ଅଧିକାରୀଙ୍କ କାର୍‌ନାମା; ପ୍ରତି ମାସରେ ଡିଜିସିଏ,ଏୟାର ଇଣ୍ଡିଆରୁ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୨୧-୭: ଋଣରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ରମାଗତ ଏଭଳି ଜଣେ ଅଧିକାରୀଙ୍କୁ ପ୍ରତିବର୍ଷ ୨ କୋଟିରୁ ଊଦ୍ଧ୍ୱର୍ର୍ ଟଙ୍କା ଦରମା ଦେଇଛି ଯିଏକି କମ୍ପାନୀରେ କାମ କରୁ ନ ଥିଲେ। ଏ ସମ୍ପର୍କରେ ତଥ୍ୟ ପ୍ରଘଟ ହେବା ପରେ ଏୟାର ଇଣ୍ଡିଆ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି। ବର୍ତ୍ତମାନ ସେହି ଅଧିକାରୀ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ)ରେ ମୁଖ୍ୟ ଫ୍ଲାଇଟ୍‌ ଅପରେଶନ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କ୍ୟାପଟେନ୍‌ ଅତୁଲ ଚନ୍ଦ୍ରା ଏୟାର ଇଣ୍ଡିଆରେ ଯୁଗ୍ମ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ। ତେବେ ତାଙ୍କୁ ୨୦୧୭ରେ ଡିଜିସିଏକୁ ଡେପୁଟେଶନରେ ପଠାଯାଇଥିଲା। ସେଠାରେ ସେ ମୁଖ୍ୟ ଫ୍ଲାଇଟ୍‌ ଅପରେଶନ ଇନ୍ସପେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କଲେ। ପୂର୍ବରୁ ମଧ୍ୟ ସେ ଡିଜିସିଏରେ ଫ୍ଲାଇଟ ଅପରେଶନ୍ସ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ। ନିୟମ ଅନୁସାରେ ଜଣେ ବ୍ୟକ୍ତି ଦୁଇଟି ସରକାରୀ ପ୍ରତିଷ୍ଠାନରୁ ଦରମା ନେଇପାରିବେ ନାହିଁ କି କାମ କରିପାରିବେ ନାହିଁ। ତେବେ ଅତୁଲ ଚନ୍ଦ୍ରା ଏୟାର ଇଣ୍ଡିଆରୁ ଦରମା ନେଉଥିବା ବେଳେ ଏ ସମ୍ପର୍କରେ ସେ କାହାକୁ କିଛି ଜଣାଇ ନ ଥିଲେ। ଡିଜିସିଏରେ କାର୍ଯ୍ୟରତ ଥିବା କାରଣରୁ ସେଠାରେ ମଧ୍ୟ ତାଙ୍କୁ ମାସକୁ ମାସ ଦରମା ମିଳୁଥିଲା। ଏହା ନେବାକୁ ସେ ବାରଣ କରି ନ ଥିଲେ। ପ୍ରାପ୍ତ ସୂଚନାନୁଯାୟୀ, ସେ ୨୦୧୭ରୁ ୨୦୧୯ ଜାନୁୟାରୀ ପର୍ଯ୍ୟନ୍ତ ପ୍ରତିବର୍ଷ ଏୟାର ଇଣ୍ଡିଆରୁ ୨.୭୯ କୋଟି ଟଙ୍କା ଦରମା ନେଇଥିଲେ। ଟିକସ କଟିବା ପରେ ତାଙ୍କୁ ୧.୯୭ କୋଟି ଟଙ୍କା ଦରମା ମିଳୁଥିଲା। ତେବେ ଏ ସମ୍ପର୍କରେ ମିଡିଆ ରିପୋର୍ଟ ପ୍ରକାଶ ପରେ ଚନ୍ଦ୍ରା ଦୁଇଟି କିସ୍ତିରେ ୮୦ ଲକ୍ଷ ଟଙ୍କା ଏୟାର ଇଣ୍ଡିଆକୁ ଫେରାଇ ଦେଇଛନ୍ତି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏୟାର ଇଣ୍ଡିଆ ମୁଖପାତ୍ର ପ୍ରକାଶ କରିଛନ୍ତି। କାଗଜପତ୍ର ପ୍ରସ୍ତୁତ କରିବାରେ ତ୍ରୁଟି ଯୋଗୁ ଚନ୍ଦ୍ରାଙ୍କୁ ଦରମା ଦିଆଯାଇଥିଲା ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri