ଅନ୍ଧବିଶ୍ୱାସ: ବଜ୍ରପାତରେ ମୃତ ବୃଦ୍ଧଙ୍କୁ ଗୋବରରେ ପୋତି ଦେଲେ ପରିବାର ଲୋକେ

ପାଟଣା,୯।୧୦(ସ୍ବ.ପ୍ର.) :କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ ପଞ୍ଚାୟତ ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଜଙ୍ଗରାଇ ମୁଣ୍ଡାଙ୍କ ପୁଅ ପାଣ୍ଡୁ ମୁଣ୍ଡା(୫୫)। ତାଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାଙ୍କୁ ପ୍ରଥମେ ଗୋବର ଗାଡିଆରେ ପୋତି ପକାଇଥିଲେ। ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ସହାୟତାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପାଣ୍ଡୁ ଘର ବାରଣ୍ଡାରେ ବସିଥିବାବେଳେ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ଡାକ୍ତରଖାନାକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଫୋନକରି ବିଫଳ ହେବାରୁ ପାଣ୍ଡୁଙ୍କୁ ଏକ ଗୋବର ଗାଡିଆରେ ପୋତି ପକାଇଥିଲେ। ଏନେଇ କରଞ୍ଜିଆ ଥାନାରେ ପୋଲିସ ୨୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ଜିଲା ଭାଜପା ଜୋର ଧରିଲା ଦଳ ବିରୋଧୀଙ୍କ ବହିଷ୍କାର ଦାବି: ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ବିଷୋଦଗାର

କୋରେଇ,୧୮।୮(ସ୍ବ.ପ୍ର.)- ଯାଜପୁର ଜିଲା ଭାଜପାରେ ଆଭ୍ୟନ୍ତରୀଣ କନ୍ଦଳ ଉଗ୍ରରୂପ ନେବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟରେ ଜଡ଼ିତ କେତେକ କାର୍ଯ୍ୟକର୍ତ୍ତାଙ୍କୁ...

ଫୁଲିଲା ହୀରାକୁଦ ଜଳଭଣ୍ଡାର, ଖୋଲିଲା ୪ ଗେଟ୍‌

ସମ୍ବଲପୁର,୧୯ା୯(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡ ଛତିଶଗଡ଼ରେ ଆଗକୁ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ବର୍ଷା ହେବ...

ବାଲିଗୁଡ଼ାରେ ମୂର୍ତ୍ତି ଭାଙ୍ଗିବା ଘଟଣା: ତାତିଲା ବରଗଡ଼ ଡୁମାଲ ସେନା

ବରଗଡ଼ ଅଫିସ,୧୧ା୬: କନ୍ଧମାଳ ଜିଲା ବାଲିଗୁଡ଼ାରେ ସ୍ଥାପିତ ଡୁମାଲ ଜାତିର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶରୀଙ୍କ ମୂର୍ତ୍ତିକୁ କିଛିଦିନ ତଳେ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏହି...

ଗାଈ ଗୋରୁଙ୍କ ଚରାଭୂଇଁ ପାଲଟିଛି ୫୫ନଂ. ଜାତୀୟ ରାଜପଥ: ବଢୁଛି ଦୁର୍ଘଟଣା

ବଅଁରପାଳ,୨୫।୬(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ଓ ନାଲ୍‌କୋ ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ଗାଈ ଗୋରୁଙ୍କ ଚରାଭୂଇଁ ପାଲଟିଥିବା ଦେଖାଦେଇଛି। ସକାଳ ଓ ସଞ୍ଜ...

ବିଦ୍ୟାଳୟ, ମହାବିଦ୍ୟାଳୟ ପରିଦର୍ଶନ କଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ

ପାଟଣା,୧୦।୧(ସ୍ବ.ପ୍ର.): ଦୀର୍ଘ ୯ ମାସ ପରେ କୋଭିଡ୍‌ କଟକଣା ମଧ୍ୟରେ ଜାନୁୟାରୀ ୮ତାରିଖରୁ ରାଜ୍ୟରେ ଦଶମ ଓ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ମଧ୍ୟରେ...

ଆବାସ ହିତାଧିକାରୀଙ୍କ ଅନୁଦାନ ହଡପ : ସମ୍ପୂର୍ଣ୍ଣ ହୋଇପାରୁନି ଗୃହ, ରାସ୍ତାକଡରେ ପରିବାର

ନୂଆଗାଁ,୧୨ା୮ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତ ମଣିଆକୋଟ ଗ୍ରାମର ଜଣେ ହିତାଧିକାରୀଙ୍କ ଆବାସ ଅନୁଦାନ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏଣେ...

୨୩ ବର୍ଷ ହେଲା ରାଜ୍ୟ ସରକାର ଓଡ଼ିଆଙ୍କୁ ଠକୁଛନ୍ତି

ଧର୍ମଗଡ଼,୩୦।୧(ଡି.ଏନ.ଏ.):କଳାହାଣ୍ଡି ଜିଲା ଭାଜପା ଧର୍ମଗଡ଼ ବିଧାନସଭାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ରବିବାର ସନ୍ଦିକୁଲିଆରୀ ମହାଭାରତ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସାଧାରଣ ସମ୍ପାଦକ ସୁଧୀର ପଟଯୋଷୀଙ୍କ ସଭାପତିତ୍ୱରେ...

ମମିତା ହତ୍ୟା ମାମଲା: ଛାତ୍ରୀନିବାସରେ ପହଞ୍ଚିଲା ପ୍ରଶାସନିକ ଟିମ୍‌

ଭବାନୀପାଟଣା/ଗୋଲାମୁଣ୍ଡା,୩।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ମମିତା ମେହେର ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ସୋମବାର ମହାଲିଙ୍ଗ କଲେଜରେ ପହଞ୍ଚତ୍ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ...

Advertisement
Archives

Model This Week