ଅଚିହ୍ନା ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା: ପଥର ତଳେ ମୃତଦେହ ଚାପି ଦେଇ ଦୁର୍ବୃତ୍ତ ଫେରାର

ପାଟକୁରା, ୨ା୬(ଡ଼ି.ଏନ.ଏ.)-କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ପଞ୍ଚାୟତ ନିକଟ ପାଇକା ନଦୀର ପଥର ବୁରୁଜ ନିକଟରେ ଶୁକ୍ରବାର ରାତିରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ପରିଚୟ ମିଳିନାହିଁ । ସ୍ଥାନୀୟ ପୋଲିସ ଶନିବାର ମୃତଦେହ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇବା ସହ ଏ ନେଇ ଏକ ମାମଲା ରୁଜୁ କରିଛି । କେସ ନଂ ୧୪୧/୧୯।

ପ୍ରକାଶ ଯେ, ରାତି ପ୍ରାୟ ୧୧ଟାରେ ଦୁଇଟି ବାଇକ୍‌ରେ ଦୁର୍ବୃତ୍ତମାନେ ଆସି ନଦୀବନ୍ଧରେ ବାଇକ ରଖିବା ସହ ନିକଟସ୍ଥ ପଥର ବୁରୁଜ ଉପରକୁ ଯାଇଥିଲେ । ଏହାର କିଛି ସମୟ ପରେ ସେମାନେ ଜଣେ ଯୁବକଙ୍କୁ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ଏହି ସମୟରେ ବୁରୁଜ ଠାରୁ ଅଳ୍ପ ଦୂରରେ ନଦୀ ଆରପାରି ବାଲିରେ ମତଗଜପୁର ଗ୍ରାମର କେତେଜଣ ବ୍ୟକ୍ତି ଶୌଚ ହେବାକୁ ଆସି ସଂପୃକ୍ତ ଯୁବକଙ୍କ ଚିତ୍କାର ଶୁଣିଥିଲେ । ସେମାନେ ଏଭଳି ଘଟଣା ଦେଖି ଭୟଭୀତ ହୋଇ ଗ୍ରାମକୁ ଦୌଡିଯାଇ ଅନ୍ୟମାନଙ୍କୁ ଏ ସଂପର୍କରେ କହିଥିଲେ । ମତଗଜପୁର ଗ୍ରାମବାସୀ ପଳସୁଧା ସରପଞ୍ଚ ଅନୁଜ ମହାନ୍ତିକୁ ଫୋନ କରି ଏହା ଜଣାଇଥିଲେ । ପରେ ଉଭୟ ଗ୍ରାମର ଲୋକେ ଘଟଣାସ୍ଥଳକୁ ଯାଇଥିଲେ । ଖବରପାଇ ପୋଲିସ ପହଞ୍ଚତ୍ ବୁରୁଜ ପାଖ ପଥର ତଳୁ ଚାପି ହୋଇ ରହିଥିବା ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା । କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ଆସିଥିବା ୨ଟି ବାଇକରେ ଫେରାର ହୋଇ ଯାଇଥିଲେ । ରାତିରେ ପୋଲିସ ମୃତଦେହ ଜଗି ରହିଲା । ଶନିବାର ସାଇଣ୍ଟିଫିକ୍‌ ଟିମ୍‌ ସହ ପାଟକୁରା ଥାନା ଆଇଆଇସି ସୁଜିତ ପ୍ରଧାନ ଓ କୋରୁଆ ଫାଣ୍ଡି ଅଧିକାରୀ ମହମ୍ମଦ ଜାମସେଦ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ । ମୃତକଙ୍କ ନିକଟରୁ ଏକ ଠେଙ୍ଗା ଓ ତାଙ୍କ ପକେଟରୁ ୨୫ ଟଙ୍କା ଜବତ ହୋଇଛି । ତାଙ୍କ ବାମ ଗୋଡ ପୋଲିଓ ଆକ୍ରାନ୍ତ ବୋଲି ଜଣାପଡିଛି ା ସେ ସଂଖ୍ୟାଲଘୁ ସଂପ୍ରଦାୟର ବୋଲି ପୋଲିସ ସନ୍ଦେହ କରୁଛି । ତାଙ୍କୁ ଅତି ବିଭତ୍ସ ଭାବରେ ପିଟି ପିଟି ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି । କେଉଁ କାରଣ ପାଇଁ ଏଭଳି ଘଟିଲା ଓ ଭିନ୍ନକ୍ଷମ ଯୁବକଙ୍କର ଦୁର୍ବୃତ୍ତଙ୍କ ସହିତ ପୂର୍ବରୁ ପରିଚୟ ଥିଲା କି ନାହିଁ ପୋଲିସ ତଦନ୍ତ ଚଳାଇଛି ।

ପ୍ରକାଶ ଥାଉ କି, ୨୦୧୬ ଡିସେମ୍ବର ୨୮ ତାରିଖରେ ଏହି ପଥର ସ୍ପର ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ମୃତହେଦ ମିଳିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ା ସେତେବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଆଲୋଚନା ଜୋର ଧରିଥିଲା । କିନ୍ତୁ ସେହି ଘଟଣାର ଆଜି ପର୍ଯ୍ୟନ୍ତ ତଦନ୍ତ ସରିନାହିଁ । ଏବେ ବି ଉକ୍ତ ଘଟଣା ସନ୍ଦେହ ଘେରରେ ରହିଛି । ଜଗତସିଂହପୁର ଜିଲାର କ୍ରିଷ୍ଣାନନ୍ଦପୁର ଓ କେନ୍ଦ୍ରାପଡା ଜିଲାର ତେଣ୍ଡାକୁଡା ପାଇକା ନଦୀର ଦୁଇପାର୍ଶ୍ୱରେ ଅବସ୍ଥିତ । ଏହି ଇଲାକା ଅପରାଧୀ ଜୋନ ଭାବରେ ପୋଲିସ ରେକର୍ଡରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଭ୍, ସେକ୍ସ ଓ ଧୋକା: ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର, ୨୨।୬: ପ୍ରେମ ସମ୍ପର୍କର ଆଳରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଠକି…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୦ା୬(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ପୁଣି କାୟା ମେଲାଇଲେଣି ଚୋର ନିଦ ହଜାଇଲାଣି ଚୋରି ଖବର ବଡ଼ଦାଣ୍ଡ ସାହିରୁ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ…

କୋଟପାଡ଼ ଯନ୍ତ୍ରୀଙ୍କ ପୈତୃକ ଘର ଡେରାବିଶରେ ଚାଲିଛି ଚଢ଼ାଉ

ଡେରାବିଶ,୧୯ା୬(ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର କୋରାପୁଟ ଜିଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଶୁକ୍ରବାର ଭିଜିଲାନ୍ସ ଜାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri