Posted inଜାତୀୟ

ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଲା ଭାରତ: ଡିଏସ୍‌ଆର୍‌ଓ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୬: ଭାରତ ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ୍‌ କମିଟି ରକ୍ଷା ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସି(ଡିଏସ୍‌ଆର୍‌ଓ) ଗଠନ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ଏଜେନ୍ସି ଅନ୍ତରୀକ୍ଷ ଯୁଦ୍ଧ ଲାଗି ଆବଶ୍ୟକ ଜ୍ଞାନକୌଶଳ ଏବଂ ଯନ୍ତାଶଂ ବିକଶିତ କରିବ। ଫଳରେ ଭାରତୀୟ ସେନା ଏବେ ଜଳ,ସ୍ଥଳ ,ଆକାଶ ସହିତ ଅନ୍ତରୀକ୍ଷରେ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବେ। ମିଶନ ଶକ୍ତିର ସଫଳ ପରୀକ୍ଷଣ ପରେ ଅନ୍ତରୀକ୍ଷ ଯୁଦ୍ଧ ଲାଗି ଏକ ସ୍ବତନ୍ତ୍ର ଏଜେନ୍ସି ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆମେରିକା ଏହାର ସ୍ପେସ୍‌ ଫୋର୍ସ ୨୦୨୦ ସୁଦ୍ଧା ଗଠନ କରିବା ନେଇ ଘୋଷଣା କରିଥିଲା। ଏବେ ଭାରତ ନିଜର ସ୍ପେସ୍‌ ଫୋର୍ସ ଗଠନ ପାଇଁ ଯୋଜନା ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆୟାତୋଲ୍ଲା ଖାମେନେଇଙ୍କୁ ଏଯାଏ କବର ଦିଆଯାଇନାହିଁ

ବିରୁଧୁନଗର,୨୦ା୪: ଗତ ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲୀ ସେନାର ମିଳିତ ଆକ୍ରମଣରେ ଇରାନର ତତ୍କାଳୀନ ସୁପ୍ରିମ ଲିଡର ୮୬ ବର୍ଷୀୟ ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ…

୧୨ କଲରାପତରିଆ ‘ନରଖାଦକ’ ଅଭିଯୋଗମୁକ୍ତ

ଡେରାଡୁନ୍‌,୨୦ା୪: ଉତ୍ତରାଖଣ୍ଡ ବନ ବିଭାଗ ୧୨ କଲରାପତରିଆ ବାଘଙ୍କୁ ‘ନରଖାଦକ’ ଅଭିଯୋଗରୁ ମୁକ୍ତ କରିଛି। ମଣିଷ ମାରି ଖାଇଥିବା ଅଭିଯୋଗ ପରେ ବାଘଗୁଡ଼ିକୁ ବର୍ଷେ ହେଲା ପିଞ୍ଜରାରେ…

୨ ଯାଆଁଳା ଝିଅଙ୍କୁ ଗଳାକାଟି ହତ୍ୟା, ଧରାଦେଲେ ବାପା

କାନପୁର,୨୦ା୪: ଉତ୍ତରପ୍ରଦେଶର କାନପୁରରେ ଜଣେ ୪୮ ବର୍ଷୀୟ ବ୍ୟକ୍ତି ତାଙ୍କ ୧୧ ବର୍ଷର ୨ ଯମଜ ଝିଅଙ୍କ ଗଳାକାଟି ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ…

ହର୍ମୁଜ୍‌ରେ ଅଚଳାବସ୍ଥା, ପାକ୍‌ରେ ଶାନ୍ତି ପ୍ରସ୍ତୁତି

ଦୁବାଇ/ଓ୍ବାଶିଂଟନ୍‌/ଇସ୍‌ଲାମାବାଦ,୨୦ା୪(ଏ.ପି./ରଏଟର୍ସ): ଆମେରିକା-ଇରାନ୍‌ ଅସ୍ତ୍ରବିରତି ଅବଧି ଶେଷ ହେବାକୁ ବସିଲାଣି। ତେଣୁ ଇସ୍‌ଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଆଲୋଚନା କେବେ…

ଡିଲ୍‌ ନ କଲେ ପାଓ୍ବାର ପ୍ଲାଣ୍ଟ ଉଡ଼ାଇଦେବୁ: ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ ଇସ୍‌ଲାମାବାଦ,୨୦ା୪ (ଏ.ପି./ରଏଟର୍ସ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧିମାନେ ଇରାନ୍‌ ସହ ଶାନ୍ତି ଆଲୋଚନାରେ ଯୋଗଦେବା ପାଇଁ ସୋମବାର ଇସ୍‌ଲାମାବାଦ ଯିବେ। ସେମାନେ ସନ୍ଧ୍ୟା ସୁଦ୍ଧା…

ଆମେରିକାର ଲୁଇସିଆନାରେ ହୃଦୟ ବିଦାରକ ଘଟଣା, ୮ ଛୁଆଙ୍କୁ ହତ୍ୟା

ଓ୍ବାଶିଂଟନ,୧୯ା୪: ଆମେରିକାର ଲୁଇସିଆନାରେ ଘରୋଇ ହିଂସା ସହିତ ଜଡିତ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣାରେ ଅତି କମରେ ଆଠ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ…

ଶ୍ରୀନଗର ବିମାନବନ୍ଦରରୁ ୨ ଆମେରିକୀୟ ଅଟକ, ପୋଲିସର ତଦନ୍ତ ଜାରି

ଶ୍ରୀନଗର,୧୯ା୪: ଶ୍ରୀନଗର ବିମାନବନ୍ଦରରୁ ରବିବାର ୨ଜଣ ଆମେରିକୀୟଙ୍କୁ ଅଟକ ରଖାଯାଇଛି। ବିମାନବନ୍ଦରରେ ଯାଞ୍ଚ ବେଳେ ସେମାନଙ୍କ ଲଗେଜ୍‌ରୁ ସାଟେଲାଇଟ୍‌ ଫୋନ୍‌ ମିଳିଥିବା ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri