ଅନଲାଇନ୍‌ ପାଠପଢ଼ାରେ ନେଟ୍‌ଓ୍ବାର୍କ ବାଧକ: ଥ୍ରୀ-ଜି ସେବା ପାଇଁ ଦାବି କଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୩୧ା୫(ଡି.ଏନ୍‌.ଏ.)- କରୋନା ପାଇଁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଡୋରି ବନ୍ଧାହୋଇଛି। ଫଳରେ ଅନ୍‌ଲାଇନରେ ପଢିବାକୁ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଟାଓ୍ବାର ନ ଥିବାବେଳେ କେତେକ ଅଞ୍ଚଳରେ ଟାଓ୍ବାର ଥିଲେ ସେଠାରେ ୨ଜି ନେଟ୍‌ଓ୍ବାର୍କ ରହିଛି। ଫଳରେ ଛାତ୍ରୀଛାତ୍ର ପଢିବାରେ ଅସୁବିଧା ହେଇଛି।
ଏଭଳି ସମସ୍ୟା ନେଇ ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମର ଛାତ୍ରୀଛାତ୍ର ବିଡିଓ ଡ. ଜଗଦୀଶ ଷଡଙ୍ଗୀଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି। ସେମାନେ କହିଛନ୍ତି, ସିକରମାହା ଠାରେ ୨ଜି କିମ୍ବା ୩ଜି ନେଟୱାର୍କ ନାହିଁ। କେବଳ କଥା ହେବାପାଇଁ ମୋବାଇଲ ଟାୱାର ରହିଛି। ତୁରନ୍ତ ଥ୍ରୀଜି ନେଟ୍‌ୱାର୍କ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ତାଜୁଙ୍ଗିଆ ସରପଞ୍ଚ ଶିବାଜୀନୀ ମୁଠାମାଝୀ ଦାବି ଯଥାର୍ଥ ବୋଲି କହିଥିବାବେଳେ ତୁରନ୍ତ ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ପୂର୍ବତନ ସରପଞ୍ଚ ଯୋହନ ମାଝୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥଣ୍ଡାରେ ଠିଆହେଲେ ସ୍କୁଲ ପିଲା; ଇନ୍ଧନ ସଂରକ୍ଷଣ ସଚେତନତା ରାଲି

ଫୁଲବାଣୀ ଅଫିସ, ୩ା୨-ଆଇଓସିଏଲ୍‌ (ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ) ପକ୍ଷରୁ ଇନ୍ଧନ ସଂରକ୍ଷଣ ସଚେତନତା ରାଲି ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଏହାର...

ଚାଉଳ, ଭତ୍ତା ପାଇଁ ପାହାଡ଼ ଚଢି ଯାଉଛନ୍ତି ଗ୍ରାମବାସୀ

ଫିରିଙ୍ଗିଆ,୨୫ା୮-ଫିରିଙ୍ଗିଆ ବ୍ଲକ ଭୁଙ୍ଗିଯୋଡି ପଞ୍ଚାୟତ ଗାଜୁରିଘାଟି ଓ ମହଲିଙ୍ଗିଆ ଗ୍ରାମକୁ ରାସ୍ତା ନାହିଁ। ପଞ୍ଚାୟତ ସଦର ମହକୁମା ଠାରୁ ଏହି ୨ଗ୍ରାମ ପ୍ରାୟ ୬ କିମି...

ପୋଲିସ ସାଇରନ୍‌ ଶୁଣି ଦୌଡ଼ିବା ବେଳେ ତଳେ ପଡ଼ି ଜଣଙ୍କ ଜୀବନ ଗଲା

ବେଗୁନିଆପଡ଼ା,୧୨ା୪(ଡି.ଏନ୍‌.ଏ.): ବର୍ତ୍ତମାନ ପୋଲିସ ସାଇରନ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି। ଏହି ସାଇରନ୍‌ ଶୁଣି କନ୍ଧମାଳ ଜିଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର...

କନ୍ଧମାଳରେ କମିଲାଣି ଧୂଆଁପତ୍ର ଚାଷ

ଦାରିଙ୍ଗବାଡ଼ି,୨୮।୧୦(ଡି.ଏନ.ଏ.): ବିଶ୍ୱରେ ବଜାରୀକରଣ ବ୍ୟବସ୍ଥା ହେବା ପରେ ପାରମ୍ପରିକ ଚାଷର କୁପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲାରେ। ଏଠାରେ ପୂର୍ବରୁ ପାରମ୍ପରିକ ଚାଷ ମଧ୍ୟରେ କୁଏରୀ, ମାଣ୍ଡିଆ,...

ରାଇକିଆ-ଦାରିଙ୍ଗିବାଡ଼ି ଯୋଗାଯୋଗ ବିଚ୍ଛିନ୍ନ

ରାଇକିଆ,୧୭।୮(ଡି.ଏନ.ଏ): ଗତ ୩ ଦିନ ଲଗାଣ ବର୍ଷାରେ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡବାଡି ପଞ୍ଚାୟତ ମୁରୁଡି କୁପୁଡାଠାରେ ରାଇକିଆ – ଦାରିଙ୍ଗିବାଡିକୁ ସଂଯୋଗ କରୁଥିବା...

ଭୋଜି ଖାଇ ଫେରୁଥିଲେ, ରାସ୍ତାରେ ଚାହିଁ ବସିଥିଲା ମୃତ୍ୟୁ; ଚାଲିଗଲା ୪ ଜୀବନ

ଫୁଲବାଣୀ ଅଫିସ,୧୩।୨: ଭୋଜି ଖାଇବା ହେଲା କାଳ । ଭୋଜିଖାଇ ଫେରୁ ଥିବା ବେଳେ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ...

ଅଙ୍ଗନୱାଡ଼ି ଶିଶୁଙ୍କୁ ଦିଆଯାଇନି ଖାଦ୍ୟ, ଲାଦାମାଲାରେ ଅଶାନ୍ତି

ଦାରିଙ୍ଗବାଡ଼ି,୬।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଲାଦାମାଲା ଅଙ୍ଗନାୱାଡ଼ି କେନ୍ଦ୍ରର ଶିଶୁଙ୍କୁ ରନ୍ଧାଖାଦ୍ୟ ସାମଗ୍ରୀ ପହଞ୍ଚାଯାଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକମାନଙ୍କ ମଧ୍ୟରେ...

ସାମାଜିକ ଦୂରତ୍ୱ ରହୁନି: ଅର୍ନିଦ୍ଦିଷ୍ଟ କାଳ ପାଇଁ ରାଇକିଆ ହାଟ ବନ୍ଦ

ରାଇକିଆ,୭।୬(ଡି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ସାପ୍ତାହିକ ହାଟ ସୋମବାର ବନ୍ଦ ରହିବ। ଏ ନେଇ ରବିବାର ପଞ୍ଚାୟତ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି। ପ୍ରକାଶ...

Advertisement
Archives

Model This Week