ଅଜନା ରୋଗ୍‌ରେ ପୀଡ଼ିତ ହୀରାଦେଈ

ଖଡିଆଳ,୨୩।୧୦(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗଁାର କେତୁ ଷଣ୍ଢକଁର ମାଏକିନା ହୀରାଦେଈ ଷଣ୍ଢ। ଆଏଜ୍‌କେ ୨ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ ପରଭାବରେ ତାକର ହାତ୍‌ଗୋଡ଼ ବଁକା ହେଇଯାଇଛେ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ହୀରାଦେଈ ଚିକିଛା ଅଭାବୁ ଭଗବାନ ଭରଷାରେ ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ଖଡ଼ିଆଳ ବ୍ଲକ ସଦରରୁ ୧୦ କି.ମି. ଦୂରେ ରହିଛେ କେନ୍ଦୁପାଟି ଗଁା। ଇ ଗଁାର କେତୁ ଷଣ୍ଢ ଝନେ ନିହାତି ଗରିବ୍‌ ଲୋକ୍‌, କୁଲିମଜୁରି କରି ସେ କୁଟୁମ ପୁଷୁଛନ୍‌। ଘରଦୁଆର ଅଭାବୁ ସେ ଗୁଟେ ଝାଟିମାଟିର କୁରିଆରେ ରହୁଛନ୍‌। ଏନ୍‌ତାଥି କେତୁ ହୀରାଦେଈକଁର ଉଚ ଚିକିଛା କରାବାକେ ସକ୍ଷମ ନୁହଁନ୍‌। ଏହେଦେ ଇ ଦମ୍ପତି ବଏସ୍‌ ଅଧ୍‌କା ହେବାର ଲାଗି କାମ୍‌ବୁତା କରି ନାଇଁ ପାରବାର। ଫିମାସ ମିଲୁଥିବାର ବୁଢ଼ାବୁଢ଼ି ଭତା ଆର ୧୦ କେ.ଜି. ଚାଉଲରେ ଯଥରକଥର ମାସେ ଚଲୁଛନ୍‌। ଏନ୍‌ତାଥି ହୀରାଦେଈକଁର ଚିକିଛା ତ ଦୂରର କଥା ଦୁଇବେଲା ଦୁଇମୁଠା ଖାଏବାରଟା ଯୁଟାବାକେ ଦମ୍ପତିକେ ଯୁଝବାକେ ପଡ଼ୁଛେ। ଇଆଡ଼େ ହୀରାଦେଈକଁର ଦୁଇ ହାତଗୋଡ଼ ବଁକା ହେଇଯିବାର ଲାଗି ସେ ଚାଲବୁଲ କରି ନାଇଁ ପାରବାର। ସବୁବେଲେ ଖଟେ ପଡ଼ି ରହିଛନ୍‌। ଏନ୍‌ତାଥି କେତୁ ତାକର ଗଧାମଖା, ଖାନାପିନା, ଝାଡ଼ାଝପଟ କଥା ବୁଝୁଛନ୍‌। ଇ ଦୁଖି ବୁରୁଧ୍‌ ଦମ୍ପତି ଉପରେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ବିଜୁ ପକ୍କାଘର ଯୋଜନାରେ ସାମିଲ କରବାର ସଂଗେ ହୀରାଦେଈକୁଁ ଚିକିଛା ସୁବିଧା ଯୁଗେଇ ଦେବାକେ କେନ୍ଦୁପାଟି ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧ୍‌କାରୀ ଗୋପଲକ୍ଷ୍ମୀ ହୋତାକୁଁ ପଚରାଲାରୁ ହୀରାଦେଈକୁଁ ଗୁଟେ ହ୍ବିଲ ଚେୟାର, ଭିନ୍ନକ୍ଷମ ପରମାନପତର ସଂଗେ ଭିନ୍ନକ୍ଷମ ଭତା ବହୁତ ଜଲଦି ଯୁଗେଇ ଦିଆଯିବା ବଲି ସେ କଥା ଦେଇଛନ୍‌। ସେନ୍‌ତା ହୀରାଦେଈକୁଁ ବିଜୁ ପକ୍କାଘର ଆର ମୁଖ୍ୟମନ୍ତ୍ରୀ ରିଲିଫ ପଁାଠିରୁ ଚିକିଛା ସୁବିଧା ଯୁଗେଇ ଦିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ବର୍ଷାରେ ଧୋଇଗଲା ନିର୍ମାଣାଧିନ ରିଂ ରୋଡ: ସ୍ଥାୟିତ୍ୱ ନେଇ ଉଠିଲାଣି ପ୍ରଶ୍ନ

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

୭୭ ବନ ମହୋତ୍ସବ ପାଳିତ:ବିଭିନ୍ନ କିସମର ବୃକ୍ଷରୋପଣ

କର୍ଲାମୁଣ୍ଡା,୭।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସୋମବାର ୭୭ତମ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri