ଅଟୱାଲରେ ପଡ଼ିଲା ତାଲା : ସଙ୍କଟରେ ଶ୍ରମିକ, କର୍ମଚାରୀଙ୍କ ଜୀବିକା

ଯାଜପୁର ଅଫିସ/ସୁକିନ୍ଦା (ଡି.ଏନ.ଏ.),୨ା୯ : ବିଭିନ୍ନ କାରଣରୁ ଦୁର୍ବଳ ଆର୍ଥିକ ସ୍ଥିତି ଦର୍ଶାଇ ଟାଟା ଷ୍ଟିଲ ଖଣି ଅଧୀନ ଅଟୱାଲ କାରଖାନାରେ ରବିବାର ତାଲା ପଡିଛି। ଏଥିଯୋଗୁ ପ୍ରାୟ ୩୫୦ ଜଣ ଶ୍ରମିକ ଓ କର୍ମଚାରୀଙ୍କ ପେଟପାଟଣା ବିପଦରେ ପଡିଛି। ଏଥିଯୋଗୁ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ଧାରଣ କରି ଶ୍ରମିକ ଓ କର୍ମଚାରୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଏହି ମାମଲାକୁ ନେଇ ଟାଟା ଓ ଅଟୱାଲ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି। ଘଟଣାକ୍ରମକୁ ନେଇ ଟାଟା ଓ ଅଟୱାଲ କର୍ତ୍ତୃପକ୍ଷଙ୍କ ବୟାନ ବାଜିରେ ତାଳମେଳ ରହୁ ନ ଥିବା ପରିଲକ୍ଷିତ ହେଉଛି। ନିଜ ନାମ ଗୋପନ ରଥିବା ସର୍ତ୍ତରେ କେତେକ କର୍ମଚାରୀ କହିଛନ୍ତି ଯେ, ରେସିଡେନ୍ସିଆଲ ମ୍ୟାନେଜର (ଆରଏମ)ଙ୍କ ମନମୁଖି ନୀତି ପାଇଁ ଅଟୱାଲରେ କାର୍ଯ୍ୟରତ ଶ୍ରମିକଙ୍କ ଭାଗ୍ୟ ଦୋଛକିରେ ଠିଆ ହୋଇଛି। ସୁଚନାଯୋଗ୍ୟ ଯେ, ୧୯୮୪ ମସିହାରୁ ଟାଟା ଖଣି ସହ ଚୁକ୍ତି କରି ଅଟୱାଲ କାର୍ଯ୍ୟ କରି ଆସୁଛି। ବିଭିନ୍ନ ସମୟରେ ଶ୍ରମିକ ମାନେ ୟୁନିୟନ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଅଟୱାଲ ନିକଟରେ ଦାବି ଉପସ୍ଥାପନ କରି ଆସୁଥିଲେ। ତେବେ ଗତ ୨୦୧୪-୨୦୧୫ ଠାରୁ ରାଜନୈତିକ ହସ୍ତକ୍ଷେପ ଯୋଗୁ ୟୁନିୟନ ଦୁଇଭାଗ ହୋଇଛି। ଏ ସଂକ୍ରାନ୍ତରେ ଅଟୱାଲର ଆଞ୍ଚଳିକ ପରିଚାଳକ(ଆରଏମ) ମଳୟ ରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରୁ, ଟାଟାର ଏଗ୍ରିମେଣ୍ଟ ଅନୁଯାୟୀ ବିଗତ କିଛି ବର୍ଷ ହେବ ଖଣିର କ୍ରମଶଃ ଗଭୀରତା ବୃଦ୍ଧି ପାଉଛି। ଏଥିଯୋଗୁ ଖର୍ଚ୍ଚ ବଢୁଛି। ଖଣି ଭିତରେ ସହଜ ଓ କଠିନ କାମ ଚାଲିଛି। ସହଜ କାର୍ଯ୍ୟରେ ପାରିଶ୍ରମିକ ମିଳୁଛି, କିନ୍ତୁ କଠିନ କାର୍ଯ୍ୟରେ ସେଭଳି ପାରିଶ୍ରମିକ ମିଳୁନାହିଁ। ଯେଉଁ ପରିମାଣର ତେଲ ବିନିଯୋଗ ହେଉଛି, ସେହି ତୁଳନାରେ ଅର୍ଥ ମିଳୁନାହିଁ। ତେଣୁ କାରଖାନାକୁ ବନ୍ଦ କରିବାକୁ ପଡିଲା ବୋଲି ସେ କହିଛନ୍ତି। ଟାଟା ଖଣିର ମୁଖ୍ୟ ପ୍ରବନ୍ଧକ ରାଜେଶ ପଟେଲ କହିଛନ୍ତି ଅଟୱାଲ ସହ ଚୁକ୍ତି ଅନୁଯାୟୀ ସମସ୍ତ ଖର୍ଚ୍ଚର ଅର୍ଥ ପ୍ରଦାନ କରାଯାଉଛି। ତେବେ ଶ୍ରମିକ ଓ କର୍ମଚାରୀଙ୍କୁ ଅଟୱାଲ ଠିକ ସମୟରେ ପ୍ରାପ୍ୟ ଦେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri