ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ: ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ସାକ୍ଷୀଗୋପାଳ,୧୧।୧୧(ଡି.ଏନ୍‌.ଏ): ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ମା’ ଓ ଶିଶୁଙ୍କର ଉପଯୁକ୍ତ ଯତ୍ନ ଲାଗି ଗ୍ରହଣ କରାଯାଇଥିବା ଯୋଜନା କିଭଳି କର୍ଯ୍ୟକାରୀ ହେଉଛି ସେ ନେଇ ଶିଶୁ, ଅଭିଭାବକ, ଯାଞ୍ଚ ଓ ମାତୃ କମିଟି ସଭ୍ୟାସଭ୍ୟଙ୍କ ସହ ସେ ଆଲୋଚନା କରିଛନ୍ତି। ଏହି ବ୍ଲକରେ ୧୬୫ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ ମାତ୍ର ୨୩ କେନ୍ଦ୍ରର ନିଜସ୍ବ ଗୃହ ରହିଛି। ଗ୍ରାମ କୋଠଘର, କ୍ଲବ, ଭଡ଼ାଘର ଓ ବିଦ୍ୟାଳୟରେ ଅବଶିଷ୍ଟ କେନ୍ଦ୍ର ଚାଲିଛି। ଯୋଜନାର ସଫଳ ରୂପାୟନ ନିମନ୍ତେ ଭିତ୍ତିଭୂମିର ବିକାଶ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ଏ ନେଇ ସେ ବିଡିଓ ସରୋଜ କୁମାର ଦତ୍ତ ଓ ସିଡିପିଓ ପ୍ରମିଳା ତ୍ରିପାଠୀଙ୍କ ସହ ଆଲୋଚନା କରିଛନ୍ତି। ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଉକ୍ତ ଅଧିକାରୀଙ୍କ ସହ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ପ୍ରଥମେ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବଳପୁର, ପଣ୍ଡାସାହି, ପାରକେଣା, ବାଗଲପୁର ଅଙ୍ଗନଓ୍ବାଡି କେନ୍ଦ୍ର ଓ ଦୁଇଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟସ୍ତବହୁଳ ବଡ଼ବଜାର: ପାନୀୟ ଜଳ ସୁବିଧା ନାହିଁ

ବ୍ରହ୍ମପୁର ଅଫିସ,୨୦।୧: ଦକ୍ଷିଣ ଓଡ଼ିଶାର ମୁଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳ ବ୍ରହ୍ମପୁର ବଡ଼ବଜାରରେ ଖରାଦିନେ ପାନୀୟ ଜଳ ସମସ୍ୟା ଦେଖାଦେଇଥାଏ। ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଗ୍ରାହକ ଓ...

ଜଙ୍ଗଲରେ ଯୁବତୀଙ୍କ ମୃତଦେହ ପଡ଼ିବା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର

ମାଧପୁର,୨୪।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାନଯୋର ଜଳସେଚନ ଉପରମୁଣ୍ଡ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡ଼ିଥିବା ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା।...

ଚାନ୍ଦିପୁର ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍‌

ବାଲେଶ୍ୱର ଅଫିସ, ୧୪।୯: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା(ଆଇଏସ୍‌ଆଇ)କୁ ଯୋଗାଇ ଦେଉଥିଲେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ। ମୁଖ୍ୟତଃ...

ଜରି ମେଢ଼ରେ ଝଲସିବେ ଗଣେଶ

କେନ୍ଦୁଝର, ୧।୯-ଆସନ୍ତା ସୋମବାର ଗଣେଶ ପୂଜା ଆରମ୍ଭ ା ଏଥି ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି ା କେନ୍ଦୁଝର ଡିଏଫଓ ଅଫିସରେ ମଧ୍ୟ ପ୍ରତିବର୍ଷ...

ସ୍ୱାମୀ ତ ରହିଲେନି, ଟଙ୍କା ଆଉ କ’ଣ ହେବ

ଭଦ୍ରକ ଅଫିସ, ୧୭ା୧- “ଜୀବନ ତ ବଞ୍ଚାଇ ହେଲାନି। ଆଉ ଚିକିତ୍ସା ପାଇଁ ମିଳିଥିବା ସହାୟତା ରାଶି କ’ଣ ହେବ। ଏହି ଟଙ୍କା ହୁଏତ ଆଉ...

୪ ହଜାର ପଡ଼ା ହେବ ରାଜସ୍ବ ଗ୍ରାମ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ରାଜ୍ୟରେ ଥିବା ୪ହଜାର ପଡ଼ା ବା ବସତିକୁ ରାଜସ୍ବ ଗ୍ରାମ ମାନ୍ୟତା ଦେବା ପାଇଁ ଥିବା ଦୀର୍ଘଦିନର ସମସ୍ୟାକୁ ରାଜ୍ୟ ସରକାର ସମାଧାନ...

ଦୋକାନ ଭଡ଼ା ବୃଦ୍ଧିକୁ ବିରୋଧ

ଅନୁଗୋଳ ଅଫିସ, ୨୬।୧୧ଅନୁଗୋଳ ପୌରପାଳିକାର ଦୋକାନ ଘର ବୃଦ୍ଧିକୁ ବିରୋଧ କରି ବ୍ୟବସାୟୀ ଓ ଅନୁଗୋଳ ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।...

ଅଖଣ୍ଡ ଶିକାର ରୋକିବାକୁ ପ୍ରଶାସନ ତତ୍ପର

ବାରିପଦା ଅଫିସ,୯।୪ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାକୁ ଅଧିକ ଶକ୍ତିଶାଳୀ କରିବା ସହିତ ଅଖଣ୍ଡ ଶିକାର ରୋକିବା ଉଦ୍ଦେଶ୍ୟରେ ଜିଲା ସଦର ମହକୁମା ବାରିପଦାଠାରେ ଏକ ଜିଲାସ୍ତରୀୟ...

Advertisement
Archives

Model This Week