Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ ଆବଶ୍ୟକ: ଆଝାରୁଦ୍ଦିନ

ନୂଆଦିଲ୍ଲୀ,୧୨।୪ (ପି.ଟି.): କୋଭିଡ-୧୯ କାରଣରୁ ସାରା ବିଶ୍ୱରେ ବିଭିନ୍ନ କ୍ରୀଡ଼ ଓ ଇଭେଣ୍ଟଗୁଡିକ ଠପ୍‌ ହୋଇଛି। ଏପରିସ୍ଥଳେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିବାର ଜରୁରୀ ହୋଇପଡିଛି ବୋଲି ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରିଦ୍ଦିନ କହିଛନ୍ତି। ବିଶ୍ୱର ସବୁ ଦେଶର କ୍ରିକେଟ ବୋର୍ଡ ବୈଠକରେ ବସି ଏ ସଂକ୍ରାନ୍ତରେ ଆଲେଚନା କରି କ୍ୟାଲେଣ୍ଡର ପରିବର୍ତ୍ତନ ନେଇ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି।
କେବଳ ସେତିକି ନୁହଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କାର୍ଯ୍ୟସୂଚୀ ସ୍ଥିର କରିବାକୁ ହେଲେ ଫ୍ୟୁଚର ଟୁର ପ୍ରୋଗ୍ରାମ (ଏଫଟିପି)ରେ ମଧ୍ୟ ପରିବର୍ତ୍ତନ କରିବାର ଜରୁରୀ ହୋଇପଡିଛି ବୋଲି ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ) ଅଧ୍ୟକ୍ଷ ଆଝାରୁଦ୍ଦିନ କହିଛନ୍ତି। ଉଭୟ ଘରୋଇ ଓ ବିଦେଶୀ ଖେଳାଳିଙ୍କ ପାଇଁ ଆଇପିଏଲ ବେଶ୍‌ ଗୁରୁତ୍ୱବହନ କରୁଥିବାରୁ ଏପରି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଭୋଭିଡ-୧୯ ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏଭଳି ସ୍ଥିତିର ମୁକାବିଲା କରିବାକୁ ହେଲେ ଆଗମୀ ଦୁଇ ବର୍ଷର ଏଫ୍‌ଟିପିରେ ପରିବର୍ତ୍ତନ ଆଣି ଏହାକୁ ନୂଆ କରି ଧାର୍ଯ୍ୟ କରାଯିବାକୁ ପ୍ରୟାସ କରାଯିବା ଉଚିତ ବୋଲି ସେ କହିଛନ୍ତି। ଖରାପ୍‌ ସମୟର ମୁକାବିଲା ପାଇଁ ପ୍ରସ୍ତୁତ୍‌ ରହିବା ଆବଶ୍ୟକ ହେବାଲି ୫୭ ବର୍ଷୀୟ ଆଝାରୁଦ୍ଦିନ କହିଛନ୍ତି। ଥରେ ପରସ୍ଥିତି ସ୍ବାଭାବିକ ହେଲେ ଅନ୍ୟ ସଭ୍ୟ ଦେଶ ସହ ଆଲୋଚନା କରିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି। ଆଇପିଏଲ ଗତ ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇ ମେ ୨୪ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା। ତେବେ କରୋନା ଭାଇରସ ସଂକ୍ରମଣ କାରଣରୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଆଇପିଏଲ୍‌ ସ୍ଥଗିତ ରହିଛି।
ଆଇପିଏଲ କାର୍ଯ୍ୟସୂଚୀ ସ୍ଥିର କରିବାକୁ ହେଲେ ସମ୍ପୂର୍ଣ୍ଣ ଏଫ୍‌ଟିପିରେ ପରିର୍ତ୍ତନର ଆବଶ୍ୟକତା ରହିଛି। ନହେଲେ ଚଳିତ ଏଫ୍‌ଟିପି ଅନୁସାରେ ଆଇପିଏଲ ଆୟୋଜନ ହେବା ନିଶ୍ଚିତ ଭାବେ କଷ୍ଟକର ହେବ। ଆଇପିଏଲ୍‌କୁ କୌଣସି ଦେଶରେ ବୋର୍ଡ ବିରୋଧ କରିବେ ନାହିଁ। ଏପରିକି ବିଦେଶୀ ଖେଳାଳିମାନେ ମଧ୍ୟ ନୁହଁ। ଜୋସ୍‌ ବଟଲର, ପ୍ୟାଟ କୁମିନ୍ସଙ୍କ ଭଳି ଖେଳାଳି ଆଇପିଏଲ ଖେଳିବାକୁ ଇଚ୍ଛା ଜାହିର କରିଛନ୍ତି ବୋଲି ସେ କହିଛନ୍ତି। ସେହିପରି ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ମଧ୍ୟ ବାତିଲ ହେବା ଉଚିତ ନୁହଁ ବୋଲି ସେ ମତ ଦେଇଛନ୍ତି। ଅଝାରୁଦ୍ଦିନ ୯୯ ଟେଷ୍ଟ ଓ ୩୩୪ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି ଓ ୩ଟି ଦିନିକିଆ ବିଶ୍ୱକପ୍‌ରେ ଭାରତର ନେତୃତ୍ୱ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri