ଅନ୍‌ଲାଇନ୍‌ରେ ପାନ୍ଥନିବାସ ଖାଦ୍ୟ

ଭୁବନେଶ୍ୱର,୯।୫(ବ୍ୟୁରୋ): ଏଣିକି ଅନ୍‌ଲାଇନ୍‌ରେ ମିଳିବ ପାନ୍ଥନିବାସର ସୁସ୍ବାଦୁ ଖାଦ୍ୟ। ଘରେ ବସି ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇହେବ। ଘରଠାରୁ ଦୂରରେ ଏକାକୀ ରହୁଥିଲେ ବି ଘର ଭଳି ଖାଦ୍ୟ ହାତପାଆନ୍ତାରେ ମିଳିବ। ତାହା ପୁଣି ବିନା କୌଣସି ଝିନ୍‌ଝଟରେ। ଡାଲ୍‌ମା, ସନ୍ତୁଳା, ମାଛ ବେସର ସହ ପିଠା, ମିଠା ମଧ୍ୟ ଅର୍ଡର କରିହେବ। ଏଥିଲାଗି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ‘ଜୋମାଟୋ’ ଏବଂ ‘ସ୍ବିଗି’ ମାଧ୍ୟମରେ ଆରମ୍ଭ ହୋଇଛି ହୋମ୍‌ ଡେଲିଭରି ବ୍ୟବସ୍ଥା। ଲକ୍‌ଡାଉନ୍‌ ସମୟରେ ଘରେ ଘରେ ସୁସ୍ବାଦୁ ଖାଦ୍ୟ ପହଞ୍ଚାଇବା ପାଇଁ ଶୁକ୍ରବାର ପାନ୍ଥନିବାସରେ ‘ପସନ୍ଦ ଆପଣଙ୍କର, ରୋଷେଇ ଆମର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରାମର୍ଶମକ୍ରମେ ଓଟିଡିସି ଦୁଇ ପ୍ରମୁଖ ଅନ୍‌ଲାଇନ ଫୁଡ୍‌ ଡେଲିଭରି ସଂସ୍ଥା ‘ଜୋମାଟୋ’ ଓ ‘ସ୍ବିଗି’ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପାନ୍ଥନିବାସରେ ବୁଝାମଣାପତ୍ର ସ୍ବାକ୍ଷର ସହ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ନିଗମ ଦ୍ୱାରା ପରିଚାଳିତ ୪ ପାନ୍ଥନିବାସ ଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲା ସହରବାସୀଙ୍କୁ ଜୋମାଟୋ ଓ ସ୍ବିଗିରେ ଡୋର୍‌ ଟୁ ଡୋର୍‌ ଅର୍ଡର ଅନୁଯାୟୀ ଖାଦ୍ୟ ଯୋଗାଇ ଦେବ। ପାରମ୍ପରକି ଓଡ଼ିଆ ଖାଦ୍ୟ ସହ ପୋଡ଼ପିଠା ଓ ଅନ୍ୟାନ୍ୟ ସବୁ ପ୍ରକାର ପିଠା ମଧ୍ୟ ଏବେ ଅନ୍‌ଲାଇନରେ ଅର୍ଡର କରିହେବ। ଏହାବ୍ୟତୀତ ଅନ୍ୟାନ୍ୟ ଦେଶୀ, ବିଦେଶୀ ଖାଦ୍ୟ ମଧ୍ୟ ରହିବ। ଆଗାମୀ ଦିନରେ ରାଜ୍ୟର ଅନ୍ୟ ପାନ୍ଥନିବାସଗୁଡ଼ିକରେ ଏହି ସେବା ଯୋଗାଇ ଦିଆଯିବ। ଏଥିପାଇଁ ଆଉକିଛି ପ୍ରମୁଖ ଅନ୍‌ଲାଇନ ଫୁଡ୍‌ ଡେଲିଭରି ସଂସ୍ଥା ସହିତ ବୁଝାମଣାପତ୍ର ସ୍ବାକ୍ଷର କରାଯିବ ବୋଲି ଅଧ୍ୟକ୍ଷା ମିଶ୍ର କହିଛନ୍ତି।
କୋଭିଡ୍‌-୧୯ ପ୍ରଭାବ ଯୋଗୁ ସାରା ରାଜ୍ୟ ଏବେ ଲକ୍‌ଡାଉନରେ ଥିବାବେଳେ ହୋଟେଲ୍‌, ରେଷ୍ଟୁରାଣ୍ଟ, ମଲ୍‌ ସବୁକିଛି ବନ୍ଦ ରହିଛି। ଏଭଳି ସମୟରେ ଘରଠାରୁ ଦୂରରେ ଏକାକୀ ରହୁଥିବା ବ୍ୟାଚ୍‌ଲର, କର୍ମଜୀବୀ ଓ ଛାତ୍ରୀଛାତ୍ରମାନେ ଖାଦ୍ୟପେୟ ପାଇଁ ନାନା ସମସ୍ୟା ଭୋଗୁଛନ୍ତି। ତେବେ ଏଭଳି ସମୟରେ ଲୋକଙ୍କ ନିକଟରେ ଘର ତିଆରି ଭଳି ଖାଦ୍ୟ ପହଞ୍ଚାଇବାକୁ ଓଟିଡିସି ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ସମସ୍ତ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନକୁ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନତାର ସହ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ପ୍ରସ୍ତୁତ ହେଉଛି। ଏହାକୁ ଲୋକଙ୍କ ଘରେ ସୁଲଭ ମୂଲ୍ୟରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri