Posted inଜାତୀୟ

ଅଦାଲତଙ୍କୁ ଜଣାଇଲେ ଆନ୍ନା ହାଜାରେ: ମୋତେ ହତ୍ୟା କରିବାକୁ ଠିକା ଦିଆଯାଇଥିଲା

ମୁମ୍ବାଇ,୧୦ା୭ (ଆଇଏଏନ୍‌ଏସ୍‌): ଦୁର୍ନୀତି ବିରୋଧରେ ମୁହଁଖୋଲୁଥିବା ସାମାଜିକ କର୍ମୀ ଆନ୍ନା ହାଜାରେଙ୍କୁ ମାରିବା ଲାଗି ଠିକା ଦିଆଯାଇଥିଲା। ଏନେଇ ସେ ମଙ୍ଗଳବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ମୁହଁଖୋଲି କହିଛନ୍ତି। ଓସ୍‌ମାନାବାଦ୍‌ ତେର୍ନା ଚିନିକଳ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। କଂଗ୍ରେସ ନେତା ପଓ୍ବନ ରାଜେ ନିମ୍ବଲକର୍‌ ହତ୍ୟା ମାମଲାରେ ସାକ୍ଷୀଭାବେ କୋର୍ଟରେ ହାଜର ହୋଇଥିବା ଆନ୍ନା ଏଭଳି ମତ ରଖିଛନ୍ତି। ସ୍ବତନ୍ତ୍ର ବିଚାରପତି ଆନନ୍ଦ ୟାଭଲ୍‌କରଙ୍କ ଆଗରେ ଆନ୍ନା କହିଛନ୍ତି, ମିଡିିଆରୁ ଧମକ ସମ୍ପର୍କରେ ଜାଣିବା ପରେ ସେ ଅହମଦାବାଦର ପାର୍ନର ପୋଲିସ ଷ୍ଟେଶନରେ ମାମଲା ଦାଏର କରିଥିଲେ। ୨୦୦୬ ନିମ୍ବଲକର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଏନ୍‌ସିପି ନେତା ପଦମ୍‌ସିଂ ପାଟିଲଙ୍କ ଓସ୍‌ମାନାବାଦସ୍ଥିତ ତେର୍ନା ଚିନିକଳ ସହ ସମ୍ପର୍କ ରହିଛି। ଏବେ ସେ ତେର୍ନା ପବ୍ଲିକ ଚାରିଟେବଲ ଟ୍ରଷ୍ଟର ସଭାପତି ଅଛନ୍ତି। ମାମଲା ରୁଜୁ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ହାଜାରେ କହିଥିଲେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଭୂର୍ଷିପଡ଼ା: ଅନ୍ଧାର ଘେରରେ ୩୦ ଆଦିବାସୀ ପରିବାର

ନୂଆପଡ଼ା,୨ା୧ (ମକାରୁ ବେମାଲ):ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ...

ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ଦୁଇଥର ବିଧାୟକ ହୋଇଥିଲେ

ଭୁବନେଶ୍ବର,୨।୧: ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ଓଡ଼ିଶା...

Iran Protests: ମୁଦ୍ରାସ୍ଫୀତିର ନିଆଁରେ ଜଳୁଛି ଇରାନ! ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨।୧ବିଶ୍ୱର ବିଭିନ୍ନ ଦେଶ ନୂତନ ବର୍ଷ ପାଳନ କରୁଥିବା ବେଳେ, ଇରାନ ମୁଦ୍ରାସ୍ଫୀତିର ନିଆଁରେ ଜଳୁଛି । ଆର୍ଥିକ ସଙ୍କଟ ବିରୋଧରେ ଆରମ୍ଭ ହୋଇଥିବା ବିକ୍ଷୋଭ...

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri