ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୧.୯୧ ଲକ୍ଷ ଲୋକ

ଛତ୍ରପୁର, ୨୯।୪(ଡି.ଏନ୍‌.ଏ.): ଲକ୍‌ଡାଉନ ଉଠିବା ପରେ ବିଭିନ୍ନ ରାଜ୍ୟରୁ ଗଞ୍ଜାମ ଜ଼ିଲାକୁ ଶ୍ରମିକ, ଛାତ୍ରୀଛାତ୍ର ଓ ଅନ୍ୟମାନେ ଫେରିବେ। ଏ ନେଇ ପଞ୍ଜୀକରଣ କରିବାକୁ ଓଡିଶା ସରକାର ବାଧ୍ୟତାମୂଳକ କରିଛନ୍ତି। ଗତ ୨୪ ତାରିଖରୁ ଏହି ପଞ୍ଜୀକରଣ ଆରମ୍ଭ ହୋଇଛି। ଅନଲାଇନ ସହ ଅଫ୍‌ଲାଇନରେ ମଧ୍ୟ ଗଞ୍ଜାମ ଫେରିବାକୁ ଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ଜରିଆରେ ପଞ୍ଜୀକରଣ କରାଯାଉଛି । ୨୮ ତାରିଖ ରାତି ସୁଦ୍ଧା ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ୧ ଲକ୍ଷ ୯୧ ହଜାର ୭୮୦ ଜଣ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। ଏଥିମଧ୍ୟରେ ଜ଼ିଲାର ୨୨ ବ୍ଲକର ଗ୍ରାମାଞ୍ଚଳକୁ ଫେରିବା ପାଇଁ ୧ ଲକ୍ଷ ୮୨ ହଜାର ୮୫୪ ଜଣ ଓ ୧୮ ସହରାଞ୍ଚଳକୁ ୮ ହଜାର ୯୨୬ ଜଣ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି। ଲକ୍‌ଡାଉନ ପରେ ପଞ୍ଜୀକରଣ କରିଥିବା ଲୋକ ଗଞ୍ଜାମ ଫେରିବେ। ଏହା ପରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚଞ୍ଚଳ ରାଧାଦେଇପୁର, ଛୁଛୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri