ଅନୁଷ୍କାଙ୍କୁ ବଦଳାଇଦେଲା ‘ଦ ଗେମ୍‌ ଚେଞ୍ଜର’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଭିନ୍ନ ଅଭିନୟ ଶୈଳୀ ସହ ହେଲ୍‌ଦୀ ଲାଇଫ୍‌ଷ୍ଟାଇଲ ଓ ଫିଟ୍‌ନେଶ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ବର୍ଷ ହେବ ଅନୁଷ୍କା ଶାକାହାରୀ ହୋଇଯିବା ପରଠୁ ତାଙ୍କୁ ଅନେକ ସମୟରେ ଗୋଟିଏ ପ୍ରଶ୍ନର ସାମ୍ନା କରିବାକୁ ପଡିଛି। ତାହା ହେଲା ସାକାହାରୀ ହୋଇ ବି ସେ ଏତେ ଫିଟ୍‌ କେମିତି ଆଉ ତାଙ୍କ ଶରୀରକୁ ପ୍ରୋଟିନ୍‌ କେଉଁଠୁ ମିଳିଥାଏ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅନୁଷ୍କା ତାଙ୍କ ଟୁଇଟର ପେଜ୍‌ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ନେଟ୍‌ଫ୍ଲିକ୍ସରେ ପ୍ରସାରିତ ଏକ ଫିଲ୍ମ ‘ଦ ଗେମ୍‌ ଚେଞ୍ଜର’ ତାଙ୍କ ଜୀବନଶୈଳୀକୁ ବଦଳାଇ ଦେଇଛି। ଏହି ଫିଲ୍ମ ଦେଖିବା ପରଠୁ ହିଁ ସେ ଆମିଷ ଖାଇବା ବନ୍ଦ କରିଦେଇଛନ୍ତି। ଏହି ଫିଲ୍ମର ଟ୍ରେଲରର ଲିଙ୍କ୍‌ ଶେୟାର କରି ସମସ୍ତେ ଏହାକୁ ଦେଖନ୍ତୁ ବୋଲି ଅନୁଷ୍କା ଉଲ୍ଲେଖ କରିଛନ୍ତି। ଆମିଷ ଖାଇବା ଫଳରେ ଶରୀରକୁ ପ୍ରୋଟିନ୍‌ ମିଳୁଥିବା କଥା କେବଳ ମାଛ, ମାଂସ ବିକ୍ରି କରିବାର ଏକ ଚାଲ୍‌ ବୋଲି ଏହି ଫିଲ୍ମରେ ଆର୍ନୋଲ୍ଡ ସ୍ବର୍ଜନେଗରଙ୍କ ସହ ବହୁ ନାମୀଦାମୀ ଆଥ୍‌ଲେଟିକ୍ସ ଓ ଫର୍ମୁଲା ଓ୍ବାନ୍‌ ରେସର୍‌ ଲୁଇସ୍‌ ହାମିଲ୍‌ଟନ କହିଛନ୍ତି। ଏହି ଫିଲ୍ମରେ ଶାକାହାରୀ ଫାଇଟର୍‌ ରୋମାନ୍‌ ଗ୍ଲାଡିଏଟରର୍ସଙ୍କ ସମ୍ପର୍କରେ ମଧ୍ୟ କୁହାଯାଇଛି। ତେବେ ଶାକାହାରୀ ହେବା ପରେ କିପରି ଆଥଲେଟ୍‌ମାନଙ୍କ ପ୍ରଦର୍ଶନ ଉନ୍ନତ ହୋଇଛି ସେ ସମ୍ପର୍କରେ ଫିଲ୍ମରେ ଦର୍ଶାଯାଇଛି। ଅନୁଷ୍କା ୨୦୧୭ରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ୍‌ କୋହଲୀଙ୍କୁ ବିବାହ କରିଛନ୍ତି। ବାହାଘର ପରେ ବିରାଟ ମଧ୍ୟ ଆମିଷ ଖାଇବା ଛାଡ଼ି ଦେଇଛନ୍ତି। ଅନୁଷ୍କା ଏହି ଫିଲ୍ମ ସମ୍ପର୍କରେ ଟୁଇଟ୍‌ କରିବା ପରେ ବିରାଟ ମଧ୍ୟ ନିକ ଟୁଇଟର ପେଜ୍‌ରେ ଏ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖାନ୍‌, ନା ଖିଲାଡ଼ି କିଙ୍ଗ: ତଥାପି ଆଗାମୀ ବର୍ଷ ପାଇଁ ପଙ୍କଜଙ୍କ ହାତରେ ରହିଛି ୯ ଫିଲ୍ମ

ବମ୍ବେ: ବଲିଉଡ୍‌ରେ ନାମ କମାଇବା ସହଜ କଥା ନୁହେଁ। ଖ୍ୟାତନାମା କଳାକାରଙ୍କ ପରିବାରରୁ ଆସିଥିଲେ ସୁଦ୍ଧା ଅନେକ ଏଠାରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ନାହିଁ। ଏବେ...

ନିଆରା ଢଙ୍ଗରେ ଗଜାନନଙ୍କ ପୂଜା କରୁଛନ୍ତି ଶିଳ୍ପା

ବଲିଉଡ୍‌ ସେଲିବ୍ରିଟିମାନେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରୁଛନ୍ତି। ସେଲିବ୍ରିଟିଙ୍କ ମଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୂର୍ବବର୍ଷ ଅପେକ୍ଷା ଏବର୍ଷ ଟିକେ...

କ’ଣ ଖେଳିବାକୁ ଭଲପାଆନ୍ତି ଆପଣଙ୍କ ପସନ୍ଦର କଳାକାର, ଜାଣନ୍ତୁ …

କଳାକାରଙ୍କ ବ୍ୟକ୍ତିଗତ ଜୀବନ କିପରି ଚାଲିଛି ସେ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନେ ସବୁବେଳେ ଆଗହୀ। ସେମାନେ କ’ଣ ଖାଉଛନ୍ତି, କେତେ ଶିକ୍ଷିତ, ସେମାନଙ୍କର ପ୍ରିୟ...

ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଦୀପବୀର

ତିରୁପତି ଦର୍ଶକ ପରେ ବଲିଉଡ୍‌ର ଚର୍ଚ୍ଚିତ ଦମ୍ପତି ରଣବୀର କପୁର ଓ ଦୀପିକା ପାଦ୍ୟୁକୋନ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚତ୍ଛନ୍ତି। ସେଠାରେ ସେ ମଥା ଟେକିଛନ୍ତି।...

କନ୍ୟା ସନ୍ତାନର ବାପା ହେଲେ ଜୟ ଭାନୁଶାଳୀ

ଛୋଟ ପରଦାର ଚର୍ଚ୍ଚିତ କଳାକାର ଜୟ ଭାନୁଶାଳୀ ବାପା ହୋଇଛନ୍ତି। ସ୍ତ୍ରୀ ମାହି ବିଜ ବୁଧବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମାହି ଏବଂ...

ଅଭିଷେକଙ୍କ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପ୍ରସ୍ତୁତ ଏହି ଅଭିନେତା

ମୁମ୍ବାଇ: କରୋନା କବଳରେ ଏବେ ବଲିଉଡ୍‌। ବଲିଉଡ୍‌ ଇଣ୍ଡଷ୍ଟ୍ରି ଓ ଟେଲି ଜଗତର କେତେକ କଳାକାର କରୋନାରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ବେଳେ ଆଉ...

ଶୁଟିଂ ସେଟ୍‌କୁ ଫେରିଲେ ଅମିତାଭ

ମୁମ୍ବାଇ,୧୦ ।୯: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଘରକୁ ଫେରିଥିଲେ । ଆଉ ଏବେ...

କାର୍ତ୍ତିକ-କିୟାରାଙ୍କ ‘ଭୁଲ ଭୁଲୈୟା-୨’ରେ ତବ୍‌ବୁ

ଫିଲ୍ମ ‘ଭୁଲ ଭୁଲେୟା-୨’ ମାଧ୍ୟମରେ କାର୍ତ୍ତିକ ଆର୍ୟନ ଏବଂ କିୟାରା ଆଡଓ୍ବାଣୀଙ୍କ ଯୋଡି ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ପ୍ରଥମରୁ ହିଁ...

Coronavirus Update

Archives

Model This Week

Why Dharitri