ଅତି ଉତ୍ସାହିତ ହୋଇ ମୋଦିଙ୍କୁ ଫକିର ବୋଲି କହିଲେ ଅନୁପମ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦିନ ପୂର୍ବରୁ ସମୁଦ୍ର କୂଳରୁ ଅଳିଆ ସଫା କରୁଥିବାର ଏକ ଭିଡିଓ ଶେୟାର କରିଥିଲେ। ଆଉ ଏହାକୁ ଦେଖିବା ପରେ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିଲା। ଏହା ଦେଖିବା ପରେ ବଲିଉଡ୍‌ କଳାକାର ଅକ୍ଷୟ କୁମାର, ଅନିଲ କପୁର ଆଦି ମୋଦିଙ୍କୁ ପ୍ରଶଂସା କରିବା ସହ ସ୍ବଚ୍ଛତା ଅଭିଯାନକୁ ନେଇ ମୋଦି ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ପ୍ରକୃତରେ ସ୍ବାଗତଯୋଗ୍ୟ ବୋଲି କହିଥିଲେ। ହେଲେ ଅଭିନେତା ଅନୁପମ ଖେର ଅତି ଉତ୍ସାହିତ ହୋଇ ମୋଦିଙ୍କର ସେହି ଭିଡିଓରୁ ଆସିଥିବା ଏକ ଫଟୋକୁ ଦେଖି ଲେଖିଥିଲେ, ମୋଦିଜୀଙ୍କ ଏହି ଫଟୋ ଭବିଷ୍ୟତରେ ସାଧୁତା, ସତ୍ୟତା, ସରଳତା ଓ ନିସ୍ବାର୍ଥପରତାର ଏକ ପ୍ରତୀକ ହେବ। ସେ ଆହୁରି ମଧ୍ୟ ଲେଖିଛନ୍ତି ଏହି ଛବିଟିରେ ସ୍ବଚ୍ଛ ଭାରତର ଅଭିଯାନ ତ ଅଛି ତା’ସହ ଜଣେ ଫକିରଙ୍କ ଛବି ମଧ୍ୟ ଲୁଚି ରହିଛି ବୋଲି ଅନୁପମ ଲେଖି ପକାଇଛନ୍ତି। ସୂଚନାଯୋଗ୍ୟ, ମୋଦି ୧୨ ଅକ୍ଟୋବରରେ ଏହି ଭିଡିଓଟି ଟୁଇଟରରେ ଶେୟାର କରିଥିଲେ। ଯେତେବେଳେ ସେ ମାମଲ୍ଲାପୁରମରେ ସମୁଦ୍ରକୂଳ ସଫା କରୁଥିଲେ ସେତେବେଳେ ଏହି ଭିଡିଓଟି ପ୍ରସ୍ତୁତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

ରାସ୍ତାକଡ଼ରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ, ପାଖରେ ପଡ଼ିଛି ଚପଲ

ରାଜନଗର,୧୭ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ପଟ୍ଟାମୁଣ୍ଡାଇ ମୁଖ୍ୟ ତଳ ରାସ୍ତାର ମଦଭାଟିଠାରୁ କିଛି ଦୂରରେ ରାସ୍ତା ତଳକୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି।…

୩୫ ବର୍ଷ ପରେ ଦେଶରେ ନୂଆ ସାପ ପ୍ରଜାତି ଚିହ୍ନଟ : ସାମ୍ନାକୁ ଆସିଲା ରହସ୍ୟମୟ ଦୋମୁହାଁ ସାପ

ଥର୍‌ ମରୁଭୂମି ବିକାନେରର ଜୋଡ଼ବୀଡ଼ କଞ୍ଜରଭେସନ ରିଜର୍ଭରେ ମିଳିଥିବା ଏକ ବିରଳ ସାପର ଚିହ୍ନଟ ‘ସିସ୍ତାନ ସ୍ୟାଣ୍ଡ ବୋଆ’ (Eryx sistanensis) ଭାବରେ କରାଯାଇଛି। ବୈଜ୍ଞାନିକମାନଙ୍କ ଅନୁଯାୟୀ,…

ଗର୍ଭବତୀଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଡାକ୍ତରଙ୍କ ଉପରେ ଆକ୍ରମଣ କଲେ ସମ୍ପର୍କୀୟ

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଥିସହ ଉକ୍ତ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା…

ପରସ୍ପରକୁ ଅଣଦେଖା କଲେ ମୋଦି-ଟ୍ରମ୍ପ: ହାତ ମିଳାଇଲେ, ହେଲେ…

ପ୍ୟାରିସ୍‌,୧୭।୬: ଫ୍ରାନ୍ସର ଇଭିଆନଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ସ୍ବଳ୍ପ ବୈଠକ କରିଥିଲେ।…

ରାଜ୍ୟ ସରକାରଙ୍କ ବଡ଼ ଉପହାର! ୫୦ହଜାର ଛାତ୍ରୀଙ୍କୁ ଫ୍ରିରେ ମିଳିବ ସ୍କୁଟି; ଜାଣନ୍ତୁ କେମିତି ମିଳିବ ଲାଭ

ଲକ୍ଷ୍ନୌ,୧୭।୬: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଆସୁଛି। ରାଜ୍ୟର ପ୍ରାୟ ୫୦ ହଜାର ମେଧାବୀ…

ବିଲ୍‌ଓଙ୍କ ଦାୟିତ୍ୱହୀନତା: SIRରୁ ବାଦ୍‌ ପଡ଼ିଲେ ବହୁ ଭୋଟର

ପୁରୁଷୋତ୍ତମପୁର,୧୭ା୬(ସବିତା ମିଶ୍ର): ସରକାର ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ସହ ଠିକ୍‌ସମୟରେ ନୂତନ ଭୋଟରଙ୍କ ନାମ ଯୋଡ଼ିବା ଓ ମୃତ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେବା…

ଉଚ୍ଚ ଜୁଆରରେ ସମୁଦ୍ର ଅଶାନ୍ତ, ଲୀନ ହେବାକୁ ବସିଛି ମା’ଙ୍କ ମନ୍ଦିର

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ): ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଜଳ ଲହଡ଼ିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ କ୍ଷୟ ହେବାରେ ଲାଗିଛି। ପାଳିବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri