁଛି। ବ୍ୟବହାରକାରୀଙ୍କ ଡାଟା ସୁରକ୍ଷିତ ନ ଥିବା ନେଇ ବହୁ ପୂର୍ବରୁ ଅଭିଯୋଗ ହେବା ସହ କେତେକ ମାମଲା ମଧ୍ୟ ରୁଜୁ ହୋଇଛି। ସାଇବର ଅପରାଧୀମାନେ ଏହି ଆପ୍‌କୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରି ଅନ୍ୟକୁ ହଇରାଣ କରିବା ସହ ବିପଦରେ ପକାଇପାରିବେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ। ସେହିପରି ଭାରତରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜୁମ୍‌ ଆପ୍‌ ଏକ ସୁରକ୍ଷିତ ପ୍ଲାଟଫର୍ମ ନୁହେଁ ବୋଲି ଏପ୍ରିଲରେ ଚେତାଇ ଦିଆଯାଇଥିଲା। ତଥାପି ଯେଉଁମାନେ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ୍‌ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri