ଅଟିଜିମ୍‌ ରୋଗର ଲକ୍ଷଣ ଓ ଚିକିତ୍ସା

”ଅଟିଜିମ୍‌ ରୋଗରେ ଆକ୍ରାନ୍ତ ଶିଶୁ ଅନ୍ୟମାନଙ୍କ ସହ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏକବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନଁା ଧରି ଡାକିଲେ ସେମାନେ ଜାଣିପାରନ୍ତି ନାହିଁ। ନିଜ ଆଖପାଖ ଲୋକଙ୍କ ସହ ମିଳାମିଶା କରନ୍ତି ନାହିଁ ଓ କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରିପାରନ୍ତି ନାହିଁ। ୧ରୁ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ, ସବୁବେଳେ ଏକୁଟିଆ କେତେକ ନିର୍ଦ୍ଦିଷ୍ଟ ଖେଳ ହିଁ ଖେଳନ୍ତି।“

ଅଟିଜିମ୍‌ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ ଯାହା ସାଧାରଣତଃ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ରୋଗରେ ସାମାଜିକ ସମ୍ପର୍କ ସ୍ଥାପନ ଭାବର ଆଦାନପ୍ରଦାନ ଓ ଭାଷାର ପରିପ୍ରକାଶ ଆଦିରେ ଅସୁବିଧା ଦେଖାଯାଇଥାଏ। ଆମ ଦେଶରେ ପ୍ରାୟ ୫୦ଲକ୍ଷ ପିଲା ଏହି ରୋଗ ଦ୍ୱାରା ପ୍ରଭାବିତ। ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କଠାରେ ଏହା ୫ ଗୁଣ ଅଧିକ ଦେଖାଯାଇ ଥାଏ। ଭାରତରେ ଅଟିଜିମ୍‌ ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଚେତନତାର ଘୋର ଅଭାବ ରହିଛି। ଫଳରେ ଠିକ୍‌ ସମୟରେ ଏହି ରୋଗର ଲକ୍ଷଣକୁ ଚିହ୍ନି ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇ ପାରୁନାହିଁ।
କାରଣ: ଅଟିଜିମ୍‌ ରୋଗ ବିଭିନ୍ନ କାରଣରୁ ହୋଇପାରେ। ଜିନ୍‌ଗତ ପାରିପାର୍ଶ୍ୱିକ କାରଣଗୁଡ଼ିକ ଯୋଗୁ ଏହି ରୋଗ ଆରମ୍ଭ ହୋଇପାରେ। ପିଲା ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଘଟିଥିବା କେତେକ ସମସ୍ୟା ଏଥିପାଇଁ ଦାୟୀ ହୋଇପାରେ। ଗର୍ଭଧାରଣ ସମୟରେ ମାତାପିତାଙ୍କ ବୟସ ଅଧିକ ହୋଇଥିଲେ, ଗର୍ଭଧାରଣ ସମୟରେ ମାଆର ଶାରୀରିକ ଅସୁସ୍ଥତା, ନିର୍ଦ୍ଧାରିତ ସମୟ ପୂର୍ବରୁ ପିଲାର ଜନ୍ମ ସମୟରେ ଓଜନ କମ୍‌ ହେବା ଓ ଜନ୍ମ ପରେ ପିଲା ଡେରିରେ କାନ୍ଦିବା ଆଦି କାରଣ ଯୋଗୁ ଅଟିଜିମ୍‌ ରୋଗ ହୋଇପାରେ।
ଲକ୍ଷଣ: ଅଟିଜିମ୍‌ ରୋଗରେ ଶିଶୁ ଅନ୍ୟମାନଙ୍କ ସହ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏକବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନଁା ଧରି ଡାକିଲେ ସେମାନେ ଜାଣିପାରନ୍ତି ନାହିଁ। ନିଜ ଆଖପାଖ ଲୋକଙ୍କ ସହ ମିଳାମିଶା କରନ୍ତି ନାହିଁ ଓ କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରିପାରନ୍ତି ନାହିଁ। ୧ରୁ ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ, ସବୁବେଳେ ଏକୁଟିଆ କେତେକ ନିର୍ଦ୍ଦିଷ୍ଟ ଖେଳ ହିଁ ଖେଳନ୍ତି। ସେମାନେ ଅନ୍ୟମାନଙ୍କ ଆଖିରେ ଆଖ୍‌ତ୍ ମିଳାଇପାରନ୍ତି ନାହିଁ। ଅନ୍ୟର ମନର ଭାବନା ଓ ସ୍ନେହକୁ ଠିକ୍‌ ଭାବେ ବୁଝିପାରନ୍ତି ନାହିଁ। ନିଜର ପାରିପାର୍ଶ୍ୱିକ ଅବସ୍ଥା ପ୍ରତି କମ୍‌ ସମ୍ବେନଦଶୀଳ ରହିଥାନ୍ତି।
ଏହି ପିଲାମାନେ ନିଜ ମନର ଆବେଗକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ, ଯାହା ଫଳରେ ସେମାନେ ବିନା କାରଣରେ ହସନ୍ତି, କାନ୍ଦନ୍ତି ଏବଂ ରାଗନ୍ତି। କେତେକ ପିଲା ନିଜକୁ କ୍ଷତି କଲା ଭଳି ବ୍ୟବହାର ଯଥା ନିଜକୁ କାମୁଡ଼ିବା, ମୁଣ୍ଡ ବାଡ଼େଇବା, ଚୁଟି ଟାଣିବା ଆଦି ବାରମ୍ବାର କରିଥାନ୍ତି।
ଏହି ରୋଗରେ ଆକ୍ରାନ୍ତ ପିଲାର ଭାଷାର ବିକାଶରେ ଅସୁବିଧା ହୋଇଥାଏ। ସେମାନଙ୍କର ଭାଷାର ବିକାଶ ବିଳମ୍ବ ହୋଇପାରେ କିମ୍ବା ଭାଷା ଅସ୍ବାଭାବିକ ହୋଇପାରେ। କଥାବାର୍ତ୍ତା କଲାବେଳେ ସେମାନେ ବିଭିନ୍ନ ଶବ୍ଦ ଠିକ୍‌ ଭାବରେ ବ୍ୟବହାର କରିପାରନ୍ତି ନାହିଁ। ଉକ୍ତ ରୋଗରେ ପିଲାମାନେ କେତେକ ନିର୍ଦ୍ଦିଷ୍ଟ ବ୍ୟବହାରକୁ ବାରମ୍ବାର କରିଥାନ୍ତି। ଯେମିତିକି ଆଗକୁ ପଛକୁ ଦୋହଲିବା, ଆଖି ଆଗରେ ଆଙ୍ଗୁଠି ମୋଡ଼ିବା, ଗୋଲ ଗୋଲ ହୋଇ ଘୂରିବା, କେତେକ ନିର୍ଦ୍ଦିଷ୍ଟ ଶବ୍ଦକୁ ବାରମ୍ବାର କହିବା ଆଦି। ଅଟିଜିମ୍‌ ରୋଗରେ ପିଲାମାନଙ୍କ ଖେଳିବାର ଶୈଳୀରେ ମଧ୍ୟ ଅସ୍ବାଭାବିକତା ଦେଖାଯାଇଥାଏ। ସେମାନେ ସାଧାରଣ ଭାବରେ ବ୍ୟବହାର ହେଉଥିବା ଖେଳନା ସହ ଖେଳି ନ ଥାନ୍ତି। ଘରକରଣା ଜିନିଷ ଯଥା ସାବୁନ, ଦଉଡ଼ି ଓ ମଗ ଆଦି ସହିତ ଖେଳିବାକୁ ବେଶି ପସନ୍ଦ କରି ଥାନ୍ତି। ଅନ୍ୟ ପିଲାମାନଙ୍କ ସହ ନ ଖେଳି ସବୁବେଳେ ଏକୁଟିଆ ଖେଳିଥାନ୍ତି। ଏହି ପିଲାମାନେ କୌଣସି ଉଚ୍ଚ ଶବ୍ଦ କିମ୍ବା ଅତି ଉଜ୍ଜ୍ୱଳ ଆଲୋକ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ଏସବୁ ପ୍ରତି ଅସ୍ବାଭାବିକ ପ୍ରତିକ୍ରିୟା ପ୍ରକାଶ କରନ୍ତି।
ପ୍ରାରମ୍ଭିକ ଅବସ୍ଥାରେ ଶିଶୁମାନଙ୍କ ଠାରେ ନିମ୍ନଲିଖିତ କୌଣସି ଲକ୍ଷଣ ଦେଖାଗଲେ ଅଟିଜମ୍‌ର ସନ୍ଦେହ ସୃଷ୍ଟି ହୋଇଥାଏ।
୧)୧୨ ମାସ ବୟସ ସୁଦ୍ଧା ପିଲା କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରି ନ ପାରିବା।
୨) ୧୨ମାସ ବୟସ ସୁଦ୍ଧା ଆଙ୍ଗୁଠି ଦେଖାଇ ନ ପାରିବା କିମ୍ବା କୌଣସି ଅଙ୍ଗଭଙ୍ଗୀ ଦେଖାଇ ନ ପାରିବା।
୩) ୧୬ ମାସ ବୟସ ସୁଦ୍ଧା ଗୋଟିକିଆ ଶବ୍ଦ କହି ନ ପାରିବା।
୪) ୨୪ ମାସ ବୟସ ସୁଦ୍ଧା ଦୁଇ ଶବ୍ଦ ବିଶିଷ୍ଟ ବାକ୍ୟ କହି ନ ପାରିବା।
ଅଟିଜିମ୍‌ରେ ଆକ୍ରାନ୍ତ ପିଲାମାନଙ୍କଠାରେ ନାନା ପ୍ରକାର ଶାରୀରିକ ସମସ୍ୟା ଯଥା ଅପସ୍ମାର ବାତ ବିଭିନ୍ନ ପେଟଜନିତ ସମସ୍ୟା ଏବଂ କେତେକ ନିର୍ଦ୍ଦିଷ୍ଟ ଜିନ୍‌ଗତ ରୋଗ ଆଦି ଦେଖାଯାଇଥାଏ।
ଏଥିସହ ଅନ୍ୟ କେତେକ ମାନସିକ ସମସ୍ୟା ଯଥା: ଚଞ୍ଚଳାମି ରୋଗ (ଏଡିଏଚ୍‌ଡି) ମାନସିକ ଉଦ୍‌ବେଗ ରୋଗ, ଅବସାଦ ରୋଗ ଓ ନିଦ୍ରାହୀନତା ଆଦି ମଧ୍ୟ ଦେଖାଯାଇ ଥାଏ। ଏହି ରୋଗରେ ଅନେକ ପିଲାଙ୍କର ବୃଦ୍ଧିର ଠିକ୍‌ ବିକାଶ ହୋଇ ନ ଥାଏ।

ଚିକିତ୍ସା
ପ୍ରାରମ୍ଭିକ ଅବସ୍ଥାରେ ଅଟିଜିମ୍‌୍‌ ରୋଗର ଲକ୍ଷଣକୁ ଚିହ୍ନ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ । ଏଥି ନିମନ୍ତେ ମୁଖ୍ୟତଃ ବିଭିନ୍ନ ବ୍ୟବହାରିକ ଚିକତ୍ସା ପଦ୍ଧତି (ସେନ୍‌ସୋରି ଇଣ୍ଡିଗ୍ରେସନ ଥେରାପି ଓ ସ୍ପିଚ୍‌ ଥେରାପି) ସହିତ କେତେକ ଔଷଧ ବ୍ୟବହାର କରାଯାଇଥାଏ। ଅଭିଭାବକମାନେ ଡାକ୍ତରଙ୍କଠାରୁ ସମସ୍ତ ବ୍ୟବହାରିକ ଚିକିତ୍ସା ପଦ୍ଧତିଗୁଡ଼ିକୁ ଜାଣିରଖିବା ଉଚିତ। ପିଲା ସହ ଏହି ଚିକିତ୍ସା ପଦ୍ଧତି ଅନୁସାରେ ବ୍ୟବହାର କଲେ ତା’ର ସାମାଜିକ ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ। ତା’ର ଭାଷାରେ ମଧ୍ୟ ଧୀରେ ଧୀରେ ବିକାଶ ଘଟିଥାଏ। ପିଲାର ବ୍ୟବହାରିକ ସମସ୍ୟା ନିମନ୍ତେ କେତେକ ଔଷଧ ବ୍ୟବହାର କରାଯାଇଥାଏ। ଅଟିଜିମ୍‌୍‌ ସହ ଦେଖା ଯାଉଥିବା ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ମଧ୍ୟ ଉପଯୁକ୍ତ ଚିକିତ୍ସା ଜରୁରୀ । ଅଭିଭାବକମାନେ ଧୈର୍ଯ୍ୟର ସହିତ ଚିକିତ୍ସା କରାଇଲେ ଧୀରେ ଧୀରେ ପିଲାର ବ୍ୟବହାରରେ ଉନ୍ନତି ଦେଖାଯାଇଥାଏ।
ଡା. ସତ୍ୟକାମ ମହାପାତ୍ର
-ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି: ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର,୨୬।୧୦(ଦିଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଏବଂ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

କୋଟିଆ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ବିଧାୟକ

କୋରାପୁଟ, ୨୬।୧୦ (ଅମିତାଭ ବେହେରା): କୋଟିଆ ସମସ୍ୟାର ସମାଧାନ ଦିଗରେ କୋରାପୁଟ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଥିବା…

ପୁଣି ବଦଳିବେ କଂସ ଅଭିନେତା: ଅଭିନୟରୁ ଅବ୍ୟାହତି ନେଲେ ସୁଶିଲ

ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି…

IPL 2027 ମିନି ନିଲାମ: ଏହି ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧୨:ଆଇପିଏଲ ୨୦୨୭ ପାଇଁ ଖେଳାଳିଙ୍କ ମିନି ନିଲାମ ଡିସେମ୍ବର ୧୬ରେ ଗୋଆରେ ଆୟୋଜିତ ହେବ। ଏହି ଦିନ ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ…

୫୫ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା ଚମତ୍କାର: ବଡ଼ କାରନାମା କଲେ ଏହି କ୍ରିକେଟର୍‌

ଲାହୋର,୨୬।୧୦: ଖରାପ ଫର୍ମ ଦେଇ ଗତି କରୁଥିବା ପାକିସ୍ତାନ କ୍ରିକେଟ ଦଳକୁ ଟ୍ରାଇ ସିରିଜ୍ରେ ମିଳିଛି ବଡ଼ ଆଶ୍ୱସ୍ତି। ସୋମବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ଇଂଲଣ୍ଡକୁ ମାତ୍ର…

ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ, ୮ ଟ୍ରେନ୍‌ ବାତିଲ କଲା SCoR

ଭୁବନେଶ୍ୱର, ୨୬ା୧୦: ବାତ୍ୟା ‘ଅର୍ଣ୍ଣବ’ ପାଇଁ ୮ଟି ଟ୍ରେନ ବାତିଲ କରାଯାଇଛି । ସେହିପରି ୨ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଏନେଇ ସାଉଥ୍‌ କୋଷ୍ଟ…

ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା ପୋତିପକାଇଲେ ଶୁଭେନ୍ଦୁ ଅଧିକାରୀ: କଲେ ଏମିତି ଅନୁରୋଧ

କୋଲକାତା,୨୬।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରେଳମନ୍ତ୍ରୀ କେବଳ କଥାରେ ନୁହେଁ, ବରଂ କାମରେ ବିଶ୍ୱାସ…

ଦୁର୍ଭାଗ୍ୟଶାଳୀ ଏହି ୩ ଭାରତୀୟ ବ୍ୟାଟର: ୧୦ ବର୍ଷ ମଧ୍ୟରେ ୩ ଥର ଘଟିଛି ଏଭଳି ଘଟଣା

ନୂଆଦିଲ୍ଲୀ,୨୬।୧୦:ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ପ୍ରଥମ ଅନୌପଚାରିକ ଟେଷ୍ଟ ମ୍ୟାଚ ଖେଳାଯାଉଛି। ନ୍ୟୁଜିଲାଣ୍ଡ ମାଟିରେ ଚାଲିଥିବା ଏହି ମୁକାବିଲାରେ ଭାରତୀୟ ବ୍ୟାଟର ଦେବଦତ୍ତ ପଡିକଲ ଦ୍ୱିଶତକଠାରୁ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?