ଅନିୟମିତତାରେ ଚାଲିଛି ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ : ୧୧ଟାରେ ଅଫିସ ଖାଲି

ଦେବଗଡ଼, ୧୯।୧୦(ଡି.ଏନ୍‌.ଏ.)ସରକାର ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି, ତାହା ବର୍ତ୍ତମାନ ବାଟବଣା ସଦୃଶ ହୋଇଛି। ଦେବଗଡ ଜିଲାରେ ଅନିୟମିତତାରେ ଚାଲିଥିବା ସର୍ବଶିକ୍ଷା ଅଭିଯାନରୁ ଏହା ପ୍ରମାଣିତ ହୋଇଛି। ଜିଲାର ପୁରୁଣାଗଡସ୍ଥିତ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଥିବାରୁ ଯୋଜନା କିଭଳି ଚାଲିଥିବ ଜଣାପଡ଼ୁଛି। ଏଠାରେ ମନଇଚ୍ଛାରେ ଅଫିସ ଚାଲିଛି। କେତେଜଣ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟମାନେ ସରକାରଙ୍କ ସମୟ ସାରଣୀ ମାନନାହାନ୍ତି। ନିର୍ଦ୍ଧାରିତ ସମୟରେ ଅଫିସ ଆସୁନାହାନ୍ତି। କିଏ କେତେବେଳେ ଆସୁଛନ୍ତି, କିଏ କେତେବେଳେ ଯାଉଛନ୍ତି ତାର କିଛି ଠିକଣା ନାହିଁ।
ଖବର ନେବାରେ ଜଣାଯାଏ ଯେ, ଉକ୍ତ କାର୍ଯ୍ୟାଳୟରେ ୧୭ଜଣ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ଫିଲ୍ଡ କର୍ମଚାରୀ। ଡିପିସି ପଦବୀ ଖାଲି ପଡ଼ିଛି। ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରଦୋଷ ନାୟକ ଡିପିସି କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେ ଦୁଇଟା କାର୍ଯ୍ୟାଳୟ ଦାୟିତ୍ୱରେ ଥିବାରୁ ଠିକ୍‌ ଭାବେ ସମୟ ଦେଇପାରୁ ନାହାନ୍ତି। ତେଣୁ ଡିପିସି କାର୍ଯ୍ୟାଳୟ ଅଧିକାରୀ ଶୂନ୍ୟ ଭାବେ ଚାଲିଛି। ତେଣୁ ଅନ୍ୟ କର୍ମଚାରୀମାନେ କାହାକୁ ଭୟ ନ ଥିବାରୁ ଇଚ୍ଛା ଅନୁସାରେ ଆସୁଛନ୍ତି। ଏଠାରେ ବାୟୋମେଟ୍ରିକ୍ସ୍‌ (କମ୍ପ୍ୟୁଟର ଉପସ୍ଥାନ)ଥାଇ ମଧ୍ୟ ତାହାକୁ ଖରାପ କରିଦିଆଯାଇଥିବା ଅଭିଯୋଗ ହେଉଛି। କେଉଁ କର୍ମଚାରୀ ଆସୁଛନ୍ତି ଦିନ ୧୧ଟାରେ ତ ଆଉ କିଏ ଆସୁଛନ୍ତି ୧୨ଟାରେ। କେହି କେହି ୩ ରୁ ୪ ଦିନରେ ଥରେ କାର୍ଯ୍ୟାଳୟ ଆସି ଉପସ୍ଥାନ ଖାତାରେ ସବୁଦିନର ଦସ୍ତଖତ କରୁଥିବା ଜଣାପଡୁଛି। ଆମ ଖବରଦାତା ଡିପିସି କାର୍ଯ୍ୟାଳୟକୁ ପୂର୍ବାହ୍ନ ୧୧ଟାରେ ଯାଇଥିବାବେଳେ କାର୍ଯ୍ୟାଳୟର କେତେକ ପ୍ରକୋଷ୍ଠରେ ବିଭିନ୍ନ ସିଟ୍‌ ଖାଲିପଡ଼ିଥିଲା। ଅଧିକାଂଶ କର୍ମଚାରୀ ଆସି ନ ଥିବା ଜାଣିବାକୁ ପାଇଥିଲେ। କେତେକ ପ୍ରକୋଷ୍ଠର ତାଲା ମଧ୍ୟ ଖୋଲାଯାଇ ନ ଥିଲା। ଉପସ୍ଥାନ ଖାତାରେ କର୍ମଚାରୀଙ୍କ ଦସ୍ତଖତ ମଧ୍ୟ ନ ଥିଲା। ଯଦି ଡିପିସି କାର୍ଯ୍ୟାଳୟର କର୍ମଚାରୀ ନିୟମିତ କାର୍ଯ୍ୟାଳୟ ଆସୁ ନାହାନ୍ତି, ତେବେ ଜିଲାରେ ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି, ଶିକ୍ଷୟିତ୍ରୀଶିକ୍ଷକ କେମିତି ବିଦ୍ୟାଳୟକୁ ଆସୁଥିବେ ତାହା ଜଣାପଡ଼ୁଛି।
ଏହି କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶଶାଙ୍କ ଶେଖର ଚୌଧୁରୀ ଠିକ୍‌ ସମୟରେ କାର୍ଯ୍ୟାଳୟ ଆସୁ ନ ଥିବା ଓ ଛାତ୍ରୀଛାତ୍ରଙ୍କୁ ଯୋଗାଣ ହେଉଥିବା ପୋଷାକ ବ୍ୟବସାୟରେ ଲିପ୍ତ ରହି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି। ଡିପିସି କାର୍ଯ୍ୟାଳୟରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଥିବାରୁ ବିଭିନ୍ନ ସ୍କୁଲକୁ ଡ଼ରାଇ ଏଭଳି କାମ କରୁଥିବା କୁହାଯାଉଛି। ଏ ସମ୍ପର୍କରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଚୌଧୁରୀଙ୍କୁ ପଚାରିବାରୁ ସେ କହନ୍ତି, ମୋ ନାମରେ ହୋଇଥିବା ଅଭିଯୋଗ ମିଛ। ମୁଁ କାର୍ଯ୍ୟାଳୟକୁ ଠିକ୍‌ ସମୟରେ ଆସୁଛି। ପୋଷାକ କାରବାର ମୁଁ କରୁ ନାହିଁ। ମୋ ବାପାଙ୍କର ରିଆମାଳରେ କପଡା ଦୋକାନ ଅଛି। ସେ ଛାତ୍ରୀଛାତ୍ରଙ୍କୁ ପୋଷାକ ଯୋଗାଣ କାରବାର କରୁଛନ୍ତି ବୋଲି କହିଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି, ଯଦି ଛାତ୍ରୀଛାତ୍ରମାନଙ୍କ ପୋଷାକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଚୌଧୁରୀଙ୍କ ବାପା ଦେଉଛନ୍ତି, ତେବେ ସେ କେମିତି ସାହାର୍ଯ୍ୟ କରୁ ନ ଥିବେ ବୋଲି ପ୍ରଶ୍ନ ଉଠୁଛି। ଘଟଣାର ସତ୍ୟତା କେତେ ତାହା ଦର୍ପଣ ଭଳି ସଫା ଦେଖାଯାଉଛି। ଡିପିସି କାର୍ଯ୍ୟାଳୟର ବାୟୋମେଟ୍ରିକ୍ସ୍‌ କେମିତି ଖରାପ ହେଲା। ଯଦି ଖରାପ ହେଲା ମରାମତି କ’ଣ ପାଇଁ ହେଉ ନାହିଁ। ଏ ସମ୍ପର୍କରେ ପଚାରିବାରୁ କୌଣସି କର୍ମଚାରୀ ମୁହଁ ଖୋଲୁନାହାନ୍ତି। ଏଥିପ୍ରତି ଜିଲାପାଳ ଓ ଭିଜିଲାନ୍ସ ବିଭାଗ ଦୃଷ୍ଟିଦେଇ ତଦନ୍ତ କଲେ ଅନେକ ବେନିୟମ, ଅନିୟମିତତା ଘଟଣା ଲୋକଲୋଚନକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରମ୍ପରା ଛାଡ଼ି ଆଧୁନିକ ଆଡ଼କୁ ସିମନବାଡ଼ି ରଥଯାତ୍ରା: ଜନଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡ଼ି,୨୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଉତ୍ସବ ମୁଖର ବ୍ଲକ ଅଞ୍ଚଳର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର ଏବଂ…

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

ସରିଲା ଛେରାପହଁରା, ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଘର ବାହୁଡିବେ ଜଗତ ନିୟନ୍ତା ଶ୍ରୀଜଗନ୍ନାଥ। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର ଶ୍ରୀକ୍ଷେତ୍ର। ନାଚ, ଗୀତ, ହରିବୋଲରେ ଦୁଲୁକୁଛି ବଡ଼ଦାଣ୍ଡ।…

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

ଭିଜିଲାନ୍ସ ଜାଲରେ ମହିଳା RI, ୫୫୦୦ ଲାଞ୍ଚ ନେବାବେଳେ….

ଡେରାବିଶ,୨୪ା୭(ଅଜୟ ବେବର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ସାଇ ଦର୍ଶିନୀ ଲେଙ୍କା । ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ । ସୂଚନା…

ରାଇକିଆରେ ବାହୁଡ଼ା ଯାତ୍ରା, ଛେରା ପହଁରା ପାଇଁ ବିଡିଓ…

ରାଇକିଆ,୨୪ା୭(ପ୍ରଦୀପ ବେହେରା): ଆଜି ବାହୁଡ଼ା ଯାତ୍ରା। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିର ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri