ଅଙ୍ଗାରରେ ଚିତ୍ର ଆଙ୍କୁଥିବା ଚିତ୍ରଶିଳ୍ପୀ

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ପ୍ରକୃତିର ବାସ୍ତବତାକୁ କାନ୍‌ଭାସରେ ରୂପ ଦେଇ ମନର ଭାବାବେଗ ଓ ସୃଜନଶୀଳତାକୁ ଜୀବନ୍ତ ପ୍ରତିଛବିର ରୂପ ଦେଇଥାଆନ୍ତି ଯୁବ ଚିତ୍ରଶିଳ୍ପୀ ଶୁଭମୟ ବିଶ୍ୱାଳ। କେତେବେଳେ ରଙ୍ଗ ସହିତ କାନ୍‌ଭାସ ତ ପୁଣି କେତେବେଳେ କାନ୍‌ଭାସ ସହିତ ଅଙ୍ଗାରରେ ମନର ଭାବକୁ ପରିପ୍ରକାଶ କରିଥାଆନ୍ତି। ଅଙ୍ଗାରରେ ଚିତ୍ର ଆଙ୍କି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶୁଭମୟ ଆଗାମୀ ଦିନରେ ଏହି କଳା ମାଧ୍ୟମରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି।
ଯାଜପୁର ଜିଲା ଦଶରଥପୁର ବ୍ଲକ ଜଗନ୍ନାଥପୁର ଗ୍ରାମର ଶୁଭମୟ ପିଲାଦିନୁ ଚିତ୍ରକଳା ପ୍ରତି ମନ ବଳାଇଥିଲେ। ଚିତ୍ରକଳାକୁ କେବେ ପେଶା କରିବେ ବୋଲି ଭାବି ନ ଥିବା ଏହି ଯୁବ ଚିତ୍ରଶିଳ୍ପୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ପରେ ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଚିତ୍ରକଳାରେ ଶିକ୍ଷାଗ୍ରହଣ କରିଥିଲେ। ଏହାପରେ ନିଜ ଚିତ୍ରକଳା ମାଧ୍ୟମରେ କିଛି ନା କିଛି ସାମାଜିକ ବାର୍ତ୍ତା ଦେବାକୁ ପ୍ରଚେଷ୍ଟା ଆରମ୍ଭ କରିଦେଇଥିଲେ। ଗୋ ଚାଲାଣ ଓ ଗୋ ସମ୍ପଦର ସୁରକ୍ଷା ପାଇଁ ସେ ଚିତ୍ରକଳା ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରଥମେ ଫଟୋ ଉଠାଇବା ପରେ ତାହାକୁ ଦେଖି କାନ୍‌ଭାସ, କଲର ଓ ଅଙ୍ଗାର ଦ୍ୱାରା ତା’ର ପ୍ରତିଛବି ଆଙ୍କିଥାଆନ୍ତି, ଯାହାକି ତାଙ୍କର ସ୍ବତନ୍ତ୍ରତା। ୨୦୧୫ରେ ଓଏସିଏସ୍‌ ତରଫରୁ ସମ୍ମାନିତ ହେବା ସହ ବମ୍ବେରେ ଅନୁଷ୍ଠିତ ସୌର ଆର୍ଟ ଗ୍ୟାଲେରି ତରଫରୁ ସମ୍ମାନିତ ହୋଇଥିଲେ। ଏହାସହ ୨୦୧୮ରେ ଲଳିତ କଳା ଏକାଡେମୀ ରାଜ୍ୟ ଓ ଜାତୀୟସ୍ତରୀୟ ଚିତ୍ରକଳା ଶିବିରରେ ଶ୍ରେଷ୍ଠ ଯୁବ ଚିତ୍ରଶିଳ୍ପୀ ଭାବେ ସମ୍ମାନିତ ହୋଇଥିଲେ। ଏକାଧିକ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇଥିବା ଶୁଭମୟ ଆସନ୍ତା ୨୦୨୦ ମସିହାରେ ଦିଲ୍ଲୀରେ ଏକ ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ବର୍ତ୍ତମାନ ସେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବାସଭବନରେ ଥିବା ଏକ ଛୋଟ ଷ୍ଟୁଡିଓରେ ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ପାଇଁ ପ୍ରସ୍ତୁତ ହେଉଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ନିଆରା ଚିତ୍ରକଳା ଦ୍ୱାରା ଗିନିଜ୍‌ ଓ୍ବାର୍ଲଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି। କେବଳ ଚିତ୍ରକଳା ନୁହେଁ, କାବ୍ୟ, କବିତା, କ୍ଷୁଦ୍ରଗଳ୍ପ ଲେଖିବାରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri