ଅଜବ ନେଲ୍‌ ଆର୍ଟ

ଆଜିକାଲି ନେଲ୍‌ଆର୍ଟ ଫ୍ୟାଶନ୍‌ ବେଶ୍‌ ଜୋର୍‌ ଧରିଛି। ଯୁବତୀମାନେ ନାନା ପ୍ରକାରର ନେଲ୍‌ ଆର୍ଟ କରି ଟ୍ରେଣ୍ଡି ଲୁକ୍‌ ପାଉଛନ୍ତି। ତେବେ ଏମିତି ବି କିଛି ନେଲ୍‌ ଆର୍ଟ ଅଛି, ଯାହା ଦେଖିବାକୁ ଭଲ ଓ ମଜାଦାର ଲାଗିପାରେ। ହେଲେ ଏହାକୁ ନିଜେ ଆପଣେଇବା ସମ୍ଭବ ନୁହେଁ। କାରଣ ଏସବୁ ବେଶ୍‌ ଅଜବ….

ବର୍ଥଡେ’ ନେଲ୍ସ- ବିଭିନ୍ନ ପ୍ରକାରର ନେଲ୍‌ ଆର୍ଟ ଦେଖିଥିବେ ହେଲେ ଏମିତି ଆର୍ଟ କେବେ ଦେଖି ନ ଥିବେ। ଏହି ନେଲ୍‌ ଆର୍ଟ ଯେତିକି ସୁନ୍ଦର ସେତିକି ବିପଜ୍ଜନକ ବି ଲାଗେ। ସୁନ୍ଦର ଭାବେ ସଜ୍ଜିତ ନଖରେ ସତସତିକା କ୍ୟାଣ୍ଡେଲ ଲାଗିଥାଏ। ଆଉ ତାକୁ ଜଳାଇ ବି ହୁଏ।

ପିୟର୍ସଡ୍‌ ନେଲ୍ସ- ଏହି ନେଲ୍‌ ଆର୍ଟ ବେଶ୍‌ ଟ୍ରେଣ୍ଡି। ଏଥିରେ ନଖରେ କଣା ବା ପିୟର୍ସିଂ କରି ଛୋଟ ରିଙ୍ଗ ପିନ୍ଧାଯାଏ।

କମ୍ବ ନେଲ୍‌- ଏହି ନେଲ୍‌ ଡିଜାଇନ୍‌ ଏମିତି ଯେ, ଏଥିରେ ଆପଣ ଛୋଟ ପିଲାର ମୁଣ୍ଡ କୁଣ୍ଡାଇପାରିବେ। କାରଣ ଏହା ପାନିଆ ଭଳି ଡିଜାଇନ୍‌ର ହୋଇଥାଏ। ଏହା ଦେଖିବାକୁ ବେଶ୍‌ କୌତୂହଳମୟ ଲାଗେ।

ନିଜ ଛବିଥିବା ନେଲ୍‌ ଆର୍ଟ- ଏହି ନେଲ୍‌ ଡିଜାଇନ୍‌ରେ, ନିଜ ମୁହଁର ଛବି ଥିବା ସହ ସେଥିରେ କେଶ ବି ଲଗାଯାଇଥାଏ। ଯେମିତିକି ତାହା ବାସ୍ତବ ଲାଗିବ।

ବ୍ଲିଙ୍କିଙ୍ଗ ଆଇ ନେଲ୍‌- ଏହି ନେଲ୍‌ରେ ସତ ସତିକା ଆଖି ପରି ଡିଜାଇନ୍‌ କରାଯାଇଥାଏ। ସେହି ଆଖିର ପତା ଖୋଲି ଓ ବନ୍ଦ ବି କରିହୁଏ।

କଲର୍‌ ପେନସିଲ୍‌ ନେଲ୍‌- କଲର୍‌ ପେନ୍‌ସିଲ ପରି ଦେଖିବାକୁ ଅଟେ ଏହି ନେଲ୍‌ ଡିଜାଇନ୍‌। ଆଉ ଏକ କୌତୂହଳର କଥା ହେଉଛି ଯେ, ସେହି ପେନ୍‌ସିଲ୍‌ରେ କଲର୍‌ ବି କରିହେବ।

କର୍କ ସ୍କ୍ରୁ ନେଲ୍‌ସ-ସ୍ପ୍ରିଙ୍ଗ୍‌ ପରି ମୋଡି ମୋଡି ହୋଇ ରହୁଥିବା ଏହି ନେଲ୍‌ ଡିଜାଇନ୍‌ ବେଶ୍‌ ଅଜବ ଲାଗେ।
ବଟାନିକାଲ ନେଲ୍‌- ଏଥିରେ ସତସତିକା ଡାଳ, ଫୁଲରେ ନଖକୁ ଡିଜାଇନ୍‌ କରାଯାଇଥାଏ, ଯାହାକି ଦେଖିବାକୁ ବେଶ୍‌ ଆକର୍ଷକ ଲାଗେ।

କର୍କ ବୋର୍ଡ ନେଲ୍‌ସ- ସ୍କୁଲ, ଅଫିସ୍‌ର କାନ୍ଥରେ କର୍କ ବୋର୍ଡ ଲାଗିଥାଏ। ଯେଉଁଥିରେ ବିଶେଷ ଦିନଗୁଡ଼ିକ କାଗଜରେ ଲେଖି ପିନ୍‌ରେ ଲଖାଯାଇଥାଏ। ସେହିଭଳି କର୍କବୋର୍ଡର ଡିଜାଇନ୍‌ ଏବେ ନଖରେ ବି କରାଯାଉଛି।

କଟଲେରୀ ନେଲ୍ସ- ଏହି ନେଲ୍‌ ଡିଜାଇନ୍‌ରେ ନଖରେ କରାଯାଇଥାଏ ଫର୍କ ବା କଣ୍ଟା ଚାମଚ ଓ ଚାମଚର ଡିଜାଇନ୍‌। ଦେଖିବାକୁ ଏହା ବେଶ୍‌ ଅଜବ ଲାଗେ।

ଲେଗୋ ନେଲ୍ସ- ଏହି ନେଲ୍‌ ଡିଜାଇନ୍‌ ପିଲାଦିନ କଥା ମନେ ପକାଇଦେବ। ଛୋଟବେଳେ ଲେଗୋକୁ ଜଏଣ୍ଟ କରି ବିଭିନ୍ନ ଜିନିଷ ତିଆରି କରୁ। ନଖରେ ସେହି ଲେଗୋର ଡିଜାଇନ୍‌ ବେଶ୍‌ କୌତୂହଳମୟ ଲାଗିଥାଏ।

ହେୟାରି ନେଲ୍‌ସ- ନଖରେ ଏହି ଡିଜାଇନ୍‌ ବୋଧହୁଏ ନଖକୁ ଶୀତଦିନେ ଥଣ୍ଡାରୁ ରକ୍ଷା କରିବା ପାଇଁ ହୋଇଛି। କାରଣ ଉକ୍ତ ଡିଜାଇନ୍‌ରେ ନଖରେ କେଶ ଲଗାଯାଇଥାଏ। ତେବେ ଏହାର କାରଣ ଯାହା ହେଉ ନା କାହିଁକି ଦେଖିବାକୁ ବେଶ୍‌ ମଜାଦାର ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲ ବଢିବା ନେଇ ଆସିଲା ବଡ଼ ଅପଡେଟ୍‌!

ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍ଟି ଯାଇଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର ଲିଟର…

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

ICC ଟି-୨୦ ରାଙ୍କିଙ୍ଗ୍‌ରେ ବୈଭବ ଚିତ୍‌ପଟାଙ୍ଗ, ଉପରକୁ ଉଠିଲେ ଏହି ଖେଳାଳି: ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୦।୯: ଦୁଲୀପ ଟ୍ରଫି ଫାଇନାଲ ଖେଳୁଥିବା ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏହାପରେ ତୁରନ୍ତ ଦିଲ୍ଲୀରେ ଭାରତୀୟ ଦଳ ସହ ଯୋଗ ଦେବେ। ଦିଲ୍ଲୀର ଅରୁଣ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ରାଜଯୋଗ ସହ ବଡ଼ ଗ୍ରହଙ୍କ ସଂଯୋଗ: ଆଜିଠୁ ମେଷ ସମେତ ୫ ରାଶିଙ୍କ ଉପରେ ବର୍ଷିବ ଧନ, ମିଳିବ ବଡ଼ ସଫଳତା

ଭୁବନେଶ୍ୱର: ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୧୦ ତାରିଖ ଅନେକ ଶୁଭ ଯୋଗ-ସଂଯୋଗ ନେଇ ଆସୁଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଓ ଗୁରୁବାରର ଏହି…

ଏଆଇ ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ମହାବିପତ୍ତି ସୃଷ୍ଟି ହୋଇପାରେ

ନୂଆଦିଲ୍ଲୀ, ୧୦ା୯ (ପି.ଟି.): କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରର ପ୍ରମୁଖ ଗବେଷଣା ସଂସ୍ଥା ‘ଆନ୍ଥ୍ରୋପିକ୍‌’ର ଗବେଷକ ଜାକବ କୋକ୍ସନ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ‘ଓପନ୍‌ଏଆଇ’…

ଆଜି ଲଘୁଚାପ, ପ୍ରବଳ ବର୍ଷିବ: ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୧୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି।…

ଗତ ୫ ରାଜ୍ୟ ନିର୍ବାଚନରେ ଭାଜପାକୁ ମିଳିଛି ଏତେ କୋଟି: ସଂଖ୍ୟା ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୦ା୯: ଗତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟ ପାଖାପାଖି ୧,୪୭୩ କୋଟି ଟଙ୍କା ଚାନ୍ଦା ପାଇଛି, ଯାହାକି କଂଗ୍ରେସର କେନ୍ଦ୍ରୀୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri