ଅଧା ସପନରେ ପାହିଲା ରାତି, ମଉନେ ବସିଛି ମଉନାବତୀ…

ପ୍ରଶ୍ନ-ଥରେ ଏକ ସୁନ୍ଦର ସ୍ବପ୍ନ ଦେଖୁଥିଲି। ମୋ ମନର ମଉନାବତୀ ସପନରେ ଆସିଲା। ହେଲେ ସେ କିଛି କହିବା ପୂର୍ବରୁ ରାତି ପାହିଗଲା। ଏବେ ମୁଁ କ’ଣ କରିବି ?
-ଦିନେଶ ରାଉତ, ବାଲେଶ୍ୱର
ଉତ୍ତର: ସତରେ, ‘ଅଧା ସପନରେ ପାହିଲା ରାତି, ମଉନେ ବସିଛି ମଉନାବତୀ।’ ବେଳେବେଳେ ପ୍ରେମର ନିଶା କେତେକଙ୍କୁ ଏମିତି ଘାରିଥାଏ ଯେ ସେମାନେ ରଙ୍ଗିନ ସ୍ବପ୍ନରେ ହଜିଯାଇ ଥାଆନ୍ତି। ହେଲେ ସ୍ବପ୍ନ ଆଉ ବାସ୍ତବତା ଭିତରେ ଆକାଶ ପାତାଳ ତଫାତ୍‌ ରହିଛି। ତେଣୁ ଯଦି ପ୍ରେମର ଅସଲ ମଜା ନେବାକୁ ଚାହୁଁଛନ୍ତି ତେବେ ଏପରି ପ୍ରେମିକାଟିଏ ଚଏସ୍‌ କରନ୍ତୁ ଯିଏ ଆପଣଙ୍କ ପ୍ରେମରେ ସବୁବେଳେ ଫଗୁଣ ଭରିଦେଉଥିବ। ବାସ୍‌, ସବୁକଥା ନିଜ ଚଏସ୍‌ ଉପରେ ହିଁ ନିର୍ଭର କରେ।
ପ୍ରଶ୍ନ-ଜଣେ ଝିଅକୁ ‘ଆଇ ଲଭ୍‌ ୟୁ’ କହିବାକୁ ଡର ଲାଗେ କାହିଁକି ?
-ତନ୍ମୟ କୁମାର, ସୋନପୁର
ଉତ୍ତର: ମନରେ ସାହସର ଘୋର ଅଭାବ। କାରଣ ଜଣେ ଝିଅକୁ ‘ଆଇ ଲଭ୍‌ ୟୁ’ କହିବା ସହଜ କଥା ହୋଇପାରେ। ଯଦି ସେପଟୁ ରେଡ୍‌ ସିଗନାଲ ମିଳିଲା ତେବେ ସେଭଳି ପରିସ୍ଥିତିକୁ ସାମନା କରିବାର ଧୈର୍ଯ୍ୟ ରହିବା ଦରକାର। ପ୍ରେମ ରାସ୍ତା ସବୁବେଳେ ଖସଡା। ଦେଖିଚାହିଁ ପାଦ ନ ପକାଇଲେ କେତେବେଳେ ଯେ ଗୋଡ ଖସିଯିବ ତାହା ନିଜେ ଜାଣିପାରିବେ ନାହିଁ। ତେଣୁ ମନରେ ଦମ୍ଭ ରଖି ପ୍ରେମ କରିବାକୁ ଆଗାନ୍ତୁ।
ପ୍ରଶ୍ନ-ମୋ ସାଙ୍ଗକୁ ଯେଉଁ ଝିଅ ଧୋକା ଦେଇ ଚାଲିଯାଇଥିଲା, ଏବେ ସେ ମୋତେ ପ୍ରେମ ନିବେଦନ କରୁଛି। କ’ଣ କରିବି ଜାଣିପାରୁନାହିଁ।
-ଉତ୍ତମ, ପୁରୀ
ଉତ୍ତର: ସେଭଳି ପ୍ରେମିକାଙ୍କୁ ବିଶ୍ୱାସ କରିବା ଅର୍ଥ ନିଅଁାକୁ ଡାକି ଆଣି ଅଣ୍ଟିରେ ପୂରାଇବା ପରି ହିଁ ହୋଇଥାଏ। ଯିଏ ଥରେ ଜଣକୁ ଧୋକା ଦେଇଛି ସେ ଯେ ଆପଣଙ୍କୁ ସବୁଦିନ ନିଜର କରି ରଖିବ ତାହାର ଗ୍ୟାରେଣ୍ଟି କିଏ ଦେବ ? ତେଣୁ ଯଦି ଆପଣଙ୍କୁ ପାଣିପାଗ ଭଲ ଲାଗୁଛି ଆଉ ସେହି ଝିଅ ଉପରେ ଶତ ପ୍ରତିଶତ ଭରସା ଆସୁଛି ତେବେ ନିଜ ବୁଦ୍ଧି ଖଟାଇ ଆଗେଇ ପାରନ୍ତି। ନ ହେଲେ ଆପଣଙ୍କ ଅବସ୍ଥା ଯେ ଆପଣଙ୍କର ସାଙ୍ଗ ପରି ନ ହେବ ସେ କଥା କିଏ କହିବ ?
ପ୍ରଶ୍ନ-ସୁନ୍ଦରୀ ଝିଅଙ୍କ ପ୍ରେମକୁ ଭରସା ନାହିଁ। ଏକଥା ସତ କି ?
-ଅମର ଦାସ, ରାଉରକେଲା
ଉତ୍ତର: ଏଭଳି ମାନସିକତା ପଛରେ କେତେ ସତ ଅଛି ତାହାକୁ ନେଇ ଯଦି ଆଲୋଚନା କରିବା ତେବେ ତାହା ଶେଷ ହେବ ନାହିଁ। ପ୍ରେମ କରିବା ବେଳେ ରୂପ ରଙ୍ଗ ନୁହେଁ ପ୍ରେମିକାର ମନକୁ ଜିଣିବାକୁ ଚେଷ୍ଟା କରନ୍ତୁ। ଯେଉଁ କଥାକୁ ନେଇ ଆପଣ ଗୋଲକ ଧନ୍ଦାରେ ପଡିଛନ୍ତି ତାକୁ ଯଦି ଧରି ବସିବେ ତେବେ ଆପଣଙ୍କ ପ୍ରେମ ମିଶନ ସେମିତି ଅଧା ବାଟରେ ଅଟକି ଥିବ। ବାସ୍‌, ପ୍ରେମିକା ସୁନ୍ଦରୀ ହେଉ ଅବା ଅସୁନ୍ଦରୀ, ଯଦି ତା’ ମନ ପାଖରେ ଆପଣଙ୍କ ମନ ବନ୍ଧା ପଡିଗଲା ତେବେ ସେଠାରେ ରୂପ ରଙ୍ଗକୁ ନେଇ ମନରେ ପ୍ରଶ୍ନ ଉଠାଇଲେ ପାଣିପାଗ ବଦଳିଯିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri