Posted inଜାତୀୟ

ଅନୁପସ୍ଥିତ ଏମ୍‌ପିଙ୍କୁ ମିଳିବନି ପ୍ରଶ୍ନ ପଚାରିବା ସୁଯୋଗ

ନୂଆଦିଲ୍ଲୀ,୪ା୧୨(ପି.ଟି.): ପ୍ରଶ୍ନୋତ୍ତର କାଳରେ ଯେଉଁ ଏମ୍‌ପିମାନେ ପ୍ରଶ୍ନ ପଚାରିବାକୁ ନାଁ ଦେଉଛନ୍ତି, ସେମାନେ ଅନୁପସ୍ଥିତ ରହିଲେ ଅଧିବେଶନର ଅବଶିଷ୍ଟ ସମୟରେ ପ୍ରଶ୍ନ ପଚାରିବାକୁ ସେମାନଙ୍କୁ ସୁଯୋଗ ମିଳିବ ନାହିଁ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଙ୍ଗଳବାର ଘୋଷଣା କରିଛନ୍ତି। ଶିବସେନା ଏମ୍‌ପି ପ୍ରତାପରାଓ ଗଣପତରାଓ ଯାଦବ ରସାୟନ ଓ ସାର ମନ୍ତ୍ରଣାଳୟ ସମ୍ପର୍କରେ ପ୍ରଶ୍ନ ପଚାରିବାକୁ ନାଁ ଦେଇ ଅନୁପସ୍ଥିତ ରହିବାରୁ ବାଚସ୍ପତି ଏଭଳି ରୁଲିଂ ଜାରି କରିଥିଲେ। ଭାଜପା ଏମ୍‌ପିମାନେ ଅନୁପସ୍ଥିତ ରହୁଥିବା ପ୍ରସଙ୍ଗ ମଙ୍ଗଳବାର ସଂସଦୀୟ ଦଳ ବୈଠକରେ ଉଠିଥିଲା। ଏନେଇ ପ୍ରଧାନମନ୍ତ୍ରୀଙ୍କ ଅସନ୍ତୋଷ ସମ୍ପର୍କରେ ବରିଷ୍ଠ ନେତା ରାଜନାଥ ସିଂ ଜଣାଇଥିଲେ। ନାଗରିକତା (ସଂଶୋଧନ) ବିଲ୍‌ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ ହେବାକୁ ଥିବାରୁ ବହୁସଂଖ୍ୟାରେ ଉପସ୍ଥିତ ରହିବାକୁ ରାଜନାଥ ଦଳୀୟ ସଦସ୍ୟମାନଙ୍କୁ କହିଥିଲେ।
ପ୍ରୋସିଡିଂ ପ୍ରତି ଧ୍ୟାନ ଦେଇ ନ ଥିବା କେନ୍ଦ୍ରମନ୍ତ୍ରୀ ରାଓସାହେବ ପାଟିଲ୍‌ ଡାନ୍‌ଭେଙ୍କ ଉପରେ ବାଚସ୍ପତି ବିରକ୍ତି ପ୍ରକାଶ କରିଥିଲେ। ଶିବସେନା ସଦସ୍ୟ ହେମନ୍ତ ତୁକାରାମ ଗଡସେଙ୍କ ପ୍ରଶ୍ନକୁ ଶୁଣି ନ ଥିବା ଖାଉଟି ବ୍ୟାପାର ମନ୍ତ୍ରୀ ଡାନ୍‌ଭେ ତାଙ୍କୁ ପୁଣି ଥରେ ପ୍ରଶ୍ନ ପଚାରିବାକୁ କହିବାରୁ ବାଚସ୍ପତି ଧ୍ୟାନର ସହ ପ୍ରଶ୍ନ ଶୁଣିବାକୁ କହିଥିଲେ। ଗଡସେଙ୍କୁ ଦ୍ୱିତୀୟ ଥର ସମାନ ପ୍ରଶ୍ନ ନ ପଢ଼ିବାକୁ ମଧ୍ୟ ବାଚସ୍ପତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ଡ୍ରାମା: ସଞ୍ଜୟ ଜୈନ ଗିରଫ

ଜୟପୁର,୧୭।୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ ଅଶୋକ ଗେହଲୋଟ ସରକାରଙ୍କୁ ଭାଙ୍ଗିବାକୁ ନେଇ ଏବେ ଏକ ଅଡ଼ିଓ ଟେପ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ...

ଜେଏନ୍‌ୟୁ ହିଂସା: ମୋଦିଙ୍କୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ,୬।୧: ରାଜଧାନୀ ଦିଲ୍ଲୀରେ ଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନୟୁ)ରେ ରବିବାରଠାରୁ ଉପୁଜିଥିବା ହିଂସା ଘଟଣାକୁ ନେଇ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ।...

ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ଅବସରରେ ସ୍ମାରକ ମୁଦ୍ରା-ଡାକ ଟିକଟ ଜାରି କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୧୨ : ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ମାରକ ମୁଦ୍ରା ଏବଂ ଡାକ...

ପାକିସ୍ତାନ-ବାଂଲାଦେଶ ଚାଇନାରୁ କିଣୁଛନ୍ତି ତିନିି ଚତୁର୍ଥାଂଶ ଅସ୍ତ୍ରଶସ୍ତ୍ର: ଭାରତର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୬।୩ : ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ, ଅସ୍ତ୍ରଶସ୍ତ୍ର, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ଉପରେ ଗବେଷଣା...

ଅସଦାଚରଣ ପୀଡ଼ିତାଙ୍କଠାରୁ ରାଖୀ ବାନ୍ଧିଲେ ମିଳିବ ଜାମିନ

ଭୋପାଳ, ୩।୮: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜାମିନ ଲାଗି ଆବେଦନ କରିଥିବା ଜଣେ...

ଆରମ୍ଭ ହେଲା ଚାରିଧାମ ଯାତ୍ରା, କେଦାରନାଥରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ

ଡେରାଡୁନ,୬ ।୫: ବମ ଭୋଲେ ଗୁଞ୍ଜରଣ ସହ ପୁଣିଥରେ କରୋନା ମହାମାରୀ ପରେ ଖୋଲିଛି କେଦାରନାଥର ଦ୍ୱାର । ବାବା କେଦାରନାଥଙ୍କ ପଞ୍ଚମୁଖି ଉତ୍ସବ ଡୋଲି...

୭୫ ବର୍ଷରେ ୪୧ ବର୍ଷ ନେହେରୁ-ଗାନ୍ଧୀ ପରିବାର ହାତରେ କଂଗ୍ରେସ ଡୋର, ୧୩ ଜଣ ହୋଇଛନ୍ତି ବାହାର ଅଧ୍ୟକ୍ଷ…

ନୂଆଦିଲ୍ଲୀ, ୨୨।୯ : ସ୍ବାଧୀନତା ପରଠାରୁ କଂଗ୍ରେସ ଦେଶର ଏକମାତ୍ର ବୃହତ୍ତମ ଦଳ ଥିଲା। ଏପରି ଏକ ସମୟ ମଧ୍ୟ ଆସିଛି ଯେତେବେଳେ ଦଶନ୍ଧି ଧରି...

କଇଁଚି ନ ମିଳିବାରୁ ହାତରେ ଫିତା ଛିଡାଇ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୫।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜନ୍ନା ସିରସିଲା ଜିଲାରେ ପହଞ୍ଚି ହାଉସିଂ ୟୁନିଟ ଉଦ୍‌ଘାଟନ କରିଥିଲେ। ଏହି ସମୟରେ, ସେହି ସ୍ଥାନରେ ରିବନ...

Advertisement
Archives

Model This Week