ଅନ୍‌ଲାଇନରେ ବିକ୍ରି ହେବ କୃଷିଜାତ ଦ୍ରବ୍ୟ

ଭୁବନେଶ୍ୱର,୨୧।୪(ବ୍ୟୁରୋ)- କୃଷି ଭିତ୍ତିକ ଦ୍ରବ୍ୟ ଲକ୍‌ଡାଉନ ସମୟରେ ଯେପରି ବଜାରରେ ପହଞ୍ଚି ପାରିବ, ସେଥିପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି କ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ଅନ୍‌ଲାଇନ କୃଷିଜାତ ଦ୍ରବ୍ୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ୱେବସାଇଟ୍‌ର ନାଁ ହେଉଛି, http://odihort.nic.in/।
ବିଶେଷ କରି ଉଦ୍ୟାନଭିତ୍ତିକ ଫସଲ ଯଥା, ଫଳ, ପନିପରିବା,ଫୁଲ,ମସଲାକୁ ଗୁରୁତ୍ୱ ଦିଆଯାଉଛି। ଏହି ଦ୍ରବ୍ୟଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନଷ୍ଟ ହୋଇ ଥାଆନ୍ତି। ତେଣୁ ଅନ୍‌ଲାଇନରେ ଯେପରି ଶୀଘ୍ର ବିକ୍ରି ହୋଇପାରିବ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏହି ୱେବସାଇଟ୍‌ ଜରିଆରେ ୩୦ ଜିଲାର ଉଦ୍ୟାନ ଅଧିକାରୀମାନେ ତାଙ୍କ ଜିଲାର ବଳକା ଉତ୍ପାଦନ ଦ୍ରବ୍ୟ ବିଷୟରେ ଉଲ୍ଲେଖ କରିବେ। ଏହାକୁ ଆୟୁଧ କରି ଇଚ୍ଛୁକ ବ୍ୟବସାୟୀମାନେ ସେମାନଙ୍କୁ ଯୋଗାଯୋଗ କରି ଦ୍ରବ୍ୟ କ୍ରୟ କରିବେ। ଏହା ଦ୍ୱାରା ସେମାନେ ଚାଷୀମାନଙ୍କ ସହ ମଧ୍ୟ ସିଧାସଳଖ ଯୋଗାଯୋଗ ରକ୍ଷା କରିପାରିବେ। ଶୁଭାରମ୍ଭ କରାଯିବାର କେଇ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୫୦୦ ଚାଷୀ ଏଥିରେ ନିଜକୁ ପଞ୍ଜୀକୃତ କରିଥିବା ଜଣାପଡିଛି। ସେହିପରି ବ୍ୟବସାୟୀମାନଙ୍କ ଅବଗତି ନିମନ୍ତେ ରାଜ୍ୟର ଚାଷୀମାନଙ୍କ ପାଖରେ ବଳକା ଥିବା ଉଦ୍ୟାନ ଭିତ୍ତିକ ଉତ୍ପାଦିତ ଦ୍ରବ୍ୟ ସମ୍ପର୍କରେ ଏସ୍‌ଏମ୍‌ଏସ୍‌ ଜରିଆରେ ଅବଗତ କରାଯିବ। ଏହି ୱେବ୍‌ସାଇଟ୍‌ ଉଦ୍‌ଘାଟନ ବେଳେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ସୁରେଶ ବଶିଷ୍ଠ, ଉଦ୍ୟାନ ନିର୍ଦ୍ଦେଶକ ମୁଥୁକୁମାରଙ୍କ ସମେତ ଅନ୍ୟ ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି: ଶିମିଳିପାଳରେ କମିଛି

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି। ବୁଧବାର ୪୯୭ ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୧୦୪୮ରେ ପହଞ୍ଚିଛି। ଜଙ୍ଗଲ...

ଦିନରେ ୩୪, ରାତିରେ ୨୪ ଡିଗ୍ରୀ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି। ପୌଷ ମାସରେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି। ଶୀତରେ କମ୍ପିବା ବଦଳରେ ସାରା ରାଜ୍ୟ ଏବେ ଉଷ୍ମ।...

ଅନ୍ଧବିଶ୍ୱାସ: କଦଳୀ ଭେଳା କରି ସମୁଦ୍ରରେ ଭସାଇଦେଲେ ସାପ କାମୁଡ଼ା ଛାତ୍ରୀଙ୍କ ମୃତଦେହ

ମହାକାଳପଡ଼ା,୨୪ା୯ ଡି.ଏନ.ଏ.): ଅନ୍ଧବିଶ୍ୱାସ ଓ ପୁରୁଣା ପରମ୍ପରା ଏବେ ବି ଲୋକଙ୍କ ମନରେ ବଞ୍ଚତ୍ ରହିଛି। ତା’ର ଏକ ଉଦାହରଣ ଗୁରୁବାର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା...

ଓଜେଇଇ ଆରମ୍ଭ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହୋଇଛି। କରୋନା ପାଇଁ ଏଥର ଓଜେଇଇ ଅହେତୁକ ବିଳମ୍ବରେ ହୋଇଛି। ତେବେ ପ୍ରଥମ ଦିନରେ...

ଚାଷୀଙ୍କ ଖାତାକୁ ଗଲା ଚଳିତ ବର୍ଷର ଦ୍ୱିତୀୟ କିସ୍ତି କାଳିଆ ଟଙ୍କା

ଭୁବନେଶ୍ୱର,୧୪।୫(ବ୍ୟୁରୋ): କାଳିଆ ଯୋଜନାରେ ଚଳିତ ବର୍ଷର ଦ୍ୱିତୀୟ କିସ୍ତି ଟଙ୍କା ରାଜ୍ୟ ସରକାର ଚାଷୀମାନଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୯୨୦...

ବନ୍ଦ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଫେବୃୟାରୀ ୨୮ ତାରିଖରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବିଏମ୍‌ସି ପକ୍ଷରୁ...

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୦।୫ ଅନୁଗୋଳ ଜିଲାରେ ବିଦ୍ୟୁତ୍‌ କାଟ ଓ ପାନୀୟ ଜଳ ସମସ୍ୟା ସହ ଡିଏମ୍‌ଏଫ୍‌ରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ।...

ଜିଆ ଖତ ନକଲି ସନ୍ଦେହରେ କାରଖାନା ଉପରେ ଚଢ଼ାଉ: ସଂଗ୍ରହ ହେଲା ନମୁନା

ସାକ୍ଷୀଗୋପାଳ,୧୧।୯(ଡି.ଏନ୍‌.ଏ./ସ୍ବ.ପ୍ର.): ନକଲି ସାର ପ୍ରସ୍ତୁତି ସନ୍ଦେହରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦପୁର ନିକଟରେ ଥିବା ଗ୍ଲେୟର କେମିକାଲ ପ୍ରାଇଭେଟ ଲିମିଟେଡ୍‌ କାରଖାନା ଉପରେ ରବିବାର...

Advertisement
Archives

Model This Week