ଅଧିକ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ଦେବାକୁ ଦାବି

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ରହିଛି ୩୧ଟି ପଞ୍ଚାୟତ । ବିଭିନ୍ନ ଦୃଷ୍ଟି କୋଣରୁ ଏହି ବ୍ଲକ ଏକ ସମସ୍ୟା ବହୁଳ ଓ ଆଦିବାସୀ ଅଧ୍ୟୁସିତ ବ୍ଲକ ଭାବେ ଜଣାଶୁଣା ା ୩୧ଟି ପଞ୍ଚାୟତ ପାଇଁ ୧୮ ଜଣ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) ଥିଲେ ।ମାତ୍ର ଗତ ଜୁନ ୧୩ ତାରିଖ ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଏଠାରୁ ୫ଜଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ଅନ୍ୟତ୍ର ବଦଳି ହୋଇଥିଲା । ଅନୁରୂପ ଭାବେ ୪ଜଣ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର ଏଠାକୁ ବଦଳି ହୋଇଛି । କମ ସଂଖ୍ୟକ ଅଧିକାରୀ ଥିବାରୁ ଜଣେ ଜଣେ ଅଧିକାରୀଙ୍କୁ ଦୁଇରୁ ତିନୋଟି ପଞ୍ଚାୟତ ଦାୟିତ୍ୱ ଦିଆଯାଉଛି । ଫଳରେ ଯୋଗାଣ ସାମଗ୍ରୀ ବଣ୍ଟନ, ଭତ୍ତା ବଣ୍ଟନ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ନାନା ବାଧା ସୃଷ୍ଟି ହେଉଥିବା ବେଳେ ଗୁରୁତର ସମସ୍ୟା ଉପୁଜୁଛି । ଏପରି ସ୍ଥିତିରେ ହାଟଡିହୀ ବ୍ଲକକୁ ଅଧିକ ସଂଖ୍ୟକ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ଦେବାକୁ ଦାବି ହେଉଛି । ଯେହେତୁ ହାଟଡିହୀ ବ୍ଲକକୁ ୪ଜଣ ନୂଆ କାର୍ଯ୍ୟନିର୍ବାହୀ ଆସୁଥିବାରୁ ବ୍ଲକର ୫ଜଣଙ୍କର ବଦଳି ହୋଇଥିବା ସ୍ଥଳେ ବିଭିନ୍ନ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ୫ଜଣଙ୍କୁ ରିଲିଭ୍‌ ନ କରି ୪ଜଣଙ୍କୁ ରିଲିଭ୍‌ କରିଛୁ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri