ଅଦ୍ୱିତୀୟ ସ୍ରଷ୍ଟା ଫକୀରମୋହନ ଥିଲେ ପ୍ରଚଣ୍ଡ ସ୍ବାଭିମାନୀ

ବାଲେଶ୍ୱର ଅଫିସ, ୧୪।୧-ବାଲେଶ୍ୱର ଜିଲା ନୂଆପାଢ଼ୀସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନଙ୍କର ୧୭୭ତମ ଜୟନ୍ତୀ ସମାରୋହ ସୋମବାର ଅନୁଷ୍ଠିତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ ସଭାପତିତ୍ୱ କରି ଜୟନ୍ତୀ ପାଳନର ପ୍ରାସଙ୍ଗିକତା ସମ୍ପର୍କରେ ମତ ଦେଇଥିଲେ। ସେ କହିଥିଲେ ଯେ, ସାଂସ୍କୃତିକ ତୀର୍ଥକ୍ଷେତ୍ର ବାଲେଶ୍ୱର ଜିଲାର ମଲ୍ଲିକାଶପୁର ଗ୍ରାମରେ ୧୮୪୩ ଜାନୁୟାରୀ ୧୩ ପବିତ୍ର ମକର ସଂକ୍ରାନ୍ତି ତିଥିରେ ଫକୀରମୋହନ ଜନ୍ମଗ୍ରହଣ କରିଥିଲେ। ତାଙ୍କର କାଳଜୟୀ ସାହିତ୍ୟ କୃତିଗୁଡ଼ିକ ମଧ୍ୟରୁ ‘ପେଟେଣ୍ଟ ମେଡ଼ିସିନ’ ଓ ‘ରେବତୀ’ ଗଳ୍ପ ନାରୀ ଅସ୍ମିତାର ଶ୍ରେଷ୍ଠ ପରିଚିତି। ପାଠକୀୟ ଭାବମାନସ ସୃଷ୍ଟିର ଅନ୍ୟତମ ବିନ୍ଧାଣି ଫକୀରମୋହନ ଥିଲେ ପ୍ରଚଣ୍ଡ ସ୍ବାଭିମାନୀ। ତାଙ୍କ ପ୍ରତିଟି ସୃଷ୍ଟି ଥିଲା ଜାତୀୟ ଚେତନାରେ ସମୃଦ୍ଧ। ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ବିଷ୍ଣୁପ୍ରିୟା ଓତା ବରେଣ୍ୟ ଅତିଥି ଓ ବକ୍ତା ରୂପେ ଯୋଗଦେଇ ଫକୀରମୋହନଙ୍କର ସାହିତି୍ୟକ ଜୀବନର ବିଶେଷତ୍ୱ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସଚିଦାନନ୍ଦ ଦେହୁରୀ ଅତିଥି ପରିଚୟ, ଅଧ୍ୟାପିକା ସିପ୍ରା ସାଗରିକା ସଂଯୋଜନା କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ଅମର ସିଂ ସୋରେନ, ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ ଡ. ପ୍ରକାଶ ଚନ୍ଦ୍ର ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ସମାରୋହ ଅବସରରେ ଦୂର ନିରନ୍ତର ଶିକ୍ଷା ବିଭାଗର ଓଡ଼ିଆ ଅଧ୍ୟାପିକା ଡ. ସଙ୍ଗୀତା ସ୍ବାଇଁଙ୍କର ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଆ କବିତା, ଏକ ଭିନ୍ନ ଅନୁଶୀଳନ’ (ସମାଲୋଚନା) ଓ ‘ଇନ୍ଦ୍ରଧନୁର ଛାଇ’ (କବିତା) ଶୀର୍ଷକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇ ସଭାର ଗୌରବ ବୃଦ୍ଧିରେ ସହାୟକ ହୋଇଥିଲା। ଶେଷରେ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫକୀରମୋହନଙ୍କର ‘ରାଣ୍ଡି ପୁଅ ଅନନ୍ତା’ ଗଳ୍ପକୁ ଡ. ଅର୍ଜୁନ ଚରଣ କର ନାଟ୍ୟ ରୂପାନ୍ତର ଓ ଡ. ଆର୍ତ୍ତବନ୍ଧୁ ଜେନା ନିର୍ଦ୍ଦେଶନାରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇ ଦଶର୍ର୍କମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri