ଅନ୍ୟ ୨ ଯୁବକଙ୍କ ସମ୍ପର୍କରେ ରିପୋର୍ଟ ମାଗିଲେ ଏସ୍‌ପି

ଅନୁଗୋଳ ଅଫିସ୍‌, ୧।୨ – ଅନୁଗୋଳ ଥାନା ଲିଙ୍ଗରାଯୋଡ଼ିର ବାପି ଓରଫ୍‌ ସତ୍ୟଜିତ୍‌ ପ୍ରଧାନଙ୍କ ଠାରୁ ୩ ବନ୍ଧୁକ, ଗୋଟିଏ ଭଙ୍ଗା ମାଗାଜିନ୍‌ ଓ ୯ ଜୀବନ୍ତ ଗୁଳି ଜବତ ମାମଲାର ତଦନ୍ତ ଠିକ୍‌ ଭାବେ କରାଯାଇ ନ ଥିବାରୁ ଅନୁଗୋଳ ପୋଲିସ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଗୁରୁବାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଅରକ୍ଷିତ ସେଠୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ଏବେ ବାପିଙ୍କ ବାଇକ୍‌ ଓ ସହଯୋଗୀ ସନ୍ଦେହରେ ପୋଲିସ ଥାନାକୁ ଆଣି ଦୁଇ ଯୁବକଙ୍କୁ ପଚରାଉଚରା କରି ଛାଡ଼ିଦେଇଥିବା ସମ୍ପର୍କରେ ତନାଘନା ଆରମ୍ଭ କରିଛନ୍ତି ଏସ୍‌ପି ଜଗମୋହନ ମୀନା। ଯୁବକ ଦ୍ୱୟଙ୍କୁ କେଉଁ କାରଣରୁ ପୋଲିସ ଉଠାଇ ଆଣିଥିଲା ତାହାର ରିପୋର୍ଟ ମାଗିଛନ୍ତି ଏସ୍‌ପି। ଅନ୍ୟପଟେ ଅନୁଗୋଳ କୋର୍ଟ ଦେଇଥିବା ଜାମିନ୍‌ ପିଟିଶନ୍‌କୁ ରଦ୍ଦ କରିବାକୁ ଶନିବାର ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରାଯିବ ବୋଲି ସରକାରୀ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସ୍ପେଶାଲ ସ୍କ୍ବାଡ୍‌ ବାପିଙ୍କୁ ତାମ୍ରିତ କଲୋନୀ କାଳୀ ମନ୍ଦିର ନିକଟରେ ଥିବା ଏକ ଘରୁ ଉଠାଇ ଆଣିଥିଲା। ଏଥିସହ ସେଠାରେ ଥିବା ତାଙ୍କ ବୁଲେଟ୍‌କୁ ମଧ୍ୟ ଥାନାକୁ ନେଇ ଆସିଥିଲା। କିନ୍ତୁ ପୋଲିସ ବାପିଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ବେଳେ ବୁଲେଟ୍‌କୁ ସିଜ୍‌ ଲିଷ୍ଟରେ ଦେଖାଇ ନ ଥିଲା। ଉକ୍ତ ବୁଲେଟ୍‌ କୁଆଡ଼େ ଗଲା ବୋଲି ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ ଏସ୍‌ପି ପଚାରିବା ସହ ଖୋଳତାଡ଼ ଆରମ୍ଭ କରିଛନ୍ତି। ସେହିପରି ବାପିଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଉଠାଇବାର ଦୁଇରୁ ତିନି ଘଣ୍ଟା ମଧ୍ୟରେ ଥାନାରୁ ଫୋନ୍‌ କରାଯାଇ ଅନ୍ୟ ଦୁଇ ଜଣଙ୍କୁ ଡକାଯାଇଥିଲା। ଦୁଇଦିନ ଧରି ଅଟକ ରଖିବା ସହ ବାପିଙ୍କୁ କୋର୍ଟଚାଲାଣ କରିବା ପରେ ଉଭୟଙ୍କୁ ପୋଲିସ ଛାଡ଼ିଦେଇଥିଲା। ବାପିଙ୍କ ସହ ଯଦି ଏହି ଯୁବକମାନଙ୍କ ଲିଙ୍କ ନ ଥିଲା ତେବେ କାହିଁକି ଉଭୟଙ୍କୁ ଦୁଇ ଦିନ ଅଟକ ରଖାଯାଇଥିଲା ସେ ନେଇ ଏସ୍‌ପି ରିପୋର୍ଟ ମାଗିଛନ୍ତି। ଏ ସମ୍ପର୍କରେ ଏସ୍‌ପି ମୀନା କହିଛନ୍ତି, ଘଟଣା ଏବେ ତଦନ୍ତ ପରିସର ଭୁକ୍ତ ରହିଛି। ଥାନା ଅଧିକାରୀଙ୍କୁ ରିପୋର୍ଟ ମାଗିଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଅନ୍ୟପକ୍ଷରେ କୋର୍ଟକୁ ସରକାରୀ ପିପି ମାଗିଥିବା ସାର୍ଟିଫାଏ କପି ଓ ପୋଲିସ ପ୍ରଦାନ କରିଥିବା ଅଭିଯୋଗପତ୍ର ଶୁକ୍ରବାର ଅପରାହ୍ନରେ ହସ୍ତଗତ ହୋଇଛି। ବିଳମ୍ବ ହୋଇଥିବାରୁ ସାର୍ଟିଫାଏ କପି ସହ ଅନ୍ୟ ଦସ୍ତାବିଜ ଗୁଡ଼ିକର ଅନୁଧ୍ୟାନ ଚାଲିଛି। ଶନିବାର ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ବାପିଙ୍କୁ ମିିଳିଥିବା ଜାମିନ୍‌ ଆବେଦନ ଖାରଜ ପାଇଁ ଆବେଦନ କରାଯିବ ବୋଲି ସରକାରୀ ପିପି ଦାସ ସୂଚନା ଦେଇଛନ୍ତି। ଏଥିସହିତ ପ୍ରସିକ୍ୟୁସନରେ ଅବହେଳା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri